ହନୁମାନ ଚାଳିଶା ବିବାଦ: ରାଣା ଦମ୍ପତିଙ୍କୁ ମିଳିଲା ବେଲ୍‌

ମୁମ୍ବାଇ: ହନୁମାନ ଚଳିଶା ବିବାଦରେ ଗିରଫ ହୋଇଥିବା ସାଂସଦ ନବନୀତ୍ ରାଣା ଓ ତାଙ୍କ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ମିଳିଲା ଆଶ୍ୱସ୍ତି। ଗିରଫ ହେବାର ୧୧ ଦିନ ପରେ ଶେଷରେ ଉଭୟ ଜାମିନ ପାଇଛନ୍ତି। ୧୧ଦିନ ପୂର୍ବରୁ ରାଣା ଦମ୍ପତିଙ୍କୁ ଗିରଫ କରାଯାଇଥିଲା। ଅମରାବତୀରୁ ନିର୍ଦ୍ଦଳୀୟ ସାଂସଦ ନବନୀତ୍ ରାଣା ଓ ସ୍ୱାଧୀନ ବିଧାୟକ ରବି ରାଣାଙ୍କୁ କିଛି ସର୍ତ୍ତ ଆଧାରରେ ମୁମ୍ବାଇ ସେସନ୍‌ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଯଦି ଏହି ସର୍ତ୍ତଗୁଡିକ […]

bail to rana couple

bail to rana couple

Madhupriya Mistry
  • Published: Wednesday, 04 May 2022
  • Updated: 04 May 2022, 03:06 PM IST

Sports

Latest News

ମୁମ୍ବାଇ: ହନୁମାନ ଚଳିଶା ବିବାଦରେ ଗିରଫ ହୋଇଥିବା ସାଂସଦ ନବନୀତ୍ ରାଣା ଓ ତାଙ୍କ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ମିଳିଲା ଆଶ୍ୱସ୍ତି। ଗିରଫ ହେବାର ୧୧ ଦିନ ପରେ ଶେଷରେ ଉଭୟ ଜାମିନ ପାଇଛନ୍ତି। ୧୧ଦିନ ପୂର୍ବରୁ ରାଣା ଦମ୍ପତିଙ୍କୁ ଗିରଫ କରାଯାଇଥିଲା। ଅମରାବତୀରୁ ନିର୍ଦ୍ଦଳୀୟ ସାଂସଦ ନବନୀତ୍ ରାଣା ଓ ସ୍ୱାଧୀନ ବିଧାୟକ ରବି ରାଣାଙ୍କୁ କିଛି ସର୍ତ୍ତ ଆଧାରରେ ମୁମ୍ବାଇ ସେସନ୍‌ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଯଦି ଏହି ସର୍ତ୍ତଗୁଡିକ ସେ ପାଳନ ନ କରନ୍ତି କିମ୍ବାର ଏହାର ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ଜାମିନ ନମାଞ୍ଜୁର ହୋଇଯିବ।

ମୁମ୍ବାଇ ସେସନ୍‌ କୋର୍ଟ କହିଛନ୍ତି, 'ରାଣା ଦମ୍ପତି ମାମଲା ସହ ଜଡିତ କୌଣସି ବି କଥା ମିଡିଆ ସାମ୍ନାରେ ରଖିପାରିବେ ନାହିଁ। ଏଥିସହ ପ୍ରମାଣ ସହ ସେ ଛେଡଛାଡ କରିପାରିବେ ନାହିଁ। ଯେଉଁ ମାମଲାରେ ତାଙ୍କୁ ଗିରଫ କରାଯାଥିଲା, ପୁଣି ସେହି କାମ ସେମାନେ ଆଉ କରିପାରିବେ ନାହିଁ।'

ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରରେ ଜାରି ରହିଥିବା ଲାଉଡସ୍ପିକର ବିବାଦ ମଧ୍ୟରେ ନବନୀତ ରାଣା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଳୁଶା ପାଠ କରିବେ ବୋଲି ଘୋଷଣା କରିଥିଲେ। ଏହାକୁ ବିରୋଧ କରି ଶିବସେନା କର୍ମୀମାନେ ରାଣା ପରିବାରର ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହାପରେ ରାଣା ଦମ୍ପତିଙ୍କୁ ରାଜଦ୍ରୋହ ଅଭିଯୋଗରେ ପୁଲିସ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos