ମନ୍ତ୍ରୀ ପଦ ପାଇଁ ବିଧାୟକଙ୍କୁ ମାଗୁଥିଲେ ୧୦୦ କୋଟି, ଫିଲ୍ମ ଷ୍ଟାଇଲରେ ଧରିଲା ପୁଲିସ୍‌

ମୁମ୍ବାଇ: ମହାରାଷ୍ଟ୍ରରେ ନୂଆ କରି ଗଠନ ହୋଇଥିବା ସରକାରରେ ମନ୍ତ୍ରୀ ପଦ ମିଳିବ। ଆମ ସହ ବଡ଼ବଡ଼ ଲୋକ ଅଛନ୍ତି। ହେଲେ ମନ୍ତ୍ରୀ ପଦ ପାଇଁ ୧୦୦ କୋଟି ଟଙ୍କା ଦେବାକୁ ପଡ଼ିବ। ଏମିତି କିଛି କଥା କହି ମହାରାଷ୍ଟ୍ରର ଜଣେ ବିଧାୟକଙ୍କୁ ଠକିବାକୁ ଚେଷ୍ଟା କରୁଥିବା ୪ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଏଯାଏ ମନ୍ତ୍ରିମଣ୍ଡଳ ଗଠନ କରିନାହାନ୍ତି। ସେ ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଯାଉଥିବା […]

Cabinet

Hemant Lenka
  • Published: Wednesday, 20 July 2022
  • , Updated: 20 July 2022, 05:26 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ନୂଆ କରି ଗଠନ ହୋଇଥିବା ସରକାରରେ ମନ୍ତ୍ରୀ ପଦ ମିଳିବ। ଆମ ସହ ବଡ଼ବଡ଼ ଲୋକ ଅଛନ୍ତି। ହେଲେ ମନ୍ତ୍ରୀ ପଦ ପାଇଁ ୧୦୦ କୋଟି ଟଙ୍କା ଦେବାକୁ ପଡ଼ିବ। ଏମିତି କିଛି କଥା କହି ମହାରାଷ୍ଟ୍ରର ଜଣେ ବିଧାୟକଙ୍କୁ ଠକିବାକୁ ଚେଷ୍ଟା କରୁଥିବା ୪ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଏଯାଏ ମନ୍ତ୍ରିମଣ୍ଡଳ ଗଠନ କରିନାହାନ୍ତି। ସେ ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଯାଉଥିବା ଖବର ପ୍ରକାଶ ପାଇବା ପରେ ବିଧାୟକଙ୍କୁ ଏପରି ଅଫର ମିଳିଥିବା ଜଣାପଡ଼ିଛି।

୧୦୦ କୋଟି ଟଙ୍କାରେ ମନ୍ତ୍ରୀ ପଦର ଅଫର ବିଜେପିର ଡୌଣ୍ଡ ବିଧାୟକ ରାହୁଲ କୁଲଙ୍କୁ ମିଳିଥିଲା। ସେ ଏନେଇ ପୁଲିସ୍‌ରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ସେ କରିଥିବା ଅଭିଯୋଗ ଅନୁଯାୟୀ, ରିୟାଜ ଶେଖ ନାମକ ଜଣେ ବ୍ୟକ୍ତି ଜୁଲାଇ ୧୬ରେ ତାଙ୍କ ପିଏଙ୍କୁ ଫୋନ କରିଥିଲା। ସେ ବିଧାୟକ ରାହୁଲଙ୍କୁ ଭେଟି ଗୋଟିଏ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଥିବା ଫୋନରେ କହିଥିଲା।

ଏହି ଫୋନ କଲ ପରେ ବିଧାୟକ ରାହୁଲ ଅଭିଯୁକ୍ତ ରିୟାଜକୁ ମୁମ୍ବାଇର ଗୋଟିଏ ହୋଟେଲରେ ଭେଟିଥିଲେ। ଏହି ସମୟରେ ସେ ବିଧାୟକଙ୍କୁ କହିଥିଲା ଯେ ତା’ର ବଡ଼ବଡ଼ ରାଜନେତା ଚିହ୍ନା ଅଛନ୍ତି। ସେମାନେ ଚାହିଁଲେ ବିଧାୟକ ରାହୁଲ ବେଶ ସହଜରେ ମନ୍ତ୍ରୀ ପଦ ପାଇପାରିବେ। ହେଲେ ଏଥିପାଇଁ ତାଙ୍କ ଠାରୁ ରିୟାଜ ୧୦୦ କୋଟି ଟଙ୍କା ଦାବି କରିଥିଲା।

