ୟୁପି ହିଂସା: ଅନଶନ ଭାଙ୍ଗିଲେ ସିଦ୍ଧୁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ଅନଶନ ଆରମ୍ଭ କରିଥିବା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆଜି ଏହାକୁ ଶେଷ କରିଛନ୍ତି। ଗତକାଲି ସନ୍ଧ୍ୟାରେ ସେ ଅନଶନ ଆରମ୍ଭ କରିଥିଲେ। ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ତଦନ୍ତରେ ସାମିଲ ନ ହେବା ଯାଏ ସିଦ୍ଧୁ ଅନଶନରେ ବସିବେ ବୋଲି କହିଥିଲେ। ଆଜି ଆଶିଷ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚି ଜେରାର ସମ୍ମୁଖୀନ […]

sidhu

sidhu

Hemant Lenka
  • Published: Saturday, 09 October 2021
  • Updated: 09 October 2021, 02:21 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ଅନଶନ ଆରମ୍ଭ କରିଥିବା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆଜି ଏହାକୁ ଶେଷ କରିଛନ୍ତି। ଗତକାଲି ସନ୍ଧ୍ୟାରେ ସେ ଅନଶନ ଆରମ୍ଭ କରିଥିଲେ। ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ତଦନ୍ତରେ ସାମିଲ ନ ହେବା ଯାଏ ସିଦ୍ଧୁ ଅନଶନରେ ବସିବେ ବୋଲି କହିଥିଲେ।

ଆଜି ଆଶିଷ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚି ଜେରାର ସମ୍ମୁଖୀନ ହେଉଛନ୍ତି। ଏହି ଖବର ମିଳିବା ପରେ ସିଦ୍ଧୁ ନିଜର ଅନଶନ ଭଙ୍ଗ କରିଛନ୍ତି। ଗୋଟିଏ ଛୋଟ ଝିଅ ହାତରୁ ସେ ପାଣି ଗ୍ରହଣ କରି ନିଜର ଉପବାସ ଶେଷ କରିଥିବା ଭିଡିଓ ସାମ୍ନାକୁ ଆସିଛି।

ଶୁକ୍ରବାର ସିଦ୍ଧୁ ଲଖିମପୁର ଖେରି ଯାଇଥିଲେ। ସେଠାରେ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଚାଷୀ ଓ ସାମ୍ବାଦିକ ରମଣ କଶ୍ୟପଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ସାମ୍ବାଦିକ କଶ୍ୟପଙ୍କ ଘରେ ହିଁ ସେ ମୌନ ଉପବାସ ଆରମ୍ଭ କରିଥିଲେ। ରାତି ତମାମ ସେ ଉପବାସ କରିବା ସହ ଆଜି ଦିନ ୧୧ଟା ଯାଏ ଜଳ ସ୍ପର୍ଶ କରି ନଥିଲେ। ତେବେ ୧୧ଟା ବେଳକୁ ଆଶିଷ କ୍ରାଇମବ୍ରାଞ୍ଚରେ ହାଜର ହେବାରୁ ସିଦ୍ଧୁ ତାଙ୍କ ଅନଶନ ଭାଙ୍ଗିଛନ୍ତି।

ସିଦ୍ଧୁ ସାମ୍ବାଦିକ କଶ୍ୟପଙ୍କ ପରିବାର ଲୋକଙ୍କୁ ଭେଟିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ତଦନ୍ତରେ ସାମିଲ ନ ହେବା ଯାଏ ଓ ପୁଲିସ୍‌ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଯାଏ ଅଖିଆ ଅପିଆ ଅନଶନ କରିବେ ବୋଲି ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ରବିବାର ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ଗୋଟିଏ ମହିନ୍ଦ୍ରା ଥର ଜିପ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାପରେ ସୃଷ୍ଟି ହୋଇଥିବା ହିଂସାରେ ଆଉ ୪ ଜଣଙ୍କ ଜୀବନ ଯାଇଥିଲା।

ଏହି ମହିନ୍ଦ୍ରା ଥର ଜିପ୍‌ରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ରହିଥିଲେ ବୋଲି ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କ ନାଁରେ ମଧ୍ୟ ମାମଲା କରାଯାଇଛି। ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଶିଷ ଗିରଫ ଭୟରେ ନେପାଳ ଫେରାର ହୋଇଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଆଜି ସେ କଡ଼ା ସୁରକ୍ଷାବଳୟ ମଧ୍ୟରେ ପୁଲିସ୍‌ ଆଗରେ ହାଜର ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story