ବିଜେପିକୁ ଶକ୍ତ ଝଟକା, କଂଗ୍ରେସରେ ମିଶିଲେ ମନ୍ତ୍ରୀ ଯଶପାଲ ଓ ବିଧାୟକ ସଞ୍ଜୀବ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଝଟକା ଲାଗିଛି। ରାଜ୍ୟରେ କ୍ଷମତାସୀନ ବିଜେପି ସରକାରରେ ମନ୍ତ୍ରୀ ଥିବା ବରିଷ୍ଠ ନେତା ଯଶପାଲ ଆର୍ଯ୍ୟ ଓ ତାଙ୍କ ପୁଅ ତଥା ବିଧାୟକ ସଞ୍ଜୀବ ଆଜି କଂଗ୍ରେସରେ ମିଶିଛନ୍ତି। ଯଶପାଲ ଉତ୍ତରାଖଣ୍ଡ ସରକାରରେ ରାଜ୍ୟ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ସଞ୍ଜୀବ ନୈନତାଲରୁ ଦଳୀୟ ଟିକେଟରେ ବିଧାନସଭାକୁ ଯାଇଥିଲେ। ହେଲେ ଏବେ ବାପା-ପୁଅ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି। ଆଜି ଯଶପାଲ […]

Yashpal

Yashpal

Hemant Lenka
  • Published: Monday, 11 October 2021
  • Updated: 13 October 2021, 04:31 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାବର୍ଷ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଶକ୍ତ ଝଟକା ଲାଗିଛି। ରାଜ୍ୟରେ କ୍ଷମତାସୀନ ବିଜେପି ସରକାରରେ ମନ୍ତ୍ରୀ ଥିବା ବରିଷ୍ଠ ନେତା ଯଶପାଲ ଆର୍ଯ୍ୟ ଓ ତାଙ୍କ ପୁଅ ତଥା ବିଧାୟକ ସଞ୍ଜୀବ ଆଜି କଂଗ୍ରେସରେ ମିଶିଛନ୍ତି।

ଯଶପାଲ ଉତ୍ତରାଖଣ୍ଡ ସରକାରରେ ରାଜ୍ୟ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ସଞ୍ଜୀବ ନୈନତାଲରୁ ଦଳୀୟ ଟିକେଟରେ ବିଧାନସଭାକୁ ଯାଇଥିଲେ। ହେଲେ ଏବେ ବାପା-ପୁଅ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି।

ଆଜି ଯଶପାଲ ଓ ସଞ୍ଜୀବ ଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବେ ହାତ ଧରିଛନ୍ତି। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ହରିଶ ରାୱତ, ରଣଦୀପ ସୂର୍ଯ୍ୟେୱାଲା ଓ କେସି ଭେନୁଗୋପାଳ ଉପସ୍ଥିତ ରହିଥିଲେ। ନିକଟରେ ଯଶପାଲ ଉତ୍ତରାଖଣ୍ଡ କ୍ୟାବିନେଟରୁ ଇସ୍ତଫା ଦେଇ ସାରିଥିବା ରଣଦୀପ ଉକ୍ତ କାର୍ଯ୍ୟକ୍ରମ ବେଳେ ସୂଚନା ଦେଇଛନ୍ତି।

କେବଳ ଯଶପାଲ କିମ୍ବା ସଞ୍ଜୀବ ନୁହନ୍ତି, ଉଭୟଙ୍କ ସମର୍ଥକମାନେ ମଧ୍ୟ ବିଜେପି ଛାଡ଼ି କଂଗ୍ରେସରେ ମିଶିଛନ୍ତି। କଂଗ୍ରେସରେ ମିଶିବା ପୂର୍ବରୁ ଆଜି ଉଭୟ ବାପା-ପୁଅ ଯୋଡ଼ି ଦିଲ୍ଲରେ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ବାପା-ପୁଅ ଯୋଡ଼ିଙ୍କୁ କଂଗ୍ରେସକୁ ସ୍ୱାଗତ କରି ଭେନୁଗୋପାଲ କହିଛନ୍ତି, “ଏହା ଘର ବାହୁଡ଼ା। ଏପରି ମିଶ୍ରଣ ଉତ୍ତରାଖଣ୍ଡରେ ଜନମତର ପବନ କାହା ସପକ୍ଷରେ ବହୁଛି, ତା’କୁ ସ୍ପଷ୍ଟ କରିଛି।”

ଯଶପାଲ ବିଜେପିରେ ମିଶିବା ପୂର୍ବରୁ ୨୦୦୭ରୁ ୨୦୧୪ ଯାଏ ଉତ୍ତରାଖଣ୍ଡ କଂଗ୍ରେସ ମୁଖ୍ୟ ଭାବେ କାମ କରୁଥିଲେ। ଏହାପରେ ସେ ବିଜେପିରେ ମିଶିଥିଲେ। ଏବେ ଠିକ୍‌ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ସେ ତାଙ୍କ ପୁଅ ସଞ୍ଜୀବଙ୍କୁ ସାଙ୍ଗରେ ଧରି କଂଗ୍ରେସରେ ମିଶିଛନ୍ତି। କଂଗ୍ରେସର ହରିଶ ରାୱତ ସରକାର ସମୟରେ ଯଶପାଲ ବିଧାନସଭା ବାଚସ୍ପତି ଓ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ତେବେ ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ବିଜେପି ଟିକେଟରୁ ଯଶପାଲ ମୁକ୍ତେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story