ବିଧାୟକ ରାହୁଲ ଏହି ପ୍ରସ୍ତାବରେ ରାଜି ଥିବା ଜଣାଇବା ପାଇଁ ସେ ରିୟାଜ ସହ ଟଙ୍କାକୁ ନେଇ ବୁଝାମଣା ଆରମ୍ଭ କରିଥିଲେ। ଶେଷରେ ୯୦ କୋଟି ଟଙ୍କାରେ ଡିଲ ଫାଇନାଲ କରିଥିଲେ। ତେବେ ଏହାର ୨୦% ମନ୍ତ୍ରୀ ହେବା ପୂର୍ବରୁ ଦେବାକୁ ପଡ଼ିବ ବୋଲି ରିୟାଜ କହିଥିଲା। ଏଥିରେ ବିଧାୟକ ରାଜି ହେବା ସହ ଟଙ୍କା ନେବାକୁ ପଛରେ ଆସିବା ପାଇଁ କହିଥିଲେ।

କିନ୍ତୁ ଏ ସମ୍ପର୍କରେ ସେ ଦଳର ବରିଷ୍ଠ ନେତାଙ୍କୁ ଜଣାଇଥିଲେ ଓ ମାରିନ ଡ୍ରାଇଭ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ମୁମ୍ବାଇ ପୁଲିସ୍‌ କମିଶନର ବିବେକ ଫାନସଲକର ଘଟଣାର ସମୀକ୍ଷା କରିବା ସହ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଭିଯୁକ୍ତମାନଙ୍କୁ ରଙ୍ଗେହାତ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା।

ଯୋଜନା ମୁତାବକ ୧୮ କୋଟି ଟଙ୍କା ଦେବାକୁ ବିଧାୟକ ଜଣକ ରିୟାଜକୁ ହୋଟେଲ ଆସିବା ପାଇଁ କହିଥିଲେ। ଟଙ୍କା ଲୋଭରେ ସେ ନିଜର ଆଉ ୩ ସହଯୋଗୀଙ୍କ ସହ ହୋଟେଲରେ ପହଞ୍ଚିଥିଲା। ହେଲେ ପୁଲିସ୍‌ ଟିମ୍‌ ସମସ୍ତ ୪ ଅଭିଯୁକ୍ତଙ୍କୁ କାବୁ କରିବା ସହ ଅଧିକ ତଦନ୍ତ ପାଇଁ ସେମାନଙ୍କୁ ମୁଖ୍ୟାଳୟକୁ ଆଣିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ରିୟାଜ ଶେଖ, ଯୋଗେଶ କୁଲକର୍ଣ୍ଣୀ, ସାଗର ସଙ୍ଘଭୀ ଓ ଜାଫର ଉସମାନି। ସମସ୍ତଙ୍କୁ ପୁଲିସ ଜୁଲାଇ ୨୬ ଯାଏ ରିମାଣ୍ଡରେ ଆଣିଛି। ସେମାନଙ୍କ ଠାରୁ ୩ଟି ମୋବାଇଲ ଫୋନ ଜବତ କରାଯାଇଛି। ଏହି ଗ୍ୟାଙ୍ଗର କିଙ୍ଗପିନ ହେଉଛି ଉସମାନି। ସେ ଦିଲ୍ଲୀର କିଛି ଲୋକଙ୍କ ଯୋଗାଯୋଗରେ ରହିଥିଲା। ଦିଲ୍ଲୀର କାହା ସହ ଏମାନଙ୍କ ଲିଙ୍କ ଥିଲା, ତା’ର ଖିଅ ଏବେ ପୁଲିସ୍‌ ଖୋଜିବା ଆରମ୍ଭ କରିଛି।

Related story