ପୁଣି ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ଜାରି ରହିଛି। ସେମାନେ ପୁଣିଥରେ ଉପତ୍ୟକାରେ କାମ କରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବିହାରର ଏହି ପ୍ରବାସୀ ଶ୍ରମିକଙ୍କୁ ଜମ୍ମୁ-କଶ୍ମୀରର ବାନ୍ଦୁପୋରା ଅନ୍ତର୍ଗତ ସୌନ୍ଦରା ସୁମ୍ବଲ ଠାରେ ଆତଙ୍କବାଦୀମାନେ ଗତକାଲି ରାତିରେ ହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପ୍ରବାସୀ ଶ୍ରମିକଙ୍କ ନାଁ ମହମ୍ମଦ ଅମଜେର। ତାଙ୍କ ଘର ବିହାରର ମାଧେପୁରା ବେସରାରେ। ସେ ଏଠାରେ ଦୀର୍ଘ ଦିନ […]

attack

  • Published: Friday, 12 August 2022
  • , Updated: 12 August 2022, 08:32 AM IST

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ଜାରି ରହିଛି। ସେମାନେ ପୁଣିଥରେ ଉପତ୍ୟକାରେ କାମ କରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବିହାରର ଏହି ପ୍ରବାସୀ ଶ୍ରମିକଙ୍କୁ ଜମ୍ମୁ-କଶ୍ମୀରର ବାନ୍ଦୁପୋରା ଅନ୍ତର୍ଗତ ସୌନ୍ଦରା ସୁମ୍ବଲ ଠାରେ ଆତଙ୍କବାଦୀମାନେ ଗତକାଲି ରାତିରେ ହତ୍ୟା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପ୍ରବାସୀ ଶ୍ରମିକଙ୍କ ନାଁ ମହମ୍ମଦ ଅମଜେର। ତାଙ୍କ ଘର ବିହାରର ମାଧେପୁରା ବେସରାରେ। ସେ ଏଠାରେ ଦୀର୍ଘ ଦିନ ହେଲା ଶ୍ରମିକ ଭାବେ କାମ କରୁଥିଲେ। ହେଲେ ଗତକାଲି ରାତିରେ କିଛି ଆତଙ୍କବାଦୀ ତାଙ୍କୁ ଗୁଳିମାଡ଼ କରିଥିଲେ।

ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ। କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି କଶ୍ମୀର ଜୋନ ପୁଲିସ୍ ଟ୍ୱିଟ କରି ସୂଚନା ଦେଇଛି। ଆଜି ସକାଳୁ ପୁଲିସ୍‌ ଗୁଳିମାଡ଼ ହୋଇଥିବା ସ୍ଥାନ ଓ ଅମଜେର ରହୁଥିବା ଘର ପାଖରେ ଯାଞ୍ଚ କରିଛି।

ଏହି ଘଟଣା ପରେ କଶ୍ମୀରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତକାଲି ମଧ୍ୟ ଆତଙ୍କବାଦୀମାନେ ରଜୌରୀ ଠାରେ ସେନାର ବେସ୍‌ କ୍ୟାମ୍ପରେ ହମଲା କରିଥିଲେ। ଏଥିରେ ୪ ଜଣ ଯବାନ ସହିଦ ହୋଇଥିବା ବେଳେ ସେନାର ପାଲଟା ଆକ୍ରମଣରେ ୨ ଜଣ ଆତଙ୍କୀ ମଧ୍ୟ ନିହତ ହୋଇଥିଲେ।

Related story