ଗୋଟିଏ ଟିକା ଦର ଭିନ୍ନ ଭିନ୍ନ ନେଇ ବିରୋଧୀଙ୍କ ପ୍ରଶ୍ନ ପରେ ଜବାବ ରଖିଲା ସେରମ୍

ନୂଆଦିଲ୍ଲୀ: କୋଭିଶିଲ୍ଟ ଟିକାର ଦାମକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ପରେ ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛି। ଗୁରୁବାର ସେରମର ସିଇଓ ଅଦର ପୁନାଓ୍ୱାଲା କହିଛନ୍ତି ଦର ବାବଦରେ କୌଣସି ପାତର ଅନ୍ତର ହୋଇନି। ଟିକା ତିଆରି ବେଳେ କେନ୍ଦ୍ର ସରକାର ସହ ପୂର୍ବ ପ୍ରତିଶ୍ରୁତି ଏବଂ ଚୁକ୍ତିନାମା ହୋଇଥିଲା। କେନ୍ଦ୍ର ସରକାରକୁ ଏହାରି ଭିତରେ ୧୦ କୋଟି ଡୋଜ ଦିଆ ସରିଛି। ମାର୍ଚ୍ଚରେ ପୁଣି ଚୁକ୍ତି ହୋଇଥିବା […]

Covishield

Subhransu Sekhar
  • Published: Saturday, 24 April 2021
  • , Updated: 24 April 2021, 01:39 PM IST

ନୂଆଦିଲ୍ଲୀ: କୋଭିଶିଲ୍ଟ ଟିକାର ଦାମକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ପରେ ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛି। ଗୁରୁବାର ସେରମର ସିଇଓ ଅଦର ପୁନାଓ୍ୱାଲା କହିଛନ୍ତି ଦର ବାବଦରେ କୌଣସି ପାତର ଅନ୍ତର ହୋଇନି। ଟିକା ତିଆରି ବେଳେ କେନ୍ଦ୍ର ସରକାର ସହ ପୂର୍ବ ପ୍ରତିଶ୍ରୁତି ଏବଂ ଚୁକ୍ତିନାମା ହୋଇଥିଲା। କେନ୍ଦ୍ର ସରକାରକୁ ଏହାରି ଭିତରେ ୧୦ କୋଟି ଡୋଜ ଦିଆ ସରିଛି। ମାର୍ଚ୍ଚରେ ପୁଣି ଚୁକ୍ତି ହୋଇଥିବା ୧୧ କୋଟି ଡୋଜ ପାଇଁ ନୂଆ ଚୁକ୍ତିନାମା ହୋଇଛି। ଏବେ ଏହି ଟିକା ଖୁବଶୀଘ୍ର କେନ୍ଦ୍ରକୁ ଦିଆଯିବ। ଏହାପରେ କେନ୍ଦ୍ର ସରକାର ସହିତ ଆଉ ଏକ ଚୁକ୍ତି ହେବ। ଏହି ସମୟରେ କେନ୍ଦ୍ର ମଧ୍ୟ ଡୋଜ ପିଛା ୪୦୦ ଟଙ୍କାରେ କିଣିବ ବୋଲି ପୁନାଓ୍ୱାଲା କହିଥିବା ସୂଚନା ରହିଛି।

ରବିବାର କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟ ଟିକାକରଣ ମେ ୧ରୁ ହେବ ବୋଲି ଘୋଷଣା କରିଥିଲେ। ସମସ୍ତ ପ୍ରାପ୍ତ ବୟସ୍କ ଏହି ସମୟରେ ଟିକା ନେବେ। ଟିକାକରଣକୁ ଜୋରଦାର କରିବା ପାଇଁ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ଚାହିଁଲେ ସିଧା ଟିକା କମ୍ପାନୀରୁ କିଣିପାରିବେ ବୋଲି କହିଥିଲେ। ଏହାପରେ ବୁଧବାର ସେରମ୍ ଟିକା ଦର ଘୋଷଣା କରିଥିଲା। ଯେଉଁଥିରେ ଡୋଜର ଦାମ ରାଜ୍ୟ ସରକାର ପାଇଁ ୪୦୦ ଟଙ୍କା ଏବଂ ଘରୋଇ ହସ୍ପିଟାଲ ପାଇଁ ଡୋଜ ପିଛା ୬୦୦ ଟଙ୍କା ରଖିଥିଲା ସେରମ୍।

ଏହାପରେ ବିରୋଧୀ ଟିଏମସି, କଂଗ୍ରେସ ସମେତ ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲା। ସେରମ୍ ଏଭଳି ଦର କେନ୍ଦ୍ରର ଚାପରେ କରିଛି। ଏଭଳି ଦର “ମନମୁଖୀ ତଥା ଭେଦଭାବକାରୀ” ବୋଲି ସୋନିଆ ଗାନ୍ଧୀ କହିଥିଲେ। ଏହାପରେ ସେରମ୍ ଗୁରୁବାର ବିବୃତ୍ତି ଜାରି କରି ଦର ସମସ୍ତଙ୍କ ପାଇଁ ସମାନ ବୋଲି କହିଛି।

ତେବେ ଦ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ସେରମ୍ ନିଜର ଘରୋଇ ବଜାରରେ ଡୋଜ୍ ପିଛା ୬୦୦ ଟଙ୍କା ଅର୍ଥାତ୍ ୮ ଡଲାର ରଖିଛି। ଯାହାକି ଅନ୍ୟ ଦେଶ ତୁଳନାରେ ଅଧିକ। ଯଦି ରାଜ୍ୟ ସରକାର ଏହି ଟିକା ଖର୍ଚ୍ଚ ବହନ କରିବାକୁ ମନା କରନ୍ତି, ତେବେ ରାଜ୍ୟ ସରକାରୀ ଡାକ୍ତରଖାନା ଗୁଡ଼ିକରେ ଲୋକଙ୍କୁ ୪୦୦ ଟଙ୍କା (୫.୩୦ ଡଲାରରୁ ଅଧିକ) ଦେବାକୁ ପଡିବ। ହେଲେ କେନ୍ଦ୍ର ଦ୍ୱାରା ଗ୍ରହଣ କରାଯାଇଥିବା ନୂଆ ଟିକା ଏବଂ ରାଜ୍ୟ ସରକାରଙ୍କୁ ଦିଆଯାଉଥିବା ଡୋଜର ମୂଲ୍ୟ ଡୋଜ ପିଛା ୪୦୦ ଟଙ୍କା ରହିବ। ଯାହା ଆମେରିକା, ବ୍ରିଟେନ ଏବଂ ୟୁଏଇ ସରକାରଙ୍କ ମୂଲ୍ୟଠାରୁ ଅଧିକ।

Related story