ମୁମ୍ବାଇରୁ ମୁହଁ ଫେରାଉଛି କରୋନା

ମୁମ୍ବାଇ: ଗତ ୨୪ଘଣ୍ଟା ମଧ୍ୟରେ ମୁମ୍ବାଇରେ କରୋନା ମାମଲା ତୀବ୍ର ହ୍ରାସ ଘଟିଛି। ରବିବାର ମୁମ୍ବାଇରେ କୋରୋନାର ୭୮୯୫ଟି ନୂତନ କୋଭିଡ ମାମଲା ସାମ୍ନାକୁ ଆସିଛି। ୨୪ ଘଣ୍ଟା ମଧ୍ୟରେ ୧୧ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଗତ କିଛି ଦିନ ହେବ ମୁମ୍ବାଇରେ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି।  ତେବେ କଡ଼ା କଟକଣା ଯୋଗୁ ମୁମ୍ବାଇରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା କୁହାଯାଉଛି। ତଥାପି ସ୍ଥିତି ଗମ୍ଭୀର ରହିଛି।  ଦେଶରେ ମହାରାଷ୍ଟ୍ର ବର୍ତ୍ତମାନ କୋଭିଡର […]

Covid19

Tapas Behera
  • Published: Sunday, 16 January 2022
  • , Updated: 16 January 2022, 09:44 PM IST

ମୁମ୍ବାଇ: ଗତ ୨୪ଘଣ୍ଟା ମଧ୍ୟରେ ମୁମ୍ବାଇରେ କରୋନା ମାମଲା ତୀବ୍ର ହ୍ରାସ ଘଟିଛି। ରବିବାର ମୁମ୍ବାଇରେ କୋରୋନାର ୭୮୯୫ଟି ନୂତନ କୋଭିଡ ମାମଲା ସାମ୍ନାକୁ ଆସିଛି। ୨୪ ଘଣ୍ଟା ମଧ୍ୟରେ ୧୧ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଗତ କିଛି ଦିନ ହେବ ମୁମ୍ବାଇରେ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି।  ତେବେ କଡ଼ା କଟକଣା ଯୋଗୁ ମୁମ୍ବାଇରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା କୁହାଯାଉଛି। ତଥାପି ସ୍ଥିତି ଗମ୍ଭୀର ରହିଛି।  ଦେଶରେ ମହାରାଷ୍ଟ୍ର ବର୍ତ୍ତମାନ କୋଭିଡର ସର୍ବାଧିକ ମାମଲା ଆସୁଛି। ରବିବାର କେବଳ ମହାରାଷ୍ଟ୍ରରେ ୪୧,୩୨୭ଟି ମାମଲା ରେକର୍ଡ଼ ହୋଇଛି।

୨୯ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ୨୧.୯୮ ଲକ୍ଷ ଲୋକ  ବର୍ତ୍ତମାନ ହୋମ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ୨୯୨୧ ଜଣ  ରୋଗୀ ସଙ୍ଗରୋଧ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।  ଆଜି ଓମିକ୍ରନ୍ ଭ୍ୟାରିଆଣ୍ଟର ୮ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହା ସହିତ ମୋଟ ଓମିକ୍ରନ୍ ରୋଗୀଙ୍କ ୧୭୩୮ରେ ପହଞ୍ଚିଛି।  ଗତ କିଛି ଦିନ ହେବ ଦିଲ୍ଲୀ ଏବଂ ମୁମ୍ବାଇରେ କରୋନା ମାମଲାରେ ହ୍ରାସ ଘଟିଛି। ଶନିବାର ମୁମ୍ବାଇରେ କରୋନା ରୋଗୀଙ୍କ ମୃତ୍ୟୁ ୬ମାସର ରେକର୍ଡ ଭାଙ୍ଗିଛି। ଜାନୁଆରୀ ୧୫ରେ ୧୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।

ଏହି ଦିନ ୧୦୬୬୧ଟି କରୋନା ମାମଲା ରୁଜୁ ହୋଇଥିଲା। ୨୪ ଘଣ୍ଟା ମଧ୍ୟରେ ୨୧୪୭୪ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି।  ଶନିବାର ୧୦,୬୬୧ ଜଣ ରୋଗୀଙ୍କ ମଧ୍ୟରୁ କେବଳ ୭୨୨ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଶନିବାର ମହାରାଷ୍ଟ୍ରରେ ୪୨୪୬୨ଟି ନୂଆ କରୋନା ମାମଲା ରେକର୍ଡ଼ ହୋଇଥିଲା । ସଂକ୍ରମିତ ଲୋକଙ୍କ ମୋଟ ସଂଖ୍ୟା ୭୧.୭୦ ପ୍ରତିଶତ ଛୁଇଁଛି।

Related story