କାଲି ରାଷ୍ଟ୍ରପତି ନିର୍ବାଚନ, ଆଜି ଶେଷ ଅପିଲ କଲେ ଯଶବନ୍ତ ସିହ୍ନା

ନୂଆଦିଲ୍ଲୀ:  ଆସନ୍ତାକାଲି ହେବ ଦେଶର ରାଷ୍ଟ୍ରପତି ନିର୍ବାଚନ। ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ଦଳ ପକ୍ଷରୁ  ଯଶବନ୍ତ ସିହ୍ନାଙ୍କ ମଧ୍ୟରେ ହେଉଛି କଡ଼ା ଟକ୍କର। ତେବେ  ନିର୍ବାଚନ ପୂର୍ବରୁ ଆଜି ଶେଷ ଥର ପାଇଁ ନିଜ ସପକ୍ଷରେ ପ୍ରଚାର କରିଛନ୍ତି ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା। ଏହି ପରିପ୍ରେକ୍ଷୀ ସିହ୍ନା କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ହେଉ ନାହିଁ। ବରଂ ଏହା ଦୁଇଟି ବିଚାରଧାରା ବିରୋଧରେ ହେଉଛି।   ଯଶବନ୍ତ କହିଛନ୍ତି […]

Yashwant-Sinha

Tapas Behera
  • Published: Sunday, 17 July 2022
  • , Updated: 17 July 2022, 04:05 PM IST

ନୂଆଦିଲ୍ଲୀ:  ଆସନ୍ତାକାଲି ହେବ ଦେଶର ରାଷ୍ଟ୍ରପତି ନିର୍ବାଚନ। ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ଦଳ ପକ୍ଷରୁ  ଯଶବନ୍ତ ସିହ୍ନାଙ୍କ ମଧ୍ୟରେ ହେଉଛି କଡ଼ା ଟକ୍କର। ତେବେ  ନିର୍ବାଚନ ପୂର୍ବରୁ ଆଜି ଶେଷ ଥର ପାଇଁ ନିଜ ସପକ୍ଷରେ ପ୍ରଚାର କରିଛନ୍ତି ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା। ଏହି ପରିପ୍ରେକ୍ଷୀ ସିହ୍ନା କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ହେଉ ନାହିଁ। ବରଂ ଏହା ଦୁଇଟି ବିଚାରଧାରା ବିରୋଧରେ ହେଉଛି।   ଯଶବନ୍ତ କହିଛନ୍ତି ଯେ, ସେ ଦେଶର ଗଣତନ୍ତ୍ରର ସୁରକ୍ଷା ପାଇଁ ଠିଆ ହୋଇଛନ୍ତି।  କିନ୍ତୁ ଦ୍ରୌପଦୀଙ୍କୁ ସମର୍ଥନ କରୁଥିବା ଦଳ ଦୈନିକ ଗଣତନ୍ତ୍ରକୁ ଆକ୍ରମଣ କରୁଛନ୍ତି।

ମୁଁ ଧର୍ମନିରପେକ୍ଷ ଏବଂ ସମ୍ବିଧାନର ମୂଳଦୁଆର ସୁରକ୍ଷା ମୋ ପାଇଁ ଅନେକ ଗୁରୁତ୍ୱ ବହନ କରେ। ଯାହାକୁ ମୁଁ ପ୍ରାଥମିକତା ଦେବି।  କିନ୍ତୁ ମୋ ପ୍ରତିଦ୍ୱନ୍ଦୀ ଯେଉଁ ଦଳରୁ ପ୍ରତିନିଧିତ୍ୱ କରୁଛନ୍ତି ସେମାନେ ଗଣତନ୍ତ୍ରର ମୂଳଦୁଆକୁ  ଦୁର୍ବଳ କରିଚାଲିଛନ୍ତି। ନିଜ କ୍ଷମତାର କର୍ତ୍ତୃକୁ ବ୍ୟବହାର କରି ସେମାନେ ଏକଚାଟିଆ ଭାବେ ଯାହା ଚାହୁଁଛନ୍ତି କରୁଛନ୍ତି।  ମୁଁ  ସଚେତନ ଏବଂ ସହଯୋଗର ରାଜନୀତିକୁ ପ୍ରୋତ୍ସାହିତ କରିବାକୁ ଚାହେଁ।

ସିହ୍ନା କହିଛନ୍ତି ଯେ, ଯଦି ଦ୍ରୌପଦୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି, ଯେଉଁମାନେ ଗଣତନ୍ତ୍ରକୁ କମ୍ୟୁନିଷ୍ଟ ଚାଇନା ଭଳି ବଦଳେଇବାକୁ ଚାହୁଁଛନ୍ତି ସେ ତାଙ୍କ ଅଧୀନରେ ରହିବେ। ଆଉ ସେହି ଆଭିମୁଖ୍ୟ ଅନୁଯାୟୀ ଗୋଟିଏ ନେଶନ, ଗୋଟିଏ ପାର୍ଟି ଏବଂ ଜଣେ ହେଉଛନ୍ତି ସର୍ବକ୍ଷମତାଶାଳୀ ନେତା। ଏହାକୁ କେବେ ଅଟକାଯାଇପାରିବ ନାହିଁ। କେବଳ ଆପଣମାନେ ଚାହିଁଲେ ଅଟକାଇପାରିବେ ବୋଲି ସିହ୍ନା କହିଛନ୍ତି । ନିଜର ଚେତନା ଅନୁଯାୟ ତାଙ୍କୁ  ଭୋଟ ଦେବାକୁ ସେ ବିଧାୟକ  ଓ ସାଂସଦମାନଙ୍କୁ ଅନୁରୋଧ କରିଛନ୍ତି ସିହ୍ନା।  ଏନେଇ ଯଶବନ୍ତ ସିହ୍ନା ଦିଲ୍ଲୀର ଲାଲକିଲ୍ଲା ସମ୍ମୁଖରେ ଏକ ଭିଡିଓ କରି ସେୟାର କରିଛନ୍ତି।

Related story