ପ୍ରବଳ ବର୍ଷା: କୋଠା ଭୁଶୁଡ଼ିବାରୁ ଚାଲିଗଲା ୧୧ ଜୀବନ, ୮ ଗୁରୁତର

ମୁମ୍ୱାଇ: ମୌସୁମୀ ବର୍ଷାର ପ୍ରଥମ ଦିନରେ ବେହାଲ ହୋଇଯାଇଛି ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇ। ବିଭିନ୍ନ ସ୍ଥାନରେ ଜଳ ଜମିଥିବା ବେଳେ ବୁଧବାର ରାତିରେ ଏକ ଚାରି ମହଲା ଆବାସିକ କୋଠା ଭୁଶୁଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ବିଏମସି କହିଛି, ଏହି କୋଠା ଭୁଶୁଡ଼ିବା ପରେ ପାଖରେ ଥିବା ଆଉ ଏକ କୋଠା ମଧ୍ୟ ଧସି ଯାଇଛି। ଯଦିଓ ଏହି କୋଠ ସମ୍ପୂର୍ଣ୍ଣ ଧସିନାହିଁ, କିନ୍ତୁ ବିପଦ […]

malwani-building-collapse_d

Subhransu Sekhar
  • Published: Thursday, 10 June 2021
  • , Updated: 10 June 2021, 08:28 AM IST

ମୁମ୍ୱାଇ: ମୌସୁମୀ ବର୍ଷାର ପ୍ରଥମ ଦିନରେ ବେହାଲ ହୋଇଯାଇଛି ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇ। ବିଭିନ୍ନ ସ୍ଥାନରେ ଜଳ ଜମିଥିବା ବେଳେ ବୁଧବାର ରାତିରେ ଏକ ଚାରି ମହଲା ଆବାସିକ କୋଠା ଭୁଶୁଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୮ ଜଣ ଗୁରୁତର ଆହତ ହୋଇଛନ୍ତି।

ବିଏମସି କହିଛି, ଏହି କୋଠା ଭୁଶୁଡ଼ିବା ପରେ ପାଖରେ ଥିବା ଆଉ ଏକ କୋଠା ମଧ୍ୟ ଧସି ଯାଇଛି। ଯଦିଓ ଏହି କୋଠ ସମ୍ପୂର୍ଣ୍ଣ ଧସିନାହିଁ, କିନ୍ତୁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହି କୋଠାରେ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।

ଭୁଶୁଡ଼ି ପଡ଼ିଥିବା କୋଠା ଭିତରେ ଆଉ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ସେଥିପାଇଁ ଉଦ୍ଧାର କାର୍ଯ୍ୟକୁ ଜାରି ରଖାଯାଇଛି। ଉଦ୍ଧାର ହୋଇଥିବା ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

https://twitter.com/ANI/status/1402743595170353152?s=20

ମୁମ୍ବାଇର ୧୧ ନମ୍ୱର ଜୋନର ଡିସିପି ବିଶାଲ ଠାକୁର କହିଛନ୍ତି ଯେ ମହିଳା ଓ ଶିଶୁଙ୍କ ସମେତ ମୋଟ୍ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୋଠା ତଳେ ଅନେକ ଲୋକ ଫସି ହୋଇ ରହିଥିବାର ଆଶଙ୍କା କରାଯାଉଛି। ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏକ ଟିମ୍ ନିୟୋଜିତ ଅଛି।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଅସଲମ ଶେଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Related story