ଅକ୍ଟୋବର ଘଟଣା, ଏବେ ଭୋଟ୍ ବର୍ଜନ କଲେ ମୁସଲମାନ୍‌

ଅହମ୍ମଦାବାଦ: ଜଣେ ମୁସଲିମଙ୍କୁ ପୁଲିସ ଅତ୍ୟାଚାର କରିବା ପ୍ରତିବାଦରେ ଗୁଜରାଟର ଖେଡ଼ା ଜିଲ୍ଲାର ଉନ୍ଧଲା ଗାଁର ମୁସଲମାନମାନେ ଆଜି ଭୋଟ ବର୍ଜନ କରିଛନ୍ତି। ଗତ ଅକ୍ଟୋବର ମାସରେ ନବରାତ୍ରୀ ସମୟରେ ଗରବା ବେଳେ ଢେଲାପଥର ମାଡ଼ ହୋଇଥିଲା। ଏହି ଘଟଣାରେ ପଥର ମାଡ଼ ଅଭିଯୋଗରେ ଜଣେ ମୁସଲମାନଙ୍କୁ  ଏକ ଖୁଣ୍ଟରେ ବାନ୍ଧି ପୁଲିସ ନିର୍ଯାତନା ଦେଇଇଥିବା ଅଭିଯୋଗ ହୋଇଥିଲା। ପୁଲିସର ଏହି ନିର୍ଯାତନା ପ୍ରତିବାଦରେ ଏବେ ଉନ୍ଧଲା ଗାଁର ମୁସଲମାନମାନେ ବିଧାନସଭା ନିର୍ବାଚନରେ ସାମିଲ ହୋଇ ନାହାନ୍ତି। […]

909

  • Published: Monday, 05 December 2022
  • , Updated: 05 December 2022, 05:31 PM IST

ଅହମ୍ମଦାବାଦ: ଜଣେ ମୁସଲିମଙ୍କୁ ପୁଲିସ ଅତ୍ୟାଚାର କରିବା ପ୍ରତିବାଦରେ ଗୁଜରାଟର ଖେଡ଼ା ଜିଲ୍ଲାର ଉନ୍ଧଲା ଗାଁର ମୁସଲମାନମାନେ ଆଜି ଭୋଟ ବର୍ଜନ କରିଛନ୍ତି। ଗତ ଅକ୍ଟୋବର ମାସରେ ନବରାତ୍ରୀ ସମୟରେ ଗରବା ବେଳେ ଢେଲାପଥର ମାଡ଼ ହୋଇଥିଲା। ଏହି ଘଟଣାରେ ପଥର ମାଡ଼ ଅଭିଯୋଗରେ ଜଣେ ମୁସଲମାନଙ୍କୁ  ଏକ ଖୁଣ୍ଟରେ ବାନ୍ଧି ପୁଲିସ ନିର୍ଯାତନା ଦେଇଇଥିବା ଅଭିଯୋଗ ହୋଇଥିଲା। ପୁଲିସର ଏହି ନିର୍ଯାତନା ପ୍ରତିବାଦରେ ଏବେ ଉନ୍ଧଲା ଗାଁର ମୁସଲମାନମାନେ ବିଧାନସଭା ନିର୍ବାଚନରେ ସାମିଲ ହୋଇ ନାହାନ୍ତି।

ନବରାତ୍ରୀର ମହାମାୟାଙ୍କ ମହାନବମୀ ପୂଜା ବେଳେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା। କିଛି ଅଳ୍ପସଂଖ୍ୟକ ସମୁଦାୟର ଲୋକେ ପୂଜା ପେଣ୍ଡାଲ ଉପରକୁ ପଥରମାଡ କରିଥିଲେ।  ଏଥିରେ ୬ ଜଣ ଆହତ ହୋଇଥିଲେ। ଏହି ମାମଲାରେ ପୁଲିସ ୪୦ ଜଣଙ୍କୁ ଗିରଫ କରିଥିଲା।

ଗିରଫ ଯୁବକଙ୍କ ମଧ୍ୟରୁ ଜଣକୁ ବାନ୍ଧି ପୁଲିସ କର୍ମଚାରୀମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଅଧିକାରୀମାନେ ସାଦା ପୋଷାକରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରୁଥିବା ବେଳେ ଏହାକୁ ଦେଖିବାକୁ ଭିଡ଼ ହୋଇଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କୁ ସର୍ବସାଧାରଣରେ  କ୍ଷମା ମାଗିବାକୁ କୁହାଯାଇଥିଲା।

ସେ ସମୟରେ ଏହି ଅଞ୍ଚଳର ଦାୟିତ୍ୱରେ ଥିବା ପୁଲିସ ଇନ୍ସପେକ୍ଟର ମଧ୍ୟ ଉପସ୍ଥିତ ଥିଲେ। ପରେ ଏହି ଘଟଣା ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା।  କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଆଜି ଭୋଟ ବର୍ଜନ କରିଛନ୍ତି।

 

Related story