ପରାଜୟ ପରେ ‘ହୋମ୍ ଆଇସୋଲେସନ’ ସିଦ୍ଧୁ, ‘ଆପ୍‌ର ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀର ରିମୋଟ୍‌ କଣ୍ଟ୍ରୋଲ’

ଚଣ୍ଡିଗଡ: ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଅନେକ ବଡ ବଡ ନେତାଙ୍କୁ ବିଧାନସଭା ନିର୍ବାଚନରେ ଧୂଳି ଚଟାଇଛି । ଏବେ ଖାଲି ପଡିଥିବା ରାଜ୍ୟସଭା ଆସନରେ ମଧ୍ୟ ଆପ୍ ବାଜି ମାରିବ ବୋଲି ସ୍ପଷ୍ଟ ହୋଇଯାଇଛି। ଏଥିପାଇଁ ୫ ରାଜ୍ୟସଭା ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଯେଉଁଥିରେ ପୂର୍ବତନ କ୍ରିକେଟର ହରଭଜନ ସିଂହଙ୍କ ସମେତ ଆଉ ୪ ଜଣ ରହିଛନ୍ତି। ଏବେ ଏହି ପ୍ରାର୍ଥୀଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ନବଜୋତ ସିଂହ ସିଦ୍ଧୁ। ଯିଏକି ନିର୍ବାଚନରେ ପରାଜୟ ହେବା […]

Sidhu

Madhupriya Mistry
  • Published: Tuesday, 22 March 2022
  • , Updated: 22 March 2022, 02:03 PM IST

ଚଣ୍ଡିଗଡ: ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଅନେକ ବଡ ବଡ ନେତାଙ୍କୁ ବିଧାନସଭା ନିର୍ବାଚନରେ ଧୂଳି ଚଟାଇଛି । ଏବେ ଖାଲି ପଡିଥିବା ରାଜ୍ୟସଭା ଆସନରେ ମଧ୍ୟ ଆପ୍ ବାଜି ମାରିବ ବୋଲି ସ୍ପଷ୍ଟ ହୋଇଯାଇଛି। ଏଥିପାଇଁ ୫ ରାଜ୍ୟସଭା ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଯେଉଁଥିରେ ପୂର୍ବତନ କ୍ରିକେଟର ହରଭଜନ ସିଂହଙ୍କ ସମେତ ଆଉ ୪ ଜଣ ରହିଛନ୍ତି।

ଏବେ ଏହି ପ୍ରାର୍ଥୀଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ନବଜୋତ ସିଂହ ସିଦ୍ଧୁ। ଯିଏକି ନିର୍ବାଚନରେ ପରାଜୟ ହେବା ପରେ ‘ହୋମ୍ ଆଇସୋଲେସନ’ ରେ ରହିଛନ୍ତି। ମାର୍ଚ୍ଚ ୧୦ ତାରିଖ ଦିନ ଫଳାଫଳ ଘୋଷଣା ପରର ଦୁଇ ଦିନ ପରେ ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ନିଜର ଏବଂ ଦଳର ପରାଜୟ ବାବଦରେ କହିଥିଲେ। ଦଳ ବିପର୍ଯ୍ୟୟ ପାଇଁ ସେ ନିଜକୁ ଦାୟୀ କରିଥିଲେ। ଏହାପରେ ସେ ଘରେ ରହିଛନ୍ତି। ଆଉ ମିଡିଆକୁ ସାମ୍ନାକୁ ଆସିନାହାନ୍ତି। କିନ୍ତୁ ଏହାରି ଭିତରେ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ସେ ପିସିସି ସଭାପତି ପଦରୁ ଇସ୍ତଫା ଦେଇ ସାରିଛନ୍ତି।

ପଞ୍ଜାବରୁ ପାଞ୍ଚଜଣ ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି,  ହରଭଜନ ସିଂଙ୍କୁ ଛାଡି ଆପର ଅନ୍ୟ ଚାରି ପ୍ରାର୍ଥୀ ଚୟନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, "ଦିଲ୍ଲୀର ରିମୋର୍ଟ କଣ୍ଟ୍ରୋଲ ପାଇଁ ଏମାନେ ହେଉଛନ୍ତି ନୂଆ ବ୍ୟାଟେରୀ। ଏହା ପଞ୍ଜାବ ସହିତ ବିଶ୍ୱାସଘାତକ।

ଆମ୍ ଆଦମୀ ପାର୍ଟି ଯେଉଁ ୫ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ସେମାନଙ୍କ ମଧ୍ୟରେ ରହିଛନ୍ତି, ଦିଲ୍ଲୀ ଆଇଆଇଟିର ପ୍ରଫେସର ସନ୍ଦୀପ ପାଠକ, କ୍ରିକେଟର ହରଭଜନ ସିଂହ, ପଞ୍ଜାବର ଦଳୀୟ ପ୍ରଭାରୀ ରାଘବ ଚଢା, ଅଶୋକ ମିତ୍ତଲ ଏବଂ ସଞ୍ଜୀବ ଆରୋରା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଶୋକ ମିତ୍ତଲ ପଞ୍ଜାବ ଲଭଲି ପ୍ରଫେସନାଲ ୟୁନିଭରସିଟିର ପ୍ରତିଷ୍ଠାତା। ସଞ୍ଜୀବ ଆରୋରା ଜଣେ ବଡ ଶିଳ୍ପପତି।

ଡକ୍ଟର ସନ୍ଦୀପ ପାଠକ ଦୀର୍ଘ ଦିନ ଧରି ଆମ୍ ଆଦମୀ ପାର୍ଟି ସହ ଜଡିତ ଥିଲେ। ଆଉ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଥିଲେ। ଏମାନେ କେବେ ଦଳର ନେତା ବୋଲି ସାଧାରଣ ଲୋକେ ଜାଣିନଥିଲେ। ପଞ୍ଜାବରେ ଶିକ୍ଷାକୁ ଆଗକୁ ବଢାଇବାକୁ ଆପ୍ ପ୍ରତିଶ୍ରୁତି ଦେଇଛି। ତେଣୁ ଅଶୋକ ମିତ୍ତଲଙ୍କ ଭଳି ଶିକ୍ଷାବିତ ତଥା ବ୍ୟବସାୟୀଙ୍କ ଜରିଆରେ ଆପ୍ ପଞ୍ଜାବରେ ଶିକ୍ଷାକୁ ଆଗକୁ ନେବାକୁ ପ୍ରୟାସ କରୁଛି। ତେଣୁ ତାଙ୍କୁ ରାଜ୍ୟସଭାକୁ ପଠାଉଛି।

ସେହିପରି ହରଭଜନ ସିଂ ଜଣେ ଜଣାଶୁଣା ବ୍ୟକ୍ତି। କ୍ରିକେଟରୁ ଅବସର ନେବା ପୂର୍ବରୁ ଜଳନ୍ଧରର ଏହି ଚର୍ଚ୍ଚିତ ବ୍ୟକ୍ତି ଆଇପିଏଲରେ ସକ୍ରିୟ ଥିଲେ। ହରଭଜନ ରାଜ୍ୟସଭାକୁ ଯିବା ପରେ ରାଜ୍ୟର କ୍ରିଡା କ୍ଷେତ୍ରକୁ ଆଗକୁ ନେବାକୁ ସମସ୍ତ ପ୍ରୟାସ କରିବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏପ୍ରିଲ୍ ୯ରେ ପଞ୍ଜାବରେ ପାଞ୍ଚ ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି।

Related story