କରୋନା କରୁଛି ଖେଳ: ବଞ୍ଚିଥିବା ଶିକ୍ଷକଙ୍କୁ ମୃତ୍ୟୁର ପ୍ରମାଣପତ୍ର ନେବାକୁ ଗଲା ଫୋନ କଲ୍‌

ଥାଣେ: ମହାମାରୀ କରୋନାର ମୃତ୍ୟୁର ଖେଳ ଓ ସରକାରୀ ଅଧିକାରୀଙ୍କ ଅବହେଳା ଜାରି ରହିଛି। କେତେବେଳେ ସରକାର ମୃତ୍ୟୁସଂଖ୍ୟା ଲୁଚାଉଥିବା ବେଳେ ଆଉ କେତେ ବେଳେ ବଞ୍ଚିଥିବା ଲୋକଙ୍କ ନାଁରେ ମଧ୍ୟ ମୃତ୍ୟୁର ପ୍ରମାଣପତ୍ର ଜାରି କରି ଦିଆଯାଉଛି। ଏମିତି ଏକ ଘଟଣା ମହାରାଷ୍ଟ୍ରରୁ ଆସିଛି। ମହାରାଷ୍ଟ୍ରର ଜଣେ ୫୫ ବର୍ଷୀୟ ଶିକ୍ଷକଙ୍କୁ ଥାଣେ ପୌର ପାଳିକାର ଅଧିକାରୀ ଫୋନ କରି ତାଙ୍କ ନାଁରେ ଜାରି ମୃତ୍ୟୁ ପ୍ରମାଣପତ୍ର ସଂଗ୍ରହ କରିବା ପାଇଁ ଅଫିସ ଆସିବାକୁ କହିଛନ୍ତି। […]

Teacher

Hemant Lenka
  • Published: Friday, 02 July 2021
  • , Updated: 02 July 2021, 05:42 PM IST

ଥାଣେ: ମହାମାରୀ କରୋନାର ମୃତ୍ୟୁର ଖେଳ ଓ ସରକାରୀ ଅଧିକାରୀଙ୍କ ଅବହେଳା ଜାରି ରହିଛି। କେତେବେଳେ ସରକାର ମୃତ୍ୟୁସଂଖ୍ୟା ଲୁଚାଉଥିବା ବେଳେ ଆଉ କେତେ ବେଳେ ବଞ୍ଚିଥିବା ଲୋକଙ୍କ ନାଁରେ ମଧ୍ୟ ମୃତ୍ୟୁର ପ୍ରମାଣପତ୍ର ଜାରି କରି ଦିଆଯାଉଛି। ଏମିତି ଏକ ଘଟଣା ମହାରାଷ୍ଟ୍ରରୁ ଆସିଛି।

ମହାରାଷ୍ଟ୍ରର ଜଣେ ୫୫ ବର୍ଷୀୟ ଶିକ୍ଷକଙ୍କୁ ଥାଣେ ପୌର ପାଳିକାର ଅଧିକାରୀ ଫୋନ କରି ତାଙ୍କ ନାଁରେ ଜାରି ମୃତ୍ୟୁ ପ୍ରମାଣପତ୍ର ସଂଗ୍ରହ କରିବା ପାଇଁ ଅଫିସ ଆସିବାକୁ କହିଛନ୍ତି। ଶିକ୍ଷକ ଜଣଙ୍କ ବଞ୍ଚିଥିବା ବେଳେ କରୋନାରେ ତାଙ୍କ ମୃତ୍ୟୁ ଘଟିଥିବା କଥା ଶୁଣି ସେ ପୂରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସେ ଫୋନରେ ବଞ୍ଚିଥିବା କଥା ଅଧିକାରୀଙ୍କୁ ବୁଝାଇଥିଲେ। ଏହାପରେ ପୁଣି ଅଫିସ ଯାଇ ସେ ପୂରା ସୁସ୍ଥ ଥିବା ଅଧିକାରୀଙ୍କ ଆଗରେ ପ୍ରମାଣ ଦେଇଥିଲେ। ମୁମ୍ବାଇର ଘାଟକୋପର ଅଞ୍ଚଳରେ ଥିବା ଗୋଟିଏ ସ୍କୁଲରେ ଚନ୍ଦ୍ରଶେଖର ଦେଶାଇ ଶିକ୍ଷକ ଭାବେ କାମ କରନ୍ତି। ଗତବର୍ଷ ସେ କରୋନାରେ ସଂକ୍ରମିତ ହୋଇଥିଲେ।

ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହସ୍ପିଟାଲରେ ପୂରା ସୁସ୍ଥ ହେବା ପରେ ଘରକୁ ଫେରିଥିଲେ। କିନ୍ତୁ ଥାଣେ ପୌରପାଳିକା ରେକର୍ଡରେ ସେ କରୋନା ଜନିତ ସମସ୍ୟା ଯୋଗୁ ପ୍ରାଣ ହରାଇଥିବା କୁହାଯାଇଛି। ଏବେ ତାଙ୍କ ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ ହୋଇଥିବା ବେଳେ ଅଧିକାରୀମାନେ ତାଙ୍କ ନମ୍ବରକୁ କଲ କରି ଏହାକୁ ଯେମିତି ହେଲେ ସଂଗ୍ରହ କରିବାକୁ କହିଛନ୍ତି।

ଶ୍ରୀ ଦେଶାଇ ଘଟଣା ସମ୍ପର୍କରେ କହିଛନ୍ତି, “ମୁଁ ସେମାନଙ୍କୁ କହିଥିଲି ଯେ ମୁଁ ବଞ୍ଚିଛି। କାହିଁକି ଆପଣମାନେ ଏପରି କହୁଛନ୍ତି? ସେମାନେ କହିଥିଲେ ଯେ ଆମ ପାଖରେ ରେକର୍ଡ ଅଛି। ଆପଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଆପଣ ଥରେ ଭାବନ୍ତୁ ଯଦି ଏହି କଲ୍‌ ମୋ ୮୦ ବର୍ଷୀୟ ମା’ କିମ୍ବା ପତ୍ନୀ ପାଇଥଆନ୍ତେ, ତା’ହେଲେ ସେମାନଙ୍କର ଅବସ୍ଥା କ’ଣ ହୋଇଥାଆନ୍ତା?”

ଅନ୍ୟପକ୍ଷରେ ପୌରପାଳିକା ପକ୍ଷରୁ ଭୁଲକୁ ସ୍ୱୀକାର କରାଯାଇଛି। ତେବେ ଏହି ତାଲିକା ପୁଣେରେ ପ୍ରସ୍ତୁତ ହୋଇଥିବା ପୌରପାଳିକା ପକ୍ଷରୁ ସଫେଇ ଦିଆଯାଇଛି। ଅତିରିକ୍ତ ପୌରପାଳିକା କମିଶନର ସନ୍ଦୀପ ମାଲୱି କହିଛନ୍ତି, “ତାଙ୍କ ନାଁ କରୋନା ମୃତ୍ୟୁ ତାଲିକାରେ ରହିଥିଲା। ଏହି କାରଣରୁ ଆମେ ଫୋନ କରିଥିଲୁ। କିନ୍ତୁ ଆମେ ଏହି ତାଲିକା ତିଆରି କରି ନଥିଲୁ। ଏବେଠାରୁ ଆମେ ଭଲ ଭାବେ ଯାଞ୍ଚ କରିବା ପରେ ସମସ୍ତଙ୍କୁ ଫୋନ କରିବୁ।”

Related story