ବିଧାୟକଙ୍କୁ ଘର ଅଗଣାରେ ପିଟିଲେ ସ୍ୱାମୀ, ଭିଡିଓ ଭାଇରାଲ

ଅମୃତସର: ଦେଶରେ ମହିଳା ବିରୋଧୀ ହିଂସା ବଢ଼ି ଚାଲିଥିବା ବେଳେ ଏଥିରୁ ଖୋଦ ମହିଳା ବିଧାୟକମାନେ ମଧ୍ୟ ସୁରକ୍ଷା ପାଇ ପାରୁ ନାହାନ୍ତି। ଏହିକ୍ରମରେ ସ୍ୱାମୀଙ୍କ ନିର୍ଯାତନର ଶିକାର ହୋଇଛନ୍ତି ପଞ୍ଜାବରେ କ୍ଷମତାସୀନ ଆପ୍‌ର ବିଧାୟକ ବଲଜିନ୍ଦର କୌର। ଘର ଅଗଣାରେ ବଲିଜନ୍ଦରଙ୍କୁ ମାଡ଼ ମାରିଛନ୍ତି ତାଙ୍କ ସ୍ୱାମୀ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଘରର ଅଗଣାରେ ସ୍ୱାମୀଙ୍କ ଔଦ୍ଧତାମୀ ଚାଲିଥିବା ବେଳେ ନିକଟରେ ଲାଗିଥିବା ସିସିଟିଭିରେ ଏହା କଏଦ ହୋଇଛି। ସବୁଠାରୁ ଦୁଃଖର କଥା […]

aap

  • Published: Friday, 02 September 2022
  • , Updated: 02 September 2022, 10:36 AM IST

ଅମୃତସର: ଦେଶରେ ମହିଳା ବିରୋଧୀ ହିଂସା ବଢ଼ି ଚାଲିଥିବା ବେଳେ ଏଥିରୁ ଖୋଦ ମହିଳା ବିଧାୟକମାନେ ମଧ୍ୟ ସୁରକ୍ଷା ପାଇ ପାରୁ ନାହାନ୍ତି। ଏହିକ୍ରମରେ ସ୍ୱାମୀଙ୍କ ନିର୍ଯାତନର ଶିକାର ହୋଇଛନ୍ତି ପଞ୍ଜାବରେ କ୍ଷମତାସୀନ ଆପ୍‌ର ବିଧାୟକ ବଲଜିନ୍ଦର କୌର। ଘର ଅଗଣାରେ ବଲିଜନ୍ଦରଙ୍କୁ ମାଡ଼ ମାରିଛନ୍ତି ତାଙ୍କ ସ୍ୱାମୀ।

ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଘରର ଅଗଣାରେ ସ୍ୱାମୀଙ୍କ ଔଦ୍ଧତାମୀ ଚାଲିଥିବା ବେଳେ ନିକଟରେ ଲାଗିଥିବା ସିସିଟିଭିରେ ଏହା କଏଦ ହୋଇଛି। ସବୁଠାରୁ ଦୁଃଖର କଥା ହେଉଛି, ବଲଜିନ୍ଦର ସ୍ୱାମୀଙ୍କ ଠାରୁ ମାଡ଼ ଖାଇଥିଲେ ମଧ୍ୟ ଜଣେ ସାଧାରଣ ମହିଳାଙ୍କ ଭଳି କୌଣସି ଆପତ୍ତି ନ କରି ଚୁପ ରହି ଯାଇଛନ୍ତି। ଏହାକୁ ନେଇ ସୋଶାଲ ମିଡିଆରେ ତୀବ୍ର ପ୍ରକାଶ ପାଇଛି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ବଲଜିନ୍ଦର କୌର ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେଉଛି। ଘରର ଅଗଣାରେ ଜଣେ ମହିଳା ଓ ଆଉ କିଛି ପୁରୁଷ ଲୋକ ମଧ୍ୟ ଏହି ସମୟରେ ଛିଡ଼ା ହୋଇଛନ୍ତି। ସେମାନେ ଉଭୟଙ୍କୁ ଚୁପ ରହିବାକୁ କହୁଥିଲେ ମଧ୍ୟ କେହି କିଛି ଶୁଣିବା ମୁଡରେ ନଥିଲେ। ଯୁକ୍ତିତର୍କ ଏତେ ବଢ଼ି ଯାଇଥିଲା ଯେ ବଲଜିନ୍ଦରଙ୍କୁ ତାଙ୍କ ସ୍ୱାମୀ ଶକ୍ତ ଚାପୁଡ଼ା ମାରିଥିଲେ। ବଲଜିନ୍ଦର ମାଡ଼ ଖାଇ ସ୍ତବ୍ଧ ହୋଇ ଯାଇଥିବା ବେଳେ ସେଠାରେ ଜଣେ ବ୍ୟକ୍ତି ତାଙ୍କୁ ବୁଝାଇଥିଲେ। ସେହିପରି ଅନ୍ୟମାନେ ତାଙ୍କ ସ୍ୱାମୀଙ୍କୁ ଘର ଭିତରକୁ ଭିଡ଼ିଭିଡ଼ି ନେଇ ଯାଇଥିଲେ।


ସ୍ୱାମୀଙ୍କ ଠାରୁ ମାଡ଼ ଖାଇଥିଲେ ମଧ୍ୟ ବଲଜିନ୍ଦର କୌଣସି ପ୍ରକାରର ଅଭିଯୋଗ କରି ନାହାନ୍ତି। ହେଲେ ପଞ୍ଜାବ ମହିଳା କମିଶନ ଅଧ୍ୟକ୍ଷ ମନିଶା ଗୁଲାଟି ଭିଡିଓ ଦେଖି ନିଜ ଆଡ଼ୁ ଏହାର ବିଚାର କରିବେ ବୋଲି କହିଛନ୍ତି। ଏଥିସହ ଯେଉଁ ମହିଳା ବାହାରେ ଲୋକଙ୍କ ଅଧିକାର ପାଇଁ ସ୍ୱର ଉଠାଉଛନ୍ତି, ସେ ଘର ଭିତରେ ନିର୍ଯାତନାର ଶିକାର ହେବା ଅତ୍ୟନ୍ତ ଯନ୍ତ୍ରଣା ଦାୟକ ବୋଲି ସେ କହିଛନ୍ତି।

Related story