ବିନା ଅନୁମତିରେ କମ୍ପାନୀ ଖୋଲିଥିଲା ମୁର୍ବି ଝୁଲାପୋଲ

ଅହମ୍ମଦାବାଦ: ବିନା ଅନୁମତିରେ କମ୍ପାନୀ ଖୋଲିଥିଲା ଝୁଲାପୋଲ। ଗୁଜରାଟ ମୋର୍ବି ଝୁଲାପୋଲ ଭୁଶୁଡ଼ିବା ଘଟଣାରେ ନୂଆ ତଥ୍ୟ ଆସିଛି। ଝୁଲାପୋଲ ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ନେଇଥିବା କମ୍ପାନୀ କୌଣସି ଅନୁମତି ନ ନେଇ ଓ ମରାମତି ସମ୍ପର୍କରେ ନ ଜଣାଇ ସାଧାରଣ ଯାତ୍ରୀଙ୍କ ବ୍ୟବହାର ପାଇଁ ଖୋଲିଦେଇଥିଲା।ଏ ନେଇ ମୋର୍ବି ମୁନିସିପାଲିଟି ହାଇକୋର୍ଟକୁ ଅବଗତ କରିଛି।  ଏହି ଦୁର୍ଘଟଣାରେ ୧୩୫ ଜଣ ପ୍ରାଣ ହରାଇଥିଲେ। ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ମୋର୍ବି ମ୍ୟୁନିସିପାଲିଟି କହିଛି ଯେ […]

Morbi accident

Morbi accident

Tapas Behera
  • Published: Friday, 18 November 2022
  • Updated: 18 November 2022, 08:25 AM IST

Sports

Latest News

ଅହମ୍ମଦାବାଦ: ବିନା ଅନୁମତିରେ କମ୍ପାନୀ ଖୋଲିଥିଲା ଝୁଲାପୋଲ। ଗୁଜରାଟ ମୋର୍ବି ଝୁଲାପୋଲ ଭୁଶୁଡ଼ିବା ଘଟଣାରେ ନୂଆ ତଥ୍ୟ ଆସିଛି। ଝୁଲାପୋଲ ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ନେଇଥିବା କମ୍ପାନୀ କୌଣସି ଅନୁମତି ନ ନେଇ ଓ ମରାମତି ସମ୍ପର୍କରେ ନ ଜଣାଇ ସାଧାରଣ ଯାତ୍ରୀଙ୍କ ବ୍ୟବହାର ପାଇଁ ଖୋଲିଦେଇଥିଲା।ଏ ନେଇ ମୋର୍ବି ମୁନିସିପାଲିଟି ହାଇକୋର୍ଟକୁ ଅବଗତ କରିଛି।  ଏହି ଦୁର୍ଘଟଣାରେ ୧୩୫ ଜଣ ପ୍ରାଣ ହରାଇଥିଲେ। ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ମୋର୍ବି ମ୍ୟୁନିସିପାଲିଟି କହିଛି ଯେ ୨୦୨୨ ମାର୍ଚ୍ଚ ୮ରେ ହୋଇଥିବା ବୁଝାମଣା ଅନୁଯାୟୀ, ଅଜନ୍ତା କମ୍ପାନୀ (ଓରେଭା ଗ୍ରୁପ) ୮ରୁ ୧୨ ମାସ ସମୟ ମଧ୍ୟରେ ଏହାର ନବୀକରଣ କରିବା ପରେ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଉନ୍ମୁକ୍ତ ହେବା କଥା । କିନ୍ତୁ ଗତ ଅକ୍ଟୋବର ୩୦ରେ ଏହି ପୋଲ ଖୋଲା ଯିବାର ୫ ଦିନ ପରେ  ଏହି ଝୁଲାପୋଲ ଛିଡିଯାଇଥିଲା।

ଫଳରେ ନଦୀ ମଧ୍ୟକୁ ଖସିପଡି ୧୩୫ ଜଣ ପ୍ରାଣ ହରାଇଥିଲେ। ମୋର୍ବି ଝୁଲାପୋଲ ଦୁର୍ଘଟଣା ପ୍ରସଙ୍ଗରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ। ସମଗ୍ର ଘଟଣା ସମ୍ପର୍କରେ କୋର୍ଟ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। କୋର୍ଟ ରାଜ୍ୟ ଗୃହ ଏବଂ ସହରାଞ୍ଚଳ ଆବାସ ବିଭାଗ, ମାନବାଧିକାର କମିସନ ଏବଂ ମୋର୍ବି ମ୍ୟୁନିସପାଲିଟିକୁ ନୋଟିସ୍‌ କରିଛନ୍ତି। ସୂତ୍ର ଅନୁଯାୟୀ, ଓରେଭା ପୌର ପ୍ରଶାସନ ପକ୍ଷରୁ ଫିଟନେସ୍ ସାର୍ଟିଫିକେଟ୍ ନନେଇ ଧାର୍ଯ୍ୟ ସମୟ ପୂର୍ବରୁ ଝୁଲାପୋଲ ଖୋଲିଥିଲେ।

ମାର୍ଚ୍ଚରେ ଐତିହାସିକ ଝୁଲାପୋଲର ମରାମତି କାର୍ଯ୍ୟ ପାଇଁ କମ୍ପାନିକୁ ଦାୟିତ୍ବ ଦିଆଯାଇଥିଲା। ୭ମାସ ପରେ, ଅକ୍ଟୋବର ୨୬ରେ ଗୁଜୁରାଟୀ ନୂତନ ବର୍ଷ ପାଳନ କରାଯିବା ସମୟରେ ଏହି ସେତୁ ଜନସାଧାରଣଙ୍କ ପାଇଁ ଖୋଲାଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ଏବଂ ମରାମତି ପାଇଁ ସେତୁକୁ ଅତି କମରେ ୮ରୁ ୧୨ମାସ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କମ୍ପାନି କରିଥିବା ଚୁକ୍ତିନାମାରେ କୁହାଯାଇଥିଲା। ହେଲେ ଚୁକ୍ତିନାମା ଅନୁଯାୟୀ କାମ ନକରି ଏହାକୁ ଧାର୍ଯ୍ୟ ସମୟ ପୂର୍ବରୁ ଲୋକଙ୍କ ପାଇଁ ଖୋଲି ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos