ନାଇଟ କର୍ଫ୍ୟୁ ବଦଳରେ କରୋନା କର୍ଫ୍ୟୁ ଲାଗୁ କରିବାକୁ କହିଲେ ମୋଦି

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ନାଇଟ କର୍ଫ୍ୟୁ ଲଗାଇବାକୁ ହେବ। ନାଇଟ୍‌ କର୍ଫ୍ୟୁ ସଂକ୍ରମଣ ଚେନ୍‌ ଭାଙ୍ଗିବାର ଭଲ ଉପାୟ। ତେବେ ରାଜ୍ୟମାନେ ଏହି ନାଇଟ କର୍ଫ୍ୟୁର ନାଁକୁ ବଦଳାଇ ଏହକୁ କରୋନା କର୍ଫ୍ୟୁ ଭାବେ ନାମିତ କରନ୍ତୁ। କରୋନା କର୍ଫ୍ୟୁ ରାତି ୯ଟାରୁ ରାଜ୍ୟମାନେ ଲାଗୁ କରି ଭୋର ଯାଏ ଏହାକୁ ବଳବତ୍ତର ରଖନ୍ତୁ। କରୋନା କର୍ଫ୍ୟୁ ଲାଗୁ କଲେ, ଲୋକେ ମହାମାରୀ ଏବେ ବି ରହିଛି ବୋଲି ଲୋକେ ଅନୁଭବ କରିବେ। ଆଜି […]

Modi

Hemant Lenka
  • Published: Thursday, 08 April 2021
  • , Updated: 08 April 2021, 09:43 PM IST

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ନାଇଟ କର୍ଫ୍ୟୁ ଲଗାଇବାକୁ ହେବ। ନାଇଟ୍‌ କର୍ଫ୍ୟୁ ସଂକ୍ରମଣ ଚେନ୍‌ ଭାଙ୍ଗିବାର ଭଲ ଉପାୟ। ତେବେ ରାଜ୍ୟମାନେ ଏହି ନାଇଟ କର୍ଫ୍ୟୁର ନାଁକୁ ବଦଳାଇ ଏହକୁ କରୋନା କର୍ଫ୍ୟୁ ଭାବେ ନାମିତ କରନ୍ତୁ। କରୋନା କର୍ଫ୍ୟୁ ରାତି ୯ଟାରୁ ରାଜ୍ୟମାନେ ଲାଗୁ କରି ଭୋର ଯାଏ ଏହାକୁ ବଳବତ୍ତର ରଖନ୍ତୁ। କରୋନା କର୍ଫ୍ୟୁ ଲାଗୁ କଲେ, ଲୋକେ ମହାମାରୀ ଏବେ ବି ରହିଛି ବୋଲି ଲୋକେ ଅନୁଭବ କରିବେ। ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବା ବେଳେ ଏପରି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା ମୋଦି ସ୍ୱୀକାର କରିଛନ୍ତି। ତେବେ ପୁଣିଥରେ ଦେଶରେ ଲକଡାଉନ ଓ ଶଟଡାଉନ ଲାଗୁ ହେବ ନାହିଁ ବୋଲି ମୋଦିଙ୍କ କଥାରୁ ସ୍ପଷ୍ଟ ହୋଇଛି। ସେ ଟ୍ରପିଲ ଟି- ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ସବୁ ରାଜ୍ୟ ସରକାରମାନଙ୍କୁ କହିଛନ୍ତି।

ସେ କହିଛନ୍ତି, କରୋନାର ଦ୍ୱିତୀୟ ଲହରୀ ପ୍ରଥମ ଲହରୀ ଅପେକ୍ଷା ଅଧିକ ଭୟଙ୍କର ହୋଇଛି। ପ୍ରଥମ ଲହରୀ ତୁଳନାରେ ଦ୍ୱିତୀୟ ଲହରୀ କିଛି ରାଜ୍ୟକୁ ଅଧିକ ପ୍ରଭାବିତ କରିଛି। ଲୋକମାନେ ପୂର୍ବାପେକ୍ଷା ଅଧିକ ଖାମ ଖିଆଲି ହୋଇଯିବାରୁ ସଂକ୍ରମଣ ବୃଦ୍ଧି ପାଇଛି। ଆମକୁ ଟେଷ୍ଟିଂ ବୃଦ୍ଧି କରିବାକୁ ହେବ।

ମୋଟ ଟେଷ୍ଟିଂର ୭୦% ଆରଟି-ପିସିଆର ପଦ୍ଧତିରେ କରିବାକୁ ପଡ଼ିବ। ଏହାଦ୍ୱାରା ଲକ୍ଷଣହୀନ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇପାରିବେ। ଆମକୁ ପଜିଟିଭ ରେଟ୍‌ ଯେମିତି ହେଲେ ବି ୫%ରୁ କମ କରିବାକୁ ହେବ। ପଜିଟିଭ ଚିହ୍ନଟ ହେଉଥିବା ଲୋକଙ୍କର ୩୦ଟି କଣ୍ଟାକ୍ଟ ଟ୍ରେସିଂ କରାଯାଉ। ସଂକ୍ରମଣ ବଢ଼ୁଛି ସତ, ହେଲେ ଆମକୁ ଦେଶର ଅର୍ଥନୀତି କଥା ବିଚାର କରିବାକୁ ପଡ଼ିବ। ଏଥର ବଡ଼ ନୁହେଁ, ମାଇକ୍ରୋ କଣ୍ଟେନମେଣ୍ଟକୁ ଗୁରୁତ୍ୱ ଦେବାକୁ ପଡ଼ିବ।

ଲୋକଙ୍କୁ ସଚେତନ କରିବାକୁ ହେବ। ସେଲେବ୍ରିଟିମାନେ ଆଗକୁ ଆସି ଲୋକଙ୍କୁ ସଚେନ କରନ୍ତୁ। ରାଜ୍ୟ ସରକାରମାନେ ବିଭିନ୍ନ କାର୍ଯ୍ୟକ୍ରମ କରି ଲୋକମାନେ କେମିତି କରୋନା କଟକଣା ମାନିବେ, ସେ ଦିଗରେ ବୁଝାନ୍ତୁ। ଆମ ପାଖରେ ଟିକା ଭଳି ଅମଘୋ ଅସ୍ତ୍ର ରହିଛି। ଆସନ୍ତା ୧୧ରୁ ୧୪ ଟିକା ଉତ୍ସବ ଭାବେ ପାଳନ କରନ୍ତୁ। ଟିକା ଯେମିତି ନଷ୍ଟ ନ ହେବ, ତା’ର ବ୍ୟବସ୍ଥା କରିବା। ଏହି ଉତ୍ସବ ବେଳେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ଓ ଯେମିତି ଟିକା ଅପଚୟକୁ ଜିରୋ କରିବା। ବର୍ତ୍ତମାନ ଦେଶରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ହେଉଛି। ସବୁ ରାଜ୍ୟରେ ଯେମିତି ଶତପ୍ରତିଶତ ଏହି ବର୍ଗର ଲୋକ ଟିକା ନେବେ, ତା’ର ବ୍ୟବସ୍ଥା ସରକାର କରନ୍ତୁ।

ଗୋଟିଏ ରାଜ୍ୟରେ ସବୁ ଟିକା ବ୍ୟବହାର କରିଦେଲେ କିଛି ବି ଲାଭ ହେବନାହିଁ। ପୂରା ଦେଶରେ ଆମକୁ ସଂକ୍ରମଣ ରୋକିବାକୁ ହେବ। ଟିକା ନେବା ପରେ ବି ଆମକୁ ମାସ୍କ ପିନ୍ଧିବାକୁ ହେବ। ଆଦୌ ଢିଲାପଣ ଗ୍ରହଣୀୟ ନୁହେଁ। ପୂର୍ବରୁ ଆମେ ଯେମିତି କରୋନାକୁ ନିୟନ୍ତ୍ରଣ କରିଥିଲେ, ଏବେ ବି ଆମେ ଏହା ବିରୋଧରେ ଲଢ଼େଇ କରିବାକୁ ହେବ। ମୋର ବିଶ୍ୱାସ ଆମେ ସମସ୍ତେ ପୁଣି ବିଜୟ ହେବା।

Related story