ମୁମ୍ବାଇରେ କରୋନାର ଚୌକା-ଛକା ବର୍ଷା  

ମୁମ୍ବାଇ: ଆଜି ମୁମ୍ବାଇରେ କରୋନାର ଚୌକା-ଛକା ବର୍ଷା। ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୧୦ଟି କେସ୍ ଚିହ୍ନଟ ହୋଇଛି। ଯାହା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଦିନକ ମଧ୍ୟରେ କୋଭିଡ୍‌ ମାମଲା ୮୦ ପ୍ରତିଶତ ବୃଦ୍ଧି ପାଇଛି। ଏହି ୨୪ ଘଣ୍ଟା ମଧ୍ୟରେ ୨୫୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ମହାନଗରରେ ୮୦୬୦ଟି କେସ୍‌ ଆକ୍ଟିଭ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜଣକର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ମୁମ୍ବାଇରେ କରୋନା କାରଣରୁ ୧୬୩୭୫ ଲୋକ […]

Mumbai

Tapas Behera
  • Published: Wednesday, 29 December 2021
  • , Updated: 29 December 2021, 08:19 PM IST

ମୁମ୍ବାଇ: ଆଜି ମୁମ୍ବାଇରେ କରୋନାର ଚୌକା-ଛକା ବର୍ଷା। ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୧୦ଟି କେସ୍ ଚିହ୍ନଟ ହୋଇଛି। ଯାହା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଦିନକ ମଧ୍ୟରେ କୋଭିଡ୍‌ ମାମଲା ୮୦ ପ୍ରତିଶତ ବୃଦ୍ଧି ପାଇଛି। ଏହି ୨୪ ଘଣ୍ଟା ମଧ୍ୟରେ ୨୫୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ମହାନଗରରେ ୮୦୬୦ଟି କେସ୍‌ ଆକ୍ଟିଭ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଜଣକର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ମୁମ୍ବାଇରେ କରୋନା କାରଣରୁ ୧୬୩୭୫ ଲୋକ ପ୍ରାଣ ହରାଇଛନ୍ତି। ବୁଧବାର ୫୧୮୪୩ଟି କରୋନା ପରୀକ୍ଷା କରାଯାଇଥିଲା। ଶୁକ୍ରବାର ଧରାବିରେ ୧୭ଟି, ଦାଦରରେ ୩୨ଟି ଏବଂ ମହିମରେ ୨୯ଟି ନୂଆ ମାମଲା ସାମ୍ନାକୁ ଆସିଛି। ଧରାବିରେ ଆଜି ରେକର୍ଡ଼ ହୋଇଥିବା ମାମଲା ମେ ୧୮ଠାରୁ ସର୍ବାଧିକ ରହିଛି । ମୁମ୍ବାଇରେ କରୋନା ମାମଲାର ଦ୍ରୁତ ବୃଦ୍ଧିକୁ ନେଇ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଆଦିତ୍ୟ ଠାକରେ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଥିଲେ ଯେ, କରୋନା ମାମଲା ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାହା ମୁମ୍ବାଇରେ ଆଜି ୨୦୦୦ ଅତିକ୍ରମ କରିପାରେ।  ତାଙ୍କ ଆକଳନ ଅନୁସାରେ ସେୟା ହିଁ ହୋଇଛି।

ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ଆଜି ଅଧିକାରୀଙ୍କ ସହ କୋଭିଡ୍‌ କେସ ସମ୍ପର୍କରେ ସମୀକ୍ଷା କରିଥିଲେ।  ବୈଠକ ପରେ ଆଦିତ୍ୟ ଠାକରେ କହିଛନ୍ତି, ମୁମ୍ବାଇରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଆମେ ପରିସ୍ଥିତିର ସମୀକ୍ଷା କରିଥିଲୁ ।

ସେହିପରି ଏହାର ମୁକାବିଲା ନେଇ ଧ୍ୟାନ ଦିଆଯାଇଛି। ଜାନୁୟାରୀ ମାସ ଆରମ୍ଭରୁ ୧୫ ରୁ ୧୮ବର୍ଷ ବୟସ ପାଇଁ ଟିକାକରଣ ନେଇ ଆଲୋଚନା ହୋଇଥିଲା। କାହାକୁ ଭୟଭୀତ ନ ନେବହାକୁ  ଆଦିତ୍ୟ ଠାକରେ ବିବେଦନ କରିଛନ୍ତି।  କରୋନା ସଂକ୍ରମଣକୁ ରୋକିବା ପାଇଁ ଆମକୁ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଥିଲେ।

 

Related story