କୋଭିଡ ଟିକାକରଣରେ ଠକେଇ, ୫ ଗିରଫ

ମୁମ୍ୱାଇ: ମୁମ୍ୱାଇର କାନ୍ଦିବାଲିର ଏକ ହାଉସିଂ ସୋସାଇଟିରେ ଟିକାକରଣ ବେଳେ ଠକେଇ ଅଭିଯୋଗ ହୋଇଛି। ମେ ମାସରେ ହୋଇଥିବା ଏହି ଠକେଇ ଅଭିଯୋଗରେ ମୁମ୍ବାଇ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ମୁମ୍ବାଇ ଉତ୍ତରର ଆଡିସନାଲ ପୁଲିସ କମିଶନର ଦିଲୀପ ସାୱନ୍ତ କହିଛନ୍ତି ଯେ ମେ ୩୦ରେ କାନ୍ଦିବାଲିର ପଶ୍ଚିମର ହିରାନନ୍ଦାନି ହେରିଟେଜ୍ ସୋସାଇଟିରେ ଆୟୋଜିତ ଘରୋଇ ଟିକାକରଣ ଶିବିର ବେଆଇନ୍। େଥିପାଇଁ ବିଏମସି ଅନୁମତି ଦେଇ ନାହିଁ। ତେଣୁ ପୁଲିସ ୫ ଜଣଙ୍କୁ ଗିରଫ କରିଛି। […]

Mumbai Police Nab 5 for COVID Vaccination Fraud at Housing Society

Subhransu Sekhar
  • Published: Friday, 18 June 2021
  • , Updated: 18 June 2021, 10:13 PM IST

ମୁମ୍ୱାଇ: ମୁମ୍ୱାଇର କାନ୍ଦିବାଲିର ଏକ ହାଉସିଂ ସୋସାଇଟିରେ ଟିକାକରଣ ବେଳେ ଠକେଇ ଅଭିଯୋଗ ହୋଇଛି। ମେ ମାସରେ ହୋଇଥିବା ଏହି ଠକେଇ ଅଭିଯୋଗରେ ମୁମ୍ବାଇ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ମୁମ୍ବାଇ ଉତ୍ତରର ଆଡିସନାଲ ପୁଲିସ କମିଶନର ଦିଲୀପ ସାୱନ୍ତ କହିଛନ୍ତି ଯେ ମେ ୩୦ରେ କାନ୍ଦିବାଲିର ପଶ୍ଚିମର ହିରାନନ୍ଦାନି ହେରିଟେଜ୍ ସୋସାଇଟିରେ ଆୟୋଜିତ ଘରୋଇ ଟିକାକରଣ ଶିବିର ବେଆଇନ୍। େଥିପାଇଁ ବିଏମସି ଅନୁମତି ଦେଇ ନାହିଁ।

ତେଣୁ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଏମାନେ ହେଲେ ମହେନ୍ଦ୍ର କୁଲଦୀପ ସିଂ (୩୯), ସଞ୍ଜୟ ଗୁପ୍ତା (୨୫), ଚନ୍ଦନ ସିଂ (୩୨), କରିମ ଆକବର ଅଲ୍ଲୀ (୨୧) ଏବଂ ନିତିନ ମୋରେ (୩୨)। କିଛି ଦିନ ପୂର୍ବରୁ କାନ୍ଦିବାଲି ସୋସାଇଟିର ସଦସ୍ୟମାନେ ଟିକାକରଣରେ ଠକେଇ ଅଭିଯୋଗ ହୋଇଥିବା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ମୁମ୍ବାଇ ପୁଲିସ ବିଏମସି ଟିକାକରଣର ତଦନ୍ତ ଆରମ୍ଭ କରିଥିଲା।

ଏହି ସୋସାଇଟିରେ ମୋଟ୍ ତିନୋଟି ଟାଓ୍ୱାରରେ ୪୩୫ଟି ଫ୍ଲାଟ ରହିଛି। ଏଥିମଧ୍ୟରୁ ପ୍ରାୟ ୩୯୦ଟି ଆବସିକ, ଘରୋଇ କର୍ମଚାରୀ, ସୁରକ୍ଷା କର୍ମୀ, ଘରୋଇ ସହାୟକ ଏବଂ ଡ୍ରାଇଭର ମାନଙ୍କ ପାଇଁ ଥିଲା। ଯେଉଁମାନେ କି ଟିକାକରଣରେ ଅଂଶଗ୍ରହଣ କରିଥିଲେ। ଏବେ ମୁମ୍ବାଇ ପୁଲିସ ଏହି ଘଟଣା ଆଉ କେଉଁଠି ହୋଇଛି କି ବୋଲି ତଦନ୍ତ କରୁଛି।

Related story