ଟିକା ଗୋଟିଏ, ଦାମ ଅଲଗା ଅଲଗା; ଘେରିଲେ ବିରୋଧୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଟିକାକରଣକୁ ନୀତିକୁ ବିରୋଧୀ ଘେରିଛନ୍ତି। ଟିକା ଗୋଟିଏ, ହେଲେ ଏହାର ଦାମ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ଘରୋଇ ହସ୍ପିଟାଲ ପାଇଁ ତିନି ପ୍ରକାରର ରହିଛି। ଏବେ ଏହାକୁ ନେଇ ବିରୋଧୀ ଟିଏମସି ଏବଂ କଂଗ୍ରେସ କେନ୍ଦ୍ରର ମୋଦି ସରକାରକୁ ଘେରିଛନ୍ତି। ମେ ୧ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ସମସ୍ତ ପ୍ରାପ୍ତ ବୟସ୍କ ଟିକା ନେବେ। ଟିକାକରଣକୁ ଜୋରଦାର କରିବାକୁ ଯାଇ […]

sonia mamta

sonia mamta

Subhransu Sekhar
  • Published: Friday, 23 April 2021
  • Updated: 23 April 2021, 09:56 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଟିକାକରଣକୁ ନୀତିକୁ ବିରୋଧୀ ଘେରିଛନ୍ତି। ଟିକା ଗୋଟିଏ, ହେଲେ ଏହାର ଦାମ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ଘରୋଇ ହସ୍ପିଟାଲ ପାଇଁ ତିନି ପ୍ରକାରର ରହିଛି। ଏବେ ଏହାକୁ ନେଇ ବିରୋଧୀ ଟିଏମସି ଏବଂ କଂଗ୍ରେସ କେନ୍ଦ୍ରର ମୋଦି ସରକାରକୁ ଘେରିଛନ୍ତି।

ମେ ୧ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ସମସ୍ତ ପ୍ରାପ୍ତ ବୟସ୍କ ଟିକା ନେବେ। ଟିକାକରଣକୁ ଜୋରଦାର କରିବାକୁ ଯାଇ କେନ୍ଦ୍ର ସରକାର କହିଛନ୍ତି ଏବେ ରାଜ୍ୟ ସରକାର ସିଧା ଟିକା କମ୍ପାନୀ ପାଖରୁ ଟିକା କିଣିପାରିବେ। ଏହାପରେ ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିଶିଲ୍ଡ ଟିକାର ଦାମ ଘୋଷଣା କରିଛି। ସେ ଏହି ଟିକାକୁ କେନ୍ଦ୍ରକୁ ୧୫୦ଟଙ୍କାରେ ପୂର୍ବରୁ ଦେଉଛି। ଏବେ ରାଜ୍ୟ ସରକାର ଏବଂ ଘରୋଇ ହସ୍ପିଟାଲ ପାଇଁ ଦୁଇଟି ଅଲଗା ଦର ଘୋଷଣା କରିଛି। ରାଜ୍ୟ ସରକାର ପାଇଁ ଟିକା ପିଛା ୪୦୦ଟଙ୍କା ରହିଥିବାବେଳେ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ରହିଛି।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ରର ଟିକାକରଣ ନୀତି "ମନମୁଖୀ ତଥା ଭେଦଭାବକାରୀ"। ଏହି ନୀତି ମହାମାରୀରେ ପୀଡିତ ସାଧାରଣ ଲୋକଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେବ। ରାଜ୍ୟ ସରକାର ଅଧିକ ଦାମ ଦେଇ ସମାନ ଟିକା କିଣିଲେ କେନ୍ଦ୍ର ତୁଳନାରେ ଢେର ଅଧିକ ଆର୍ଥିକ ବୋଝର ସାମ୍ନା କରିବେ ବୋଲି ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ଗତବର୍ଷ ପାଖରୁ ସାରା ଦେଶ କୋଭିଡର ସାମ୍ନା କରି ଆସୁଛି। ଏହା ସାଧାରଣ ନାଗରିକଙ୍କ ଉପରେ ଅଧିକ ପ୍ରଭାବ ପକାଇଛି। ଏହାପରେ ବି ସରକାର ଏଭଳି ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଯାଇ ଟିକାକରଣକୁ ଜୋର ଦେଇଛନ୍ତି। ହେଲେ ଦରକୁ ନେଇ ଭେଦଭାବ ନୀତି ଜାରି ରଖିଛନ୍ତି। ଯାହାକି ସାମ୍ପ୍ରତିକ ପରିସ୍ଥିତରେ ଗ୍ରହଣୀୟ ନୁହେଁ ବୋଲି ସୋନିଆ କହିଛନ୍ତି।

ଭାରତ ସରକାର ୧୮ ରୁ ୪୫ ବର୍ଷ ବୟସର ନାଗରିକଙ୍କ ପାଇଁ ମାଗଣା ଟିକାକରଣ କରିବା ଦରକାର। ନହେଲେ କେନ୍ଦ୍ର ସରକାର ନିଜ ଦାୟିତ୍ୱରୁ ଓହରିଯାଉଛନ୍ତି ବୋଲି ସୋନିଆ କହିଛନ୍ତି। ସେରମ୍ ତିଆରି କରୁଥିବା କୋଭିଡ୍ ଟିକା ପାଇଁ ଯେଉଁ ଦର ଧାର୍ଯ୍ୟ କରିଛି ତାହା ଗ୍ରହଣୀୟ ନୁହେଁ। କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ନୀତି ପାଇଁ ଟିକା ଉତ୍ପାଦନକାରୀ ଏଭଳି ଦର ଘୋଷଣା କରିଛି ବୋଲି ସୋନିଆ କହିଛନ୍ତି। କେନ୍ଦ୍ର ସରକାରଙ୍କ ନିକଟରେ ଉପଲବ୍ଧ ଟିକାକରଣର ୫୦ ପ୍ରତିଶତ ବିଭିନ୍ନ ରାଜ୍ୟକୁ ବିନା ପାତର ଅନ୍ତରରେ ଦିଆଯିବା ଦରକାର ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦର ମୂଲ୍ୟାଙ୍କନ ବାବଦରେ ହସ୍ତକ୍ଷେପ କରି ଗୋଟିଏ ଦର ଘୋଷଣା କରିବା ଦରକାର ବୋଲି ସେ କହିଛନ୍ତି।

ରାହୁଲ୍ ଗାନ୍ଧୀ ମଧ୍ୟ ଏହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ଏଭଳି ପରିସ୍ଥିତିରେ ମୋଦିଙ୍କ ମିତ୍ରମାନେ ଅଧିକ ଲାଭବାନ ହେଉଛନ୍ତି ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧୀ ଏଭଳି କହି ପରୋକ୍ଷରେ ସେରମ୍ ଇନଷ୍ଟିଚ୍ୟୁଟକୁ ଟାର୍ଗେଟ୍ କରିଛନ୍ତି। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ମଧ୍ୟ ଗୋଟିଏ ଟିକା ଦର ଭିନ୍ନ ଭିନ୍ନ ହୋଇଥିବାକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି।

https://twitter.com/RahulGandhi/status/1384797499924353026?s=20

ସେହିପରି କେନ୍ଦ୍ର ସରକାରର ଘୋର ବିରୋଧୀ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଟୁଇଟ୍‌ କରି କହିଛନ୍ତି, ବିନା ଭେଦଭାବରେ ପ୍ରତ୍ୟେକ ଭାରତୀୟଙ୍କୁ କେନ୍ଦ୍ର ମାଗଣା ଟିକା ଯୋଗାଇବା ଦରକାର। ଏହାପରେ ସେ କେନ୍ଦ୍ରର ଶାସକ ଦଳ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଯେଉଁ ଦଳ ଗୋଟିଏ ଦେଶ, ଗୋଟିଏ ଦଳ, ଜଣେ ନେତା ନୀତିକୁ ଆଗକୁ ନେଉଛି ହେଲେ ଜୀବନ ବଞ୍ଚାଇବା ପାଇଁ ଗୋଟିଏ ଦର ଧାର୍ଯ୍ୟ କରିପାରୁନାହିଁ।

https://twitter.com/MamataOfficial/status/1385120415928918016?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story