କରୋନାର ନୂଆ ଭାରିଏଣ୍ଟକୁ ନେଇ ମୋଦିଙ୍କ ବୈଠକ, ଦେଲେ ଏମିତି ନିର୍ଦ୍ଦେଶ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରାନକୁ ନେଇ ଭାରତରେ ମଧ୍ୟ ଛନକା ସୃଷ୍ଟି ହୋଇଛି। ବିଭିନ୍ନ ଦେଶରେ ଓମିକ୍ରାନ କାୟା ବିସ୍ତାର କରୁଥିବାରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ଅଧିକାରୀଙ୍କ ସହ ଦୀର୍ଘ ୨ ଘଣ୍ଟା କାଳ ବୈଠକ କରିଛନ୍ତି। ଦେଶର କରୋନା ସ୍ଥିତି, ନୂଆ ଭାରିଏଣ୍ଟ ଓ ଟିକାକରଣ ଏହି ବୈଠକର ମୁଖ୍ୟ ପ୍ରସଙ୍ଗ ରହିଥିଲା। ବୈଠକରେ ଅଧିକାରୀଙ୍କୁ ମୋଦି ନୂଆ ଭାରିଏଣ୍ଟ ପ୍ରତି ସତର୍କ ରହିବାକୁ କହିଛନ୍ତି। […]

Modi

Hemant Lenka
  • Published: Saturday, 27 November 2021
  • , Updated: 27 November 2021, 07:35 PM IST

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରାନକୁ ନେଇ ଭାରତରେ ମଧ୍ୟ ଛନକା ସୃଷ୍ଟି ହୋଇଛି। ବିଭିନ୍ନ ଦେଶରେ ଓମିକ୍ରାନ କାୟା ବିସ୍ତାର କରୁଥିବାରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ଅଧିକାରୀଙ୍କ ସହ ଦୀର୍ଘ ୨ ଘଣ୍ଟା କାଳ ବୈଠକ କରିଛନ୍ତି।

ଦେଶର କରୋନା ସ୍ଥିତି, ନୂଆ ଭାରିଏଣ୍ଟ ଓ ଟିକାକରଣ ଏହି ବୈଠକର ମୁଖ୍ୟ ପ୍ରସଙ୍ଗ ରହିଥିଲା। ବୈଠକରେ ଅଧିକାରୀଙ୍କୁ ମୋଦି ନୂଆ ଭାରିଏଣ୍ଟ ପ୍ରତି ସତର୍କ ରହିବାକୁ କହିଛନ୍ତି। ଏଥିସହ ବିଦେଶରୁ ଫେରୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୂଆ କରି ସାମ୍ନାକୁ ଆସିଥିବା ଓମିକ୍ରାନ ଭାରିଏଣ୍ଟକୁ ନେଇ ଚିନ୍ତା ପ୍ରକଟ କରିଥିଲା। ଏହି ଭାରିଏଣ୍ଟର ସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀମାନେ ମୋଦିଙ୍କୁ ବିସ୍ତୃତ ସୂଚନା ଦେଇଛନ୍ତି। ନୂଆ ଭାରିଏଣ୍ଟ ବିରୋଧରେ ଭାରତରେ ହୋଇଥିବା ପ୍ରସ୍ତୁତି ଓ ବିଶ୍ୱରେ ଏହାର ସ୍ଥିତି କ’ଣ ରହିଛି, ସେକଥା ମଧ୍ୟ ମୋଦିଙ୍କୁ ଅବଗତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଓମିକ୍ରାନ କିଛି ୟୁରୋପୀୟ ଦେଶ ସମେତ ଦକ୍ଷିଣ ଆଫ୍ରିକାରେ ନିଜର ପ୍ରଭାବ ଦେଖାଇ ପାରିଛି। ଭାରତରେ ଏଯାଏ ଓମିକ୍ରାନ ଠାବ ହୋଇନାହିଁ। କିନ୍ତୁ ଆଜି ଦିଲ୍ଲୀର ସବୁ ହସ୍ପିଟାଲଗୁଡ଼ିକ ସତର୍କ ରହିବାକୁ କୁହାଯାଇଛି। ସେହିପରି ହସ୍ପିଟାଲରେ କୋଭିଡ କଟକଣା କଡ଼ାକଡ଼ି ଭାବେ ଲାଗୁ କରିବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ନୂଆ ଭାରିଏଣ୍ଟ ଯୋଗୁ ମୋଦି ସମସ୍ତ ଅଧିକାରୀଙ୍କୁ ଅଧିକ ସକ୍ରିୟତା ଦେଖାଇବାକୁ କହିଛନ୍ତି। ଡିସେମ୍ବର ୧୫ରୁ ଦେଶରେ ଅନ୍ତର୍ଜାତୀୟ ବିମାନ ସେବା ନିୟମିତ ଭାବେ ଆରମ୍ଭ ହେବ। ତେଣୁ ବିଦେଶରୁ ଆସୁଥିବା ଲୋକଙ୍କ ଉପରେ ଆବଶ୍ୟକ କଟକଣା ଲଗାଇବା ପାଇଁ ସେ ସମସ୍ତଙ୍କୁ କହିଛନ୍ତି। ଏଥିସହ ମାସ୍କ ଓ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମୋଦି ସମସ୍ତକୁ ଆଉଥରେ ମନେପକାଇ ଦେଇଛନ୍ତି। ବିପଦଜନକ ତାଲିକାରେ ଥିବା ଦେଶଗୁଡ଼ିକରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ଓ ସେମାନଙ୍କର ଟେଷ୍ଟିଂ ଉପରେ ଫୋକସ କରିବାକୁ ବୈଠକରେ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଭାରତରେ ଚାଲିଥିବା ଜେନୋମ ସିକ୍ୱେକ୍ସିଂ ଓ ଚିହ୍ନଟ ହୋଇଥିବା ଚିନ୍ତାଜନ କରୋନା ଭାରିଏଣ୍ଟ ସମ୍ପର୍କରେ କହିଥିଲେ। ଏହାପରେ ମୋଦି ବିଦେଶରୁ ଆସୁଥିବା ସବୁ ପଜିଟିଭ ଲୋକଙ୍କ ନମୁନା ଜେନୋମ ସିକ୍ୱେକ୍ସିଂ ପାଇଁ ପଠାଇବା ସହ ଏହାକୁ ବ୍ୟାପକ କରିବାର ବ୍ୟବସ୍ଥା କରିବାକୁ କହିଛନ୍ତି।

ମୋଦି ଆହୁରି କହିଛନ୍ତି, ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ଜୋରଦାର କରିବାକୁ ହେବ। ସେହିପରି ଯେଉଁ ସବୁ ଅଞ୍ଚଳରୁ ଅଧିକ ମାମଲା ଚିହ୍ନଟ ହେଉଛି, ସେଠାରେ କଣ୍ଟେନମେଣ୍ଟ ଓ ଆକ୍ଟିଭ ସର୍ଭେଲାନ୍ସ କରାଯିବା ଦରକାର। ଉକ୍ତ ଅଞ୍ଚଳକୁ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ ମଧ୍ୟ ମୋଦି କହିଛନ୍ତି।

Related story