ଆର୍ଯ୍ୟନ୍‌ଙ୍କ ସହ ସେଲ୍ଫି ନେଇଥିବା ବ୍ୟକ୍ତି କିଏ ?

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଧରା ପଡିଛନ୍ତି ବଲିଉଡ କିଙ୍ଗ ଶାହାରୁଖ ଖାନ୍‌ଙ୍କ ପୁଅ। ଆର୍ଯ୍ୟନ୍‌ଙ୍କୁ ଏନ୍‌ସିବି ଗିରଫ କରିଛି। ଏହି ଖବର ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ତେବେ ଏହି ପୂରା ମାମଲାରେ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏନ୍‌ସିବି କଷ୍ଟଡିରେ ଆର୍ଯ୍ୟନ୍‌ଙ୍କ ସହ ଜଣେ ବ୍ୟକ୍ତି ସେଲ୍ଫି ନେଇଛନ୍ତି। ତେବେ ଏହି ବ୍ୟକ୍ତି ଜଣକ କିଏ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ […]

Aryan Khan in ncb

Aryan Khan in ncb

Madhupriya Mistry
  • Published: Monday, 04 October 2021
  • Updated: 04 October 2021, 02:29 PM IST

Sports

Latest News

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଧରା ପଡିଛନ୍ତି ବଲିଉଡ କିଙ୍ଗ ଶାହାରୁଖ ଖାନ୍‌ଙ୍କ ପୁଅ। ଆର୍ଯ୍ୟନ୍‌ଙ୍କୁ ଏନ୍‌ସିବି ଗିରଫ କରିଛି। ଏହି ଖବର ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ତେବେ ଏହି ପୂରା ମାମଲାରେ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏନ୍‌ସିବି କଷ୍ଟଡିରେ ଆର୍ଯ୍ୟନ୍‌ଙ୍କ ସହ ଜଣେ ବ୍ୟକ୍ତି ସେଲ୍ଫି ନେଇଛନ୍ତି। ତେବେ ଏହି ବ୍ୟକ୍ତି ଜଣକ କିଏ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଏହାର ଉତ୍ତର ଦେଇଛି ଏନ୍‌ସିବି। ଏନ୍‌ସିବି କହିଛି, ଆର୍ଯ୍ୟନଙ୍କ ସହ ଫଟୋରେ ଯେଉଁ ବ୍ୟକ୍ତି ନଜର ଆସିଛନ୍ତି, ସିଏ କୌଣସି ଏନ୍‌ସିବିର ଅଧିକାରୀ କିମ୍ବା କର୍ମଚାରୀ ନୁହନ୍ତି।

ସୂଚନା ମୁତାବକ, କ୍ରୁଜ ଉପରେ ରେଡ୍‌ ପରେ ଆର୍ଯ୍ୟନଙ୍କୁ ଏନ୍‌ସିବି କଷ୍ଟଡିକୁ ପଠାଇ ଦିଆଯାଇଥିଲା। ଏହି ସମୟରେ ଏକ ଫଟୋ ସାମ୍ନାକୁ ଆସିଥିଲା। ଏଥିରେ ଜଣେ ବ୍ୟକ୍ତି ଆର୍ଯ୍ୟନ୍‌ଙ୍କ ସହ ସେଲ୍ଫି ନେଇଥିବା ଦେଖିବାକୁ ମିଳିଥିଲା। ଏହି ବ୍ୟକ୍ତି ଜଣକ ଏନ୍‌ସିବି ଅଧିକାରୀ କିମ୍ବା କର୍ମଚାରୀ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ଏହାକୁ ନେଇ ଏବେ ଏନ୍‌ସିବି ସ୍ପଷ୍ଟିକରଣ ରଖିଛି। ଉକ୍ତ ବ୍ୟକ୍ତି ଜଣକ ଏନ୍‌ସିବି ଅଧିକାରୀ ନୁହନ୍ତି ବୋଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରେ ସ୍ପଷ୍ଟ କରିଛି।

ଶନିବାର ଦିନ ମୁମ୍ବାଇର ଏକ କ୍ରୁଜରେ ରେଭ୍‌ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପ୍ରାୟ ୬୦୦ରୁ ଅଧିକ ଲୋକ ଏହି ଜାହାଜ ଉପରେ ଥିଲେ। ଏହି ମାମଲାରେ ଏନ୍‌ସିବି ୮ ଜଣଙ୍କୁ ଗିରଫ କରିଛି। ସେଥିମଧ୍ୟରୁ ୩ ଜଣଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ଆଜି କୋର୍ଟରେ ହାଜର କରାଯିବ।

ସେପଟେ ଡ୍ରଗ୍ସ କେସ୍‌ରେ ଆର୍ଯ୍ୟନ୍‌ ଗିରଫ ହେବା ପରେ ଗତ ବିଳମ୍ବିତ ରାତିରେ ଶାହାରୁଖ ଖାନ୍‌ଙ୍କ ଘରେ ପହଞ୍ଚିଥିଲେ ଭାଇଜାନ ସଲମାନ ଖାନ୍‌। ମନ୍ନତ ନିକଟରେ ତାଙ୍କୁ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos