ନେପାଳରେ ଅଧିକ ବିମାନ କ୍ରାଶ ହେବାର କାରଣ କ’ଣ ?

ନୂଆଦିଲ୍ଲୀ: ରବିବାର ୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ATR-72 ନେପାଳର ପୋଖରାଠାରେ ଦୁର୍ଘଟଣାଗ୍ରସ୍ତ  ହୋଇଛି। ଏଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ନେପାଳରେ ବିମାନ ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ଏଠାରେ ଥିବା ଉଚ୍ଚ ଗିରି ଶୃଙ୍ଗ । ଏଭରେଷ୍ଟ ସହ ବିଶ୍ୱର ୧୪ଟି ଉଚ୍ଚତମ ଗିରିଶୃଙ୍ଗ ଏହି ଦେଶରେ ରହିଛି।  ନେପାଳରେ ଗତବର୍ଷ ମେ ମାସରେ ତାରା ଏୟାରଲାଇନ୍ସର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା  ଏଥିରେ ୪ ଭାରତୀୟଙ୍କ ସମେତ […]

cargo-plane-crashed

  • Published: Sunday, 15 January 2023
  • , Updated: 15 January 2023, 03:42 PM IST

ନୂଆଦିଲ୍ଲୀ: ରବିବାର ୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ATR-72 ନେପାଳର ପୋଖରାଠାରେ ଦୁର୍ଘଟଣାଗ୍ରସ୍ତ  ହୋଇଛି। ଏଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ନେପାଳରେ ବିମାନ ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ଏଠାରେ ଥିବା ଉଚ୍ଚ ଗିରି ଶୃଙ୍ଗ । ଏଭରେଷ୍ଟ ସହ ବିଶ୍ୱର ୧୪ଟି ଉଚ୍ଚତମ ଗିରିଶୃଙ୍ଗ ଏହି ଦେଶରେ ରହିଛି।  ନେପାଳରେ ଗତବର୍ଷ ମେ ମାସରେ ତାରା ଏୟାରଲାଇନ୍ସର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା  ଏଥିରେ ୪ ଭାରତୀୟଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ହୋଇଥିଲା।  ସେହିପରି ୨୦୧୬ରେ ସେହି ତାରା ଏୟାରଲାଇନ୍ସର ବିମାନ ଉଡ଼ାଣ ଭରିବାର ଅଳ୍ପ ସମୟ ପରେ କ୍ରାସ୍ ହୋଇଥିଲା  ଏଥିରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିଲା ।

୨୦୧୮ ମାର୍ଚ୍ଚରେ ନେପାଳର ତ୍ରିଭୂବନ ଇଣ୍ଟନ୍ୟାସନାଲ ଏୟାରପୋର୍ଟରେ ୟୁଏସ୍-ବାଙ୍ଗ୍ଲା ଏୟାର ନାମକ ବିମାନ କ୍ରାସ୍ ଯୋଗୁ ବିମାନରେ ଥିବା ୫୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା  । ୨୦୧୨ରେ ସୀତା ଏୟାର ନାମକ ବିମାନ ଜରୁରୀକାଳୀନ ଅବତରଣ ବେଳେ ତ୍ରିଭୂବନ ଇଣ୍ଟନ୍ୟାସନାଲ ଏୟାରପୋର୍ଟରେ କ୍ରାସ୍ ହୋଇଯାଇଥିଲା  । ଏଥିରେ ୧୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ୨୦୧୨ ମେ ମାସ ୧୪ରେ ପୋଖରାରୁ ଜମ୍ସମ୍ ଯାଉଥିବା ବିମାନ ଜମ୍ସମ୍ ବିମାନ ବନ୍ଦର ନିକଟରେ କ୍ରାସ୍ ହୋଇଥିଲା  ।

ଏହି ଦୁର୍ଘଟଣାରେ ସେତେବେଳେ ୧୫ ଜଣଙ୍କ ମୃତ୍ୟୁ  ହୋଇଥିଲା ।  ତେବେ ୧୯୯୨ରେ ନେପାଳରେ ସବୁଠୁ ଭୟଙ୍କର ବିମାନ ଦୁର୍ଘଟଣା ହୋଇଥିଲା  ପାକିସ୍ତାନ ଇଣ୍ଡରନ୍ୟାସନାଲ ଏୟାରଲାଇନ୍ସର ବିମାନ କାଠମାଣ୍ଡୁ ଆସୁଥିବା ବେଳେ କ୍ରାସ୍ ହେବାରୁ ୧୬୭ ଜଣଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।

Related story