୯ ଆତଙ୍କବାଦୀ ଗିରଫ, ବଡ଼ ଧରଣର ଆକ୍ରମଣ ପାଇଁ କରିଥିଲେ ଯୋଜନା

ନୂଆଦିଲ୍ଲୀ: ଦିଲ୍ଲୀ NCR ସମେତ ଦେଶର ଅନ୍ୟ କିଛି ସ୍ଥାନରେ ବଡ଼ ଧରଣ ଆତଙ୍କବାଦୀ ହମଲା ଯୋଜନାକୁ ପଣ୍ଡ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA)। ଦେଶର ବିଭିନ୍ନ ସ୍ଥାନରେ ଏନ୍ଆଇଏ ଅଧିକାରୀମାନେ ଚଢ଼ଉ କରି ୯ ଜଣ ଅଲ୍-କାଏଦା ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଏହି ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଯୋଜନା କରୁଥିବା ଖବର ପାଇ ଏନ୍ଆଇଏ ପକ୍ଷରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଓ କେରଳର ଏର୍ଣ୍ଣାକୁଲମରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଏର୍ଣ୍ଣାକୁଲମରୁ ୩ ଜଣଙ୍କୁ ଓ ମୁର୍ଶିଦାବାଦରୁ […]

nia

nia

Jitendra Garnayak
  • Published: Saturday, 19 September 2020
  • Updated: 19 September 2020, 10:28 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ NCR ସମେତ ଦେଶର ଅନ୍ୟ କିଛି ସ୍ଥାନରେ ବଡ଼ ଧରଣ ଆତଙ୍କବାଦୀ ହମଲା ଯୋଜନାକୁ ପଣ୍ଡ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA)। ଦେଶର ବିଭିନ୍ନ ସ୍ଥାନରେ ଏନ୍ଆଇଏ ଅଧିକାରୀମାନେ ଚଢ଼ଉ କରି ୯ ଜଣ ଅଲ୍-କାଏଦା ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି।

ଏହି ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଯୋଜନା କରୁଥିବା ଖବର ପାଇ ଏନ୍ଆଇଏ ପକ୍ଷରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଓ କେରଳର ଏର୍ଣ୍ଣାକୁଲମରେ ଏକକାଳୀନ ଚଢ଼ଉ କରାଯାଇଥିଲା।

ଏର୍ଣ୍ଣାକୁଲମରୁ ୩ ଜଣଙ୍କୁ ଓ ମୁର୍ଶିଦାବାଦରୁ ୬ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ସେମାନଙ୍କଠାରୁ ଡିଜିଟାଲ ସାମଗ୍ରୀ ସହିତ ଦସ୍ତାବିଜ, ଜିହାଦି ସାହିତ୍ୟ, ଧାରୁଆ ଅସ୍ତ୍ରଶସ୍ତ୍ର ଓ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏଥିସହ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ଏହି ଆତଙ୍କବାଦୀମାନେ ଅଲ୍-କାଏଦା ପାଇଁ ପାଣ୍ଠି ସଂଗ୍ରହରେ ସକ୍ରିୟ ଭୂମିକା ତୁଲାଉଥିଲେ। ସେମାନେ ଦିଲ୍ଲୀରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଯୋଜନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos