ଆଡ୍‌ଭୋକେଟ୍‌ଙ୍କ ହାତରୁ ମାଙ୍କଡ଼ ଝାମ୍ପି ନେଲା ବ୍ୟାଗ୍‌, ଥିଲା ୨ ଲକ୍ଷ ଟଙ୍କା

ବରେଲୀ: ସାଧାରଣତଃ ବ୍ୟାଗ୍‌ରେ ବା ପକେଟ୍‌ରେ ଅଧିକ ଟଙ୍କା ନେଇ ଗଲା ବେଳେ ଲୁଟ୍‌ର ଶିକାର ହେବାର ଆଶଙ୍କା ଥାଏ। ସେଥିପାଇଁ ସମସ୍ତେ ଅଳ୍ପେ ବହୁତେ ସତର୍କ ରହନ୍ତି। କିନ୍ତୁ ମଧ୍ୟ ପ୍ରଦେଶର ଜଣେ ଓକିଲଙ୍କ ସହିତ ଯାହା ଘଟିଲା, ସେ କେବେ ବି ତା’ର କଳ୍ପନା କରି ନଥିବେ। ସେ କେବେ ଭାବି ନଥିବେ ଯେ ଗୋଟିଏ ମାଙ୍କଡ଼ ତାଙ୍କ ଟଙ୍କା ନେଇଯିବ। ଏହି ଆଡ୍‌ଭୋକେଟ୍‌ଙ୍କ ନାଁ ବିନୋଦ କୁମାର ଶର୍ମା। ସେ ଏକ ଜମିର […]

Monkey Sitting On The Tree

Monkey Sitting On The Tree

Jitendra Garnayak
  • Published: Saturday, 18 September 2021
  • Updated: 18 September 2021, 02:38 PM IST

Sports

Latest News

ବରେଲୀ: ସାଧାରଣତଃ ବ୍ୟାଗ୍‌ରେ ବା ପକେଟ୍‌ରେ ଅଧିକ ଟଙ୍କା ନେଇ ଗଲା ବେଳେ ଲୁଟ୍‌ର ଶିକାର ହେବାର ଆଶଙ୍କା ଥାଏ। ସେଥିପାଇଁ ସମସ୍ତେ ଅଳ୍ପେ ବହୁତେ ସତର୍କ ରହନ୍ତି। କିନ୍ତୁ ମଧ୍ୟ ପ୍ରଦେଶର ଜଣେ ଓକିଲଙ୍କ ସହିତ ଯାହା ଘଟିଲା, ସେ କେବେ ବି ତା’ର କଳ୍ପନା କରି ନଥିବେ। ସେ କେବେ ଭାବି ନଥିବେ ଯେ ଗୋଟିଏ ମାଙ୍କଡ଼ ତାଙ୍କ ଟଙ୍କା ନେଇଯିବ।

ଏହି ଆଡ୍‌ଭୋକେଟ୍‌ଙ୍କ ନାଁ ବିନୋଦ କୁମାର ଶର୍ମା। ସେ ଏକ ଜମିର ରେଜିଷ୍ଟ୍ରେସନ୍ ପାଇଁ ଷ୍ଟାମ୍ପ ପେପର କିଣିବାକୁ ୨ ଲକ୍ଷ ଟଙ୍କା ନେଇ ରାମପୁରର ଶହାବାଦ କୋର୍ଟକୁ ଯାଇଥିଲେ। ଆଉ ସେ କୋର୍ଟ ପରିସରରେ ଥିବା ବେଳେ ଗୋଟିଏ ମାଙ୍କଡ଼ ତାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ଟିକୁ ଝାମ୍ପି ନେଇ ଏକ ବଡ଼ ନିମ୍ବ ଗଛ ଉପରକୁ ଚଢ଼ି ଯାଇଥିଲା।

ଏହା ପରେ ନିରୂପାୟ ବିନୋଦ ଜୋରରେ ପାଟି କରିଥିଲେ। ତାଙ୍କ ପାଟି ଶୁଣି ଅନ୍ୟମାନେ ସେଠାରେ ଜମା ହୋଇଗଲେ। ସେମାନେ ବି ପାଟି କରିଥିଲେ। ଏହି ସମୟରେ ମାଙ୍କଡ଼ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ତଳକୁ ଫୋପାଡ଼ି ଦେଇଥିଲା। ତେବେ ବ୍ୟାଗ୍‌ଟିକୁ ଫୋପାଡ଼ି ଦେବା ପୂର୍ବରୁ ସେ ୫୦ ହଜାର ଲେଖାଏଁ ଥିବା ଦୁଇଟି ନୋଟ୍ ବିଡ଼ା ରଖି ପକାଇଥିଲା।

ବ୍ୟାଗ୍‌ଟି ତଳେ ପଡ଼ିବା ପରେ ବିନୋଦ ଅତି ସହଜରେ ଲକ୍ଷେ ଟଙ୍କା ପାଇଯାଇଥିଲେ। କିନ୍ତୁ ବାକି ଟଙ୍କା ପାଇବା ପାଇଁ ସେ ଝାଳନାଳ ହୋଇଯାଇଥିଲେ। ଏମିତିକି ଲୋକଙ୍କ ଗୋଡ଼ହାତ ଧରିବାକୁ ପଡ଼ିଥିଲା। କାରଣ ମାଙ୍କଡ଼ଟି ଯେଉଁ ଦୁଇଟି ନୋଟ୍ ବିଡ଼ା ନେଇ ଯାଇଥିଲା, ସେଗୁଡ଼ିକୁ ଛିଣ୍ଡାଇ ନୋଟ୍ ଗୁଡ଼ିକୁ ଏତେତେଣ ବିକ୍ଷିପ୍ତ ଭାବେ ଫୋପାଡ଼ି ଦେଇଥିଲା। ଏହା ପରେ ସେଠାରେ ଜମା ହୋଇଥିବା କିଛି ଲୋକଙ୍କ ମଧ୍ୟରେ ନୋଟ୍ ଗୁଡ଼ିକୁ ଗୋଟାଇ ନେଇ ଯିବା ପାଇଁ ପ୍ରତିଯୋଗିତା ଲାଗି ଯାଇଥିଲା। ତେବେ ବିନୋଦଙ୍କ ଅବସ୍ଥା କିଛି ଲୋକ ବୁଝିପାରିଥିଲେ। ସେମାନେ ନୋଟ୍ ଗୋଟାଇ ନେଇଯାଉଥିବା ଲୋକଙ୍କୁ ସେମିତି ନ କରିବାକୁ ତାଗିଦ କରିଥିଲେ। ଏହା ସହିତ ତଳେ ବିକ୍ଷିପ୍ତ ଭାବେ ଏଥେତେଣ ପଡ଼ିଥିବା ନୋଟ୍ ଗୁଡ଼ିକୁ ଗୋଟାଇ ବିନୋଦଙ୍କୁ ଦେଇଥିଲେ।

ମାଙ୍କଡ଼ ଜଳେ ଫିଙ୍ଗି ଦେଇଥିବା ଲକ୍ଷେ ଟଙ୍କାରୁ ବିନୋଦ ୯୫ ହଜାର ଟଙ୍କା ଫେରିପାଇଲେ। କିନ୍ତୁ ଆଉ ୫ ହଜାର ଟଙ୍କା ପାଇଲେ ନାହିଁ। ହୁଏତ କିଛି ଲୋକ ସେହି ଟଙ୍କା ନେଇ ଯାଇଥିଲେ। ତେବେ ଏଥିପାଇଁ ବିନୋଦ ସେମାନଙ୍କୁ ଦୋଷ ଦେଇ ନଥିଲେ କି ପୁଲିସ୍‌ରେ ଅଭିଯୋଗ କରି ନଥିଲେ। ତାଙ୍କ କହିବା ଅନୁଯାୟୀ, କିଛି ଲୋକ ସାହାଯ୍ୟ କରିବାକୁ ସେ ଉକ୍ତ ୯୫ ହଜାର ଟଙ୍କା ଫେରି ପାଇଲେ।

ଅଫନ ଅହମଦ ନାମକ ଜଣେ ବ୍ୟକ୍ତି ଏହି ପୂରା ଘଟଣାର ଦୃଶ୍ୟକୁ ନିଜ ମୋବାଇଲରେ ଉତ୍ତୋଳନ କରିଥିଲେ। ତାଙ୍କ କହିବା ଅନୁଯାୟୀ ଟଙ୍କା ପାଇବା ପାଇଁ ବିନୋଦ ବହୁତ କଷ୍ଟ କରି ଥିଲେ। ସେ ଦୁଇ ଥର ଗଛକୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ଏପରିକି ବର୍ଷା ଯୋଗୁ ସେହି ସ୍ଥାନରେ ଦୁଇ ଥର ତାଙ୍କ ଗୋଡ଼ ଖସି ଯିବାରୁ ସେ ତଳେ ପଡ଼ିଯାଇଥିଲେ। ପ୍ରାୟ ଅଧାଘଣ୍ଟାର କସରତ ପରେ ସେ ତାଙ୍କ ଟଙ୍କା ଫେରି ପାଇଥିଲେ।

ସେ କହିଛନ୍ତି, ୨୦୧୮ ମସିହାରେ ମଧ୍ୟ ଶହାବାଦ କୋର୍ଟ ପରିସରରେ ଏମିତି ଏକ ଘଟଣା ଘଟିଥିଲା। ଜଣେ କିରାଣିଙ୍କ ଠାରୁ ମାଙ୍କଡ଼ଟିଏ ୫ ହଜାର ଟଙ୍କା ଛଡ଼ାଇ ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos