ଡାକ୍ତରଙ୍କୁ ପିଟିଲା ଝିଅ, ଭୁଲ ମାଗିଲେ ମୁଖ୍ୟମନ୍ତ୍ରୀ

ଗୌହାଟି: ଝିଅ ଦେଖାଇଲେ ରୁବାବ। ବାପା ମାଗିଲେ ଭୁଲ। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ଝିଅ ଜଣେ ଡାକ୍ତଙ୍କରଙ୍କୁ ଆକ୍ରମଣ ଘଟଣାରେ ନିଜେ ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ରାଜ୍ୟ ରାଜଧାନୀ ଆଇଜଲରେ ଥିବା ଏକ କ୍ଲିନିକରେ ଏହି ଘଟଣା ଘଟିଥିଲା। ଚର୍ମ ରୋଗ ବିଶେଷଙ୍କୁ ଦେଖାଇବାକୁ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ। ବିନା ଆପଏଣ୍ଟମେଣ୍ଟରେ ସେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ନାହିଁ ବୋଲି ଡାକ୍ତର ଜଣକ କହିଥିଲେ। ଏଥିରେ ମୁଖମନ୍ତ୍ରୀଙ୍କ ଝିଅ କ୍ଷୁବ୍ଧ ହୋଇ  ସମ୍ପୃକ୍ତ ଡାକ୍ତରଙ୍କୁ […]

cm

  • Published: Sunday, 21 August 2022
  • , Updated: 21 August 2022, 05:20 PM IST

ଗୌହାଟି: ଝିଅ ଦେଖାଇଲେ ରୁବାବ। ବାପା ମାଗିଲେ ଭୁଲ। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ଝିଅ ଜଣେ ଡାକ୍ତଙ୍କରଙ୍କୁ ଆକ୍ରମଣ ଘଟଣାରେ ନିଜେ ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ରାଜ୍ୟ ରାଜଧାନୀ ଆଇଜଲରେ ଥିବା ଏକ କ୍ଲିନିକରେ ଏହି ଘଟଣା ଘଟିଥିଲା। ଚର୍ମ ରୋଗ ବିଶେଷଙ୍କୁ ଦେଖାଇବାକୁ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ। ବିନା ଆପଏଣ୍ଟମେଣ୍ଟରେ ସେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ନାହିଁ ବୋଲି ଡାକ୍ତର ଜଣକ କହିଥିଲେ। ଏଥିରେ ମୁଖମନ୍ତ୍ରୀଙ୍କ ଝିଅ କ୍ଷୁବ୍ଧ ହୋଇ  ସମ୍ପୃକ୍ତ ଡାକ୍ତରଙ୍କୁ ବାଡ଼େଇ ଥିଲେ। ଏହି ସମୟରେ ସେଠାରେ ଥିବା କିଛି ଲୋକେ ତାଙ୍କୁ ଅଟକାଉଥିବା ଭିଡିଓରେ ଦେଖିବାକୁ ମିଳିଛି।

ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଜଣେ ଡାକ୍ତରଙ୍କୁ ବାଡ଼େଇବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା।  ଏହି ଘଟଣା ବୁଧବାର ଦିନ ଘଟିଥିବା ଜଣାପଡିଛି। ପରେ ଏହି ଘଣାକୁ ନେଇ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ର ମିଜୋରାମ ୟୁନିଟ୍ କଡ଼ା ନିନ୍ଦା କରିବା ସହ  ଗତକାଲି ଡାକ୍ତରମାନେ କଳା ବ୍ୟାଜ୍ ପିନ୍ଧିଥିଲେ।

ଶେଷରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ। ସେ ନିଜ ପୋଷ୍ଟରେ ଅପଲୋଡ୍ କରିଥିବା ହାତଲେଖା  ନୋଟରେ ଝିଅର ଦୁର୍ବ୍ୟବ୍ୟବହାର ପାଇଁ କ୍ଷମା ମାଗିଛନ୍ତି।

Related story