ମା’ ନେଗେଟିଭ୍, ନବଜାତ ଶିଶୁ କରୋନା ପଜିଟିଭ୍

ବାରଣାସୀ: କରୋନା ମହାମାରୀର ଦ୍ୱିତୀୟ ଲହର ଛୋଟ ପିଲାମାନଙ୍କ ପାଇଁ ଅଧିକ ଘାତକ ବୋଲି କୁହାଯାଉଛି। ଏପରିକି ଗର୍ଭବତୀ ମହିଳାମାନଙ୍କୁ କରୋନା ସମୟରେ ଅଧିକ ସର୍ତକ ରହିବାକୁ ପରାମର୍ଶ ଦିଆଯାଉଛି। ଏଭଳି ସ୍ଥିତିରେ ଉତ୍ତର ପ୍ରଦେଶରୁ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଛି । ଏଠାରେ ଜଣେ ସୁସ୍ଥ ମହିଳା ଏକ କରୋନା ପଜିଟିଭ୍ ଶିଶୁକୁ ଜନ୍ମ ଦେଇଛି। ଏହି ବିରଳ ମାମଲା ବାରଣାସୀରୁ ଆସିଛି। ଏହି ମାମଲାକୁ ନେଇ ବିଏଚୟୁର […]

new-born

Ranjit Kumar Jena
  • Published: Thursday, 27 May 2021
  • , Updated: 27 May 2021, 10:09 PM IST

ବାରଣାସୀ: କରୋନା ମହାମାରୀର ଦ୍ୱିତୀୟ ଲହର ଛୋଟ ପିଲାମାନଙ୍କ ପାଇଁ ଅଧିକ ଘାତକ ବୋଲି କୁହାଯାଉଛି। ଏପରିକି ଗର୍