ସବୁଠୁ ଦୁର୍ବଳ, ଦେଶ ପାଇଁ କ୍ଷତିକାରକ ମୋଦି ସରକାର: କଂଗ୍ରେସ

ନୂଆଦିଲ୍ଲୀ: ଗୋଟିଏ ପଟେ କେନ୍ଦ୍ରର ମୋଦି ସରକାର ଦ୍ୱିତୀୟ ପାଳିର ଦୁଇ ବର୍ଷ ପୂରଣ କରିଛି।  ଦୀର୍ଘ ୭ ବର୍ଷରେ ଅନେକ ସଫଳତା ହାସଲ କରିଛି ବୋଲି କେନ୍ଦ୍ରର ମୋଦି ସରକାର କହିଛନ୍ତି। ହେଲେ ବିରୋଧୀ କଂଗ୍ରେସ କିନ୍ତୁ ଅନେକ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରକୁ ଦୀର୍ଘ ୭୩ ବର୍ଷରେ ସବୁଠୁ ଦୁର୍ବଳ ସରକାର ବୋଲି କହିବା ସହିତ ଦେଶ ପାଇଁ କ୍ଷତିକାରକ ବୋଲି ଦେଶର ଏହି ସର୍ବପୁରାତନ ଦଳ କହିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସିଂ […]

Randeep_Singh_Surjewala

Subhransu Sekhar
  • Published: Sunday, 30 May 2021
  • , Updated: 30 May 2021, 04:36 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ କେନ୍ଦ୍ରର ମୋଦି ସରକାର ଦ୍ୱିତୀୟ ପାଳିର ଦୁଇ ବର୍ଷ ପୂରଣ କରିଛି।  ଦୀର୍ଘ ୭ ବର୍ଷରେ ଅନେକ ସଫଳତା ହାସଲ କରିଛି ବୋଲି କେନ୍ଦ୍ରର ମୋଦି ସରକାର କହିଛନ୍ତି। ହେଲେ ବିରୋଧୀ କଂଗ୍ରେସ କିନ୍ତୁ ଅନେକ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରକୁ ଦୀର୍ଘ ୭୩ ବର୍ଷରେ ସବୁଠୁ ଦୁର୍ବଳ ସରକାର ବୋଲି କହିବା ସହିତ ଦେଶ ପାଇଁ କ୍ଷତିକାରକ ବୋଲି ଦେଶର ଏହି ସର୍ବପୁରାତନ ଦଳ କହିଛି।

କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ପ୍ରେସ କନଫରେନସ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଭାବରେ ୭ ବର୍ଷ କାର୍ଯ୍ୟକାଳ ଅବସରରେ ଏ ସରକାର ସମ୍ପୂର୍ଣ୍ଣ ଭାବରେ ବିଫଳ, ଅଯୋଗ୍ୟ ସରକାର। ୭ ବର୍ଷରେ ବେକାରୀ ୧୧.୩ ପ୍ରତିଶତକୁ ବୃଦ୍ଧି ପାଇଥିବାରୁ ଦେଶ ଯନ୍ତ୍ରଣା ଭୋଗୁଛି। ପେଟ୍ରୋଲ ଦର ଅନେକ ରାଜ୍ୟରେ ୧୦୦ ଟଙ୍କା ଏବଂ ସୋରିଷ ତେଲ ୨୦୦ ଟଙ୍କା ପାର ହୋଇଛି। ୭୩ ବର୍ଷ ମଧ୍ୟରେ ଏହା ଦେଶର ସବୁଠାରୁ ଦୁର୍ବଳ ସରକାର ବୋଲି ଏଥିରୁ ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି।

ମୋଦି ସରକାର ନେତୃତ୍ୱରେ ଦେଶର ଜିଡିପି ହ୍ରାସ ପାଇଛି, କରୋନା ବେଳେ ଅନେକ ଲୋକ ପ୍ରାଣ ହରାଇଛନ୍ତି। କିନ୍ତୁ ସରକାର ଏଥିପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ଚୁପ୍ ବସିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସାଧାରଣ ଲୋକ ମଧ୍ୟ କେନ୍ଦ୍ରର ବିଫଳତକୁ ହୃଦବୋଧ କରିଛନ୍ତି ବୋଲି ସେ କହିଛନ୍ତି।

କରୋନାର ଦ୍ୱିତୀୟ ଲହର ଯୋଗୁଁ ଦେଶରେ ଭୟ, ଶୋକ, ଭୟ ଏବଂ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଭାରତରେ କରୋନା ସଂକ୍ରମଣ ବଢୁଥିବା ଦେଖି ସମଗ୍ର ବିଶ୍ୱରେ ଆଲୋଚନା ହେଉଛି। ଦେଶ ଏବେ ଉଭୟ ଅର୍ଥନୀତି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ସଙ୍କଟ ଦେଇ ଗତି କରୁଛି। ଆଗାମୀ ଦିନରେ ପରିସ୍ଥିତି ଅତ୍ୟନ୍ତ ଭୟଭୀତ ହେବ। ଏ ନେଇ ସମସ୍ତ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି। ସେହିପରି ଏହି ସରକାର ସମୟରେ ବେକାରୀ ଚରମ ସୀମାରେ ପହଞ୍ଚିଛି। ଦେଶ ପାଇଁ ଏହି ସରକାର କ୍ଷତିକାରକ ବୋଲି ସୁରଜେଓ୍ୱାଲା କହିଛନ୍ତି।

ସୂଚନାଯୋଗ୍ୟ, କରୋନା ମହାମାରୀ ବେଳେ ବିରୋଧୀ କଂଗ୍ରେସ କ୍ରମାଗତ ଭାବେ ମୋଦି ସରକାର ଉପରେ ଆକ୍ରମଣ କରୁଛି। ପ୍ରଥମେ ଟିକାକୁ ନେଇ ବିରୋଧୀ କଂଗ୍ରେସ ପ୍ରଶ୍ନ ଉଠାଇଥିବା ବେଳେ ଦ୍ୱିତୀୟରେ ଟିକାର ଅଭାବକୁ ନେଇ ପ୍ରଶ୍ନ ଉଠାଇଛି।

https://odishareporter.in/nation-world/india/achievements-of-past-7-years-are-those-of-the-nation-pm-modi-647174

Related story