ଇଣ୍ଡିଆ ଗେଟ୍ରେ ଲାଗିବ ନେତାଜୀଙ୍କ ପ୍ରତିମୂର୍ତ୍ତି
ନୂଆଦିଲ୍ଲୀ: ଇଣ୍ଡିଆ ଗେଟ୍ରେ ସ୍ଥାପନ ହେବ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀଙ୍କ ପ୍ରତିମୂର୍ତ୍ତି। ଅମର ଯବାନ ଜ୍ୟୋତିକୁ ନେଇ ବିବାଦ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କିଛି ବଡ଼ ଘୋଷଣା କରିଛନ୍ତି ।
ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍ରେ ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି। ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ଏହି ପ୍ରତିମୂର୍ତ୍ତି ସ୍ଥାପନ ହେବ। ଗ୍ରାନାଇଟ୍ରେ ତିଆରି ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏହି ମୂର୍ତ୍ତିର ଉଚ୍ଚତା ୨୮ ଫୁଟ ଏବଂ ଚଉଡା ୬ ଇଞ୍ଚର ରହିବ। ଗ୍ରାନାଇଟ୍ ମୂର୍ତ୍ତି ତିଆରି ହେବା ପର୍ଯ୍ୟନ୍ତ ହୋଲୋଗ୍ରାମ୍ ଷ୍ଟାଚ୍ୟୁ ଲାଗିବ। ହୋଲୋଗ୍ରାମ୍ ଷ୍ଟାଚ୍ୟୁକୁ ୨୩ ତାରିଖ ନେତାଜୀ ଜୟନ୍ତୀରେ ଅନାବରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
କୁହାଯାଉଛି ଯେ, ପ୍ରଥମେ ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତି ଯେଉଁଠି ଲାଗିଥିଲା ସେଠି ନେତାଜୀଙ୍କ ପ୍ରତିମୂର୍ତ୍ତି ଲାଗି। ସୂଚନାଯୋଗ୍ୟ ଯେ, ୧୯୬୮ରୁ ଏହାକୁ ହଟାଇ ବୁରାଡି କୋରୋନେଶନ ପାର୍କକୁ ପଠାଇ ଯିଆଯାଇଥିଲା। ସେହିଦିନ ଠାରୁ ଏହି ସ୍ଥାନଟି ଖାଲି ପଡିଛି।
Till the grand statue of Netaji Bose is completed, a hologram statue of his would be present at the same place. I will unveil the hologram statue on 23rd January, Netaji’s birth anniversary. pic.twitter.com/jsxFJwEkSJ
— Narendra Modi (@narendramodi) January 21, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।