୬ ମାସ ପରେ ପେଟ ଭିତରୁ ବାହାରିଲା ମୋବାଇଲ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେଉଥିଲ। ସେ ଡାକ୍ତର ପାଖକୁ ଚିକିତ୍ସା ପାଇଁ ଯାଇଥିଲେ। ପରେ ଉକ୍ତ ବ୍ୟକ୍ତିଙ୍କ ଏକ୍ସ-ରେ କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଡାକ୍ତର। ପ୍ରକୃତରେ ବ୍ୟକ୍ତିଙ୍କ ପେଟ ଭିତରେ ଏକ ମୋଇଲ ଫୋନ୍‌ ଥିବା ଦେଖିବାକୁ ମିଳିଥିଲା। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୬ ମାସ ହେବ ଏହି ମୋବାଇଲ ଫୋନ୍‌ ଉକ୍ତ ବ୍ୟକ୍ତିଙ୍କ ପେଟ ଭିତରେ ଥିଲା। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଇଜିପ୍ଟରୁ। […]

Mobile in stomach-1

Mobile in stomach-1

Madhupriya Mistry
  • Published: Tuesday, 19 October 2021
  • Updated: 19 October 2021, 01:34 PM IST

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେଉଥିଲ। ସେ ଡାକ୍ତର ପାଖକୁ ଚିକିତ୍ସା ପାଇଁ ଯାଇଥିଲେ। ପରେ ଉକ୍ତ ବ୍ୟକ୍ତିଙ୍କ ଏକ୍ସ-ରେ କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଡାକ୍ତର। ପ୍ରକୃତରେ ବ୍ୟକ୍ତିଙ୍କ ପେଟ ଭିତରେ ଏକ ମୋଇଲ ଫୋନ୍‌ ଥିବା ଦେଖିବାକୁ ମିଳିଥିଲା। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୬ ମାସ ହେବ ଏହି ମୋବାଇଲ ଫୋନ୍‌ ଉକ୍ତ ବ୍ୟକ୍ତିଙ୍କ ପେଟ ଭିତରେ ଥିଲା।

ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଇଜିପ୍ଟରୁ। ମିରର୍‌ ୟୁକେର ରିପୋର୍ଟ ମୁତାବକ, ଏଠାରେ ଜଣେ ୩୩ ବର୍ଷୀୟ ବ୍ୟକ୍ତିଙ୍କ ପେଟ ଅପରେସନ ଇଜିପ୍ଟର ଅସୱାନ ୟୁନିର୍ଭସିଟି ହସ୍ପିଟାଲରେ ହୋଇଥିଲା। ଡାକ୍ତରମାନେ ତାଙ୍କ ପେଟରୁ 'ନୋକିଆ-୩୩୧୦'ର ଏକ ପୂରା ମୋବାଇଲ ବାହାର କରିଥିଲେ। ଏହି ମୋବାଇଲ୍ ଗତ ୬ ମାସ ଧରି ତାଙ୍କ ପେଟ ଭିତରେ ଥିଲା।

ତେବେ ଉକ୍ତ ରୋଗୀଙ୍କ ପେଟ ଭିତରକୁ କିପରି ଏହି ମୋବାଇଲ ଗଲା, ସେ କିଭଳି ଏହାକୁ ଗିଳି ଥିଲେ ତାହା ବର୍ତ୍ତମାନ ଜଣା ପଡିନାହିଁ। ରୋଗୀ ଜଣକ ଆଶା କରିଥିଲେ ଯେ ତାଙ୍କ ପେଟରେ ଥିବା ମୋବାଇଲ୍ ସ୍ୱାଭାବିକ ଭାବେ ବାହାରକୁ ଆସିବ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହା ତାଙ୍କ ପେଟରେ ହିଁ ଅଟକି ରହିଯାଇଥିଲା। ଦୀର୍ଘ ଦିନ ଧରି ସେ ଖାଇବା ପିଇବାରେ ଅସୁବିଧା ଭୋଗୁଥିଲେ। କିଛି ସମୟ ପରେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା, ଯେଉଁଥିପାଇଁ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକତା ପଡିଥିଲା।

ଯେତେବେଳେ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ ପ୍ରଥମେ ତାଙ୍କ ପେଟ ଭିତରେ କିଛି ସଂକ୍ରମଣ ହୋଇଥିବା ଭାବି ଡାକ୍ତର ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ଯେତେବେଳେ ତାଙ୍କ ପେଟରେ ମୋବାଇଲ୍ ଫୋନ୍ ଅଛି ବୋଲି ଜଣିଥିଲେ, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ୟୁଏଇ ଗଣମାଧ୍ୟମ ଗଲ୍ଫ ଟୁଡେ ଅନୁଯାୟୀ, ସେ ପ୍ରଥମ ଥର ପାଇଁ ଏପରି ଏକ ମାମଲା ଦେଖିଛନ୍ତି ବୋଲି ଆସୱାନ ୟୁନିଭରସିଟି ହସପିଟାଲର ନିର୍ଦ୍ଦେଶକ ବୋର୍ଡର ଚେୟାରମ୍ୟାନ୍ ମହମ୍ମଦ ଉଲ-ଦହଶୌରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos