କେନ୍ଦ୍ରମନ୍ତ୍ରୀ ମାନେ ଟିକା ପାଇଁ ପଇସା ଦେବାକୁ ଚାହୁଁଛନ୍ତି: ରବି ଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ମାର୍ଚ୍ଚ ୧ରୁ ସାରାଦେଶରେ ଘରୋଇ ଟିକାକରଣ ଆରମ୍ଭ ହେବ। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି। ହେଲେ ଯେଉଁମାନେ ଘରୋଇ ଟିକାକରଣ କେନ୍ଦ୍ର ବା ଘରୋଇ ହସ୍ପିଟାଲରେ ଟିକା ନେବେ ସେମାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଟିକା ନେବାକୁ ହେବ। କ୍ୟାବିନେଟ୍ ମିଟିଂ ପରେ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଥିଲେ। ଏବେ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଟିକା ନେବାକୁ ଆଗ୍ରହୀ ଥିବା ଜଣାପଡ଼ିଛି। ପ୍ରାୟତଃ କେନ୍ଦ୍ରମନ୍ତ୍ରୀ ଟିକା ନେବା ସହିତ ପଇସା ଦେବାକୁ ଇଚ୍ଛା […]

ravi-shankar-prasad

Subhransu Sekhar
  • Published: Wednesday, 24 February 2021
  • , Updated: 24 February 2021, 10:22 PM IST

ନୂଆଦିଲ୍ଲୀ: ମାର୍ଚ୍ଚ ୧ରୁ ସାରାଦେଶରେ ଘରୋଇ ଟିକାକରଣ ଆରମ୍ଭ ହେବ। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି। ହେଲେ ଯେଉଁମାନେ ଘରୋଇ ଟିକାକରଣ କେନ୍ଦ୍ର ବା ଘରୋଇ ହସ୍ପିଟାଲରେ ଟିକା ନେବେ ସେମାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଟିକା ନେବାକୁ ହେବ। କ୍ୟାବିନେଟ୍ ମିଟିଂ ପରେ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଥିଲେ।

ଏବେ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଟିକା ନେବାକୁ ଆଗ୍ରହୀ ଥିବା ଜଣାପଡ଼ିଛି। ପ୍ରାୟତଃ କେନ୍ଦ୍ରମନ୍ତ୍ରୀ ଟିକା ନେବା ସହିତ ପଇସା ଦେବାକୁ ଇଚ୍ଛା ପ୍ରକାଶ କରୁଥିବା ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି।

ସୂଚନାଯୋଗ୍ୟ, ୬୦ରୁ ଅଧିକ ବୟସ୍କ ବ୍ୟକ୍ତି କରୋନା ଟିକା ନେବେ। ମାର୍ଚ୍ଚ ୧ରୁ ଏହି ବର୍ଗର ବ୍ୟକ୍ତି ଟିକା ନେବେ। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି। ଏଥିସହ ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ଥିବେ ଏବଂ ସେମାନଙ୍କ ବୟସ ୪୫ ବର୍ଷରୁ ଅଧିକ ହୋଇଥିବ ସେମାନେ ମଧ୍ୟ କରୋନା ଟିକା ନେବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ବୁଧବାର ପ୍ରେସ କନଫରେନସ କରି କହିଛନ୍ତି।

୧୦ ହଜାର ସରକାରୀ କେନ୍ଦ୍ରରେ ସେମାନଙ୍କୁ ମାଗଣାରେ ଟିକା ଦିଆଯିବ। ସେହିପରି ଘରୋଇ ଟିକାକରଣକୁ ମିଶାଇଲେ ମୋଟ୍ ୨୦ ହଜାରରୁ ଅଧିକ କେନ୍ଦ୍ରରେ ଟିକାକରଣ ହେବ। ତେବେ ଯେଉଁମାନେ ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ନେବେ ସେମାନଙ୍କୁ ପଇସା ଦେବାକୁ ପଡ଼ିବ। ତେବେ କେତେ ଟଙ୍କା ଦେବେ ସେ ବାବଦରେ ଟିକା କମ୍ପାନୀ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆସନ୍ତା ୩-୪ ଦିନ ମଧ୍ୟରେ ସ୍ଥିର କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Related story