ଟିଏମ୍‌ସିରେ ମିଶିଲେ ଅଭିନେତ୍ରୀ ନଫୀସା ଅଲୀ

ପାଣାଜୀ: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ମିଶିଲେ ଅଭିନେତ୍ରୀ ନଫୀସା ଅଲୀ। ଗୋଆରେ ଟିଏମ୍‌ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଏହି ଦଳରେ ମିଶିଛନ୍ତି। ଟିଏମ୍‌ସି ଏବେ ୨୦୨୨ରେ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନ ଉପରେ ଆଖି ରଖିଛି। ମମତା ବାନାର୍ଜୀ ଗୁରୁବାର ସନ୍ଧ୍ୟାରେ ଗୋଆରେ ପହଞ୍ଚିଥିଲେ। ସେ ପ୍ରଥମ ଥର ପାଇଁ ଗୋଆ ଆସିଛନ୍ତି। ବିଜେପି ଶାସିତ ଏହି ରାଜ୍ୟର ରାଜନୀତିକ ସ୍ଥିତି ପରଖିବା ପାଇଁ ସେ ଏଠାକୁ ଆସିଥିବା […]

Nafisa Ali

Nafisa Ali

Jitendra Garnayak
  • Published: Friday, 29 October 2021
  • Updated: 29 October 2021, 12:35 PM IST

Sports

Latest News

ପାଣାଜୀ: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ମିଶିଲେ ଅଭିନେତ୍ରୀ ନଫୀସା ଅଲୀ। ଗୋଆରେ ଟିଏମ୍‌ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଏହି ଦଳରେ ମିଶିଛନ୍ତି। ଟିଏମ୍‌ସି ଏବେ ୨୦୨୨ରେ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନ ଉପରେ ଆଖି ରଖିଛି।

ମମତା ବାନାର୍ଜୀ ଗୁରୁବାର ସନ୍ଧ୍ୟାରେ ଗୋଆରେ ପହଞ୍ଚିଥିଲେ। ସେ ପ୍ରଥମ ଥର ପାଇଁ ଗୋଆ ଆସିଛନ୍ତି। ବିଜେପି ଶାସିତ ଏହି ରାଜ୍ୟର ରାଜନୀତିକ ସ୍ଥିତି ପରଖିବା ପାଇଁ ସେ ଏଠାକୁ ଆସିଥିବା ଜଣାପଡ଼ିଛି।

ଆଜି ସନ୍ଧ୍ୟାରେ ସେ ଗୋଆରେ ବସବାସ କରୁଥିବା ବିଭିନ୍ନ ସଂପ୍ରଦାୟର ଲୋକଙ୍କୁ ଭେଟିବେ ବୋଲି ଜଣେ ବରିଷ୍ଠ ଟିଏମ୍‌ସି ନେତା କହିଛନ୍ତି। ଶନିବାର (ଆସନ୍ତାକାଲି) ସେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଏହା ସହିତ ରାଜଧାନୀ ପାଣାଜୀ ଠାରୁ ୯ କିଲୋମିଟର ଦୂର ମାପୁସା ବଜାରରେ ସେ ପନିପରିବା ଓ ଫୁଲ ଦୋକାନୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ତିନି ଦିନିଆ ଗସ୍ତରେ ଗୋଆ ଆସିଥିବା ମମତା ଦାବୋଲିମ୍ ବିମାନବନ୍ଦରରେ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରାଇନ୍‌ ଓ ସ୍ଥାନୀୟ ନେତା ମାନେ ସ୍ୱାଗତ କରିଥିଲେ।

ପଶ୍ଚିମବଙ୍ଗରେ ପୁଣି ଥରେ ବଡ଼ ବିଜୟ ହାସଲ କରିବା ପରେ ଟିଏମ୍‌ସି ଏବେ ଜାତୀୟ ସ୍ତରରେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଚାହୁଁଛି। ସେଥିପାଇଁ ଦଳ ଏବେ ଗୋଆ ଓ ତ୍ରିପୁରା ଉପରେ ନଜର ରଖିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos