କୁମ୍ଭ ମେଳାରେ କରୋନା ବିସ୍ଫୋରଣ: ହରିଦ୍ୱାରରେ ଚିହ୍ନଟ ହେଲେଣି ୨୧୬୭ ସଂକ୍ରମିତ

ହରିଦ୍ୱାର: ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ କୁମ୍ଭ ମେଳାରେ କରୋନା ଭାଇରସର ବିସ୍ଫୋରଣ ଦେଖିବାକୁ ମିଳିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ଭୃକ୍ଷେପ କରି ହିନ୍ଦୁ ଧର୍ମର ଲକ୍ଷାଧିକ ଶ୍ରଦ୍ଧାଳୁ ଉତ୍ତରାଖଣ୍ଡର ହରିଦ୍ୱାରରେ ଆୟୋଜିତ କୁମ୍ଭମେଳାରେ ସାମିଲ ହେବାରେ ଲାଗିଛନ୍ତି। କୁମ୍ଭମେଳାରେ ସାମିଲ ହେଉଥିବା ଶ୍ରଦ୍ଧାଳୁ ଓ ସନ୍ଥମାନେ ମାସ୍କ କିମ୍ବା ସାମାଜିକ ଦୂରତା ଅବଲମ୍ବନ କରୁନାହାନ୍ତି। ଏହି କାରଣରୁ ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ […]

Kumbha-Mela

Kumbha-Mela

Hemant Lenka
  • Published: Thursday, 15 April 2021
  • Updated: 15 April 2021, 03:04 PM IST

Sports

Latest News

ହରିଦ୍ୱାର: ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ କୁମ୍ଭ ମେଳାରେ କରୋନା ଭାଇରସର ବିସ୍ଫୋରଣ ଦେଖିବାକୁ ମିଳିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ଭୃକ୍ଷେପ କରି ହିନ୍ଦୁ ଧର୍ମର ଲକ୍ଷାଧିକ ଶ୍ରଦ୍ଧାଳୁ ଉତ୍ତରାଖଣ୍ଡର ହରିଦ୍ୱାରରେ ଆୟୋଜିତ କୁମ୍ଭମେଳାରେ ସାମିଲ ହେବାରେ ଲାଗିଛନ୍ତି।

କୁମ୍ଭମେଳାରେ ସାମିଲ ହେଉଥିବା ଶ୍ରଦ୍ଧାଳୁ ଓ ସନ୍ଥମାନେ ମାସ୍କ କିମ୍ବା ସାମାଜିକ ଦୂରତା ଅବଲମ୍ବନ କରୁନାହାନ୍ତି। ଏହି କାରଣରୁ ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଗତ ୫ ଦିନରେ ହରିଦ୍ୱାରରେ ୨୧୬୭ ଜଣ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କୁମ୍ଭମେଳାରେ ଯୋଗ ଦେଇଥିବା ଶ୍ରଦ୍ଧାଳୁ ଓ ସନ୍ଥଙ୍କ ସଂଖ୍ୟା ୧୭ ଶହରୁ ଅଧିକ ରହିଛି।

ଅନେକ ଶ୍ରଦ୍ଧାଳୁ ଓ ସନ୍ଥଙ୍କ ଟେଷ୍ଟ ରିପୋର୍ଟ ଆସିବାକୁ ଥିବାରୁ ସଂଖ୍ୟା ୨ ହଜାର ଟପିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଦିନକୁ ଦିନ କୁମ୍ଭମେଳା ଯୋଗୁ ସଂକ୍ରମଣ ବଢ଼ୁଥିଲେ ହେଁ ପ୍ରଶାସନ ଏହାକୁ ବନ୍ଦ କରିବ ନାହିଁ ବୋଲି କହିଛନ୍ତି। ହରିଦ୍ୱାର ଜିଲ୍ଲା ମାଜିଷ୍ଟ୍ରେଟ ଦୀପକ ରାୱତ କହିଛନ୍ତି, ପୂର୍ବରୁ କୁମ୍ଭମେଳା ଜାନୁଆରୀରେ ହେବାର ଥିଲା। କିନ୍ତୁ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଏହାକୁ ଏପ୍ରିଲରୁ ଆରମ୍ଭ କରିଛନ୍ତି। ଏବେ ଏହାର ଧାର୍ଯ୍ୟ ସମୟକୁ ହ୍ରାସ କରାଯିବାର କୌଣସି ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।

ବୁଧବାର ହରିଦ୍ୱାରରେ ୫୨୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ସେହିପରି ୨ ଜଣ କରୋନାରେ ପ୍ରାଣ ମଧ୍ୟ ହରାଇଥିଲେ। ଜିଲ୍ଲାରେ ଆକ୍ଟିଭ କେସ୍‌ ସଂଖ୍ୟା ୩,୧୭୯ ରହିଛି। ମଙ୍ଗଳବାର ଜିଲ୍ଲାରେ ୫୯୪ ଓ ସୋମବାର ୪୦୮ ଜଣ କାରୋନାରେ ସଂକ୍ରମିତ ହୋଇଥିଲେ। ଗତ ୫ ଦିନରେ ମୋଟ ୨୧୬୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା।

କୁମ୍ଭେମେଳାରେ ଦୈନିକ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବାରୁ ସମସ୍ତଙ୍କ ଟେଷ୍ଟ କରିବା ମଧ୍ୟ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏପ୍ରିଲ ୧୩ ଓ ୧୪ରେ ଶାହି ସ୍ନାନ ବା ବୁଡ଼ ପକାଇବାକୁ ଆସିଥିବା ମାତ୍ର ୩୯ ହଜାର ଲୋକଙ୍କ ଟେଷ୍ଟ ହୋଇପାରିଛି। କୋର୍ଟ ୫୦ ହଜାର ଟେଷ୍ଟ ଦୈନିକ କରିବାକୁ କହିଥିଲେ ହେଁ ଉତ୍ତରାଖଣ୍ଡ ସରକାର ଏହି ଟାର୍ଗେଟରୁ ବହୁ ଦୂରରେ ରହିଛନ୍ତି। ସ୍ଥିତି ଦିନକୁ ଦିନ ବିଗୁଡ଼ୁଥିଲେ ହେଁ କେହି ବି ଏଥିପ୍ରତି ଯତ୍ନବାନ ହେଉନାହାନ୍ତି। ଫଳରେ କରୋନାର ଦ୍ୱିତୀୟ ଲହରୀ ଉତ୍ତରାଖଣ୍ଡ ସହ ସମଗ୍ର ଦେଶରେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story