ଛତିଶଗଡ଼ରେ ବଡ଼ ନକ୍ସଲ ହମ୍‌ଲା, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ଜାରି

ମାଲକାନଗିରି (ଜିତେନ୍ଦ୍ର ବେଉରା): ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଶନିବାର ବଡ଼ ଧରଣର ନକ୍ସଲ ହମଲା ହୋଇଛି। ନାରାୟଣପୁର ଜିଲ୍ଲା ଆମଦାଇ ସ୍ଥିତ ଲୁହାପଥର ଖଣିରେ ନକ୍ସଲମାନେ କରିଛନ୍ତି ଆକ୍ରମଣ। ହଜାରେରୁ ଅଧିକ ନକ୍ସଲ ଏଥିରେ  ସାମିଲ ହୋଇଥିବା ସୂଚନା ମିଳିଛି। ସେମାନେ ୧୫ ରୁ ୨୦ ଜଣ ଖଣି କର୍ମଚାରୀଙ୍କୁ ନିଜ କବ୍‌ଜାକୁ ନେଇ ଯାଇଥିବା ଜଣାପଡ଼ିଛି। ଆଜି ସକାଳ ପ୍ରାୟ ୧୦ଟା ବେଳେ ନକ୍ସଲମାନେ ଏହି ଖଣି ଉପରେ ଆକ୍ରମଣ କରିଥିବା ବେଳେ ସୁରକ୍ଷାକର୍ମୀଙ୍କ ସହିତ […]

Naxal

Naxal

Jitendra Garnayak
  • Published: Saturday, 03 July 2021
  • Updated: 03 July 2021, 02:44 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଶନିବାର ବଡ଼ ଧରଣର ନକ୍ସଲ ହମଲା ହୋଇଛି। ନାରାୟଣପୁର ଜିଲ୍ଲା ଆମଦାଇ ସ୍ଥିତ ଲୁହାପଥର ଖଣିରେ ନକ୍ସଲମାନେ କରିଛନ୍ତି ଆକ୍ରମଣ। ହଜାରେରୁ ଅଧିକ ନକ୍ସଲ ଏଥିରେ  ସାମିଲ ହୋଇଥିବା ସୂଚନା ମିଳିଛି। ସେମାନେ ୧୫ ରୁ ୨୦ ଜଣ ଖଣି କର୍ମଚାରୀଙ୍କୁ ନିଜ କବ୍‌ଜାକୁ ନେଇ ଯାଇଥିବା ଜଣାପଡ଼ିଛି।

ଆଜି ସକାଳ ପ୍ରାୟ ୧୦ଟା ବେଳେ ନକ୍ସଲମାନେ ଏହି ଖଣି ଉପରେ ଆକ୍ରମଣ କରିଥିବା ବେଳେ ସୁରକ୍ଷାକର୍ମୀଙ୍କ ସହିତ ସେମାନଙ୍କର ଗୁଳି ବିନିମୟ ଜାରି ରହିଛି। ଉଭୟ ପକ୍ଷରୁ ଗୁଳି ବିନିୟମ ଜାରି ରହିଥିବା ନେଇ ନାରାୟଣପୁର ଏସ୍‌ପି ସୂଚନା ଦେଇଛନ୍ତି। ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ଯବାନଙ୍କୁ ପଠାଯାଇଥିବା ସୂଚନା ମିଳିଛି। ବସ୍ତର ଆଇଜି ଓ ନାରାୟଣପୁର ଏସ୍‌ପି ସ୍ଥିତି ଉପରେ ନଜର ରଖିଛନ୍ତି।

ସୂଚନା ଅନୁଯାୟୀ, ନକ୍ସଲମାନେ ହମ୍‌ଲା କଲା ବେଳେ ପ୍ରାୟ ୧୦୦ ଶ୍ରମିକ କାମ କରୁଥିଲେ। ୧୫ରୁ୨୦ ଶ୍ରମିକଙ୍କୁ ନକ୍ସଲମାନେ ନିଜ କବ୍‌ଜାରେ ରଖିଥିବା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ନକ୍ସଲମାନେ ଖଣିରେ ନିୟୋଜିତ ୬ଟି ଗାଡ଼ି ମଧ୍ୟ ପୋଡ଼ି ଦେଇଛନ୍ତି।

ଆମଦାଇ ସ୍ଥିତ ଏହି ଲୁହାପଥର ଖଣିକୁ ନକ୍ସଲମାନେ ବିରୋଧ କରି ଆସୁଥିଲେ। ସେଥିପାଇଁ ଏହି ଆକ୍ରମଣ କରିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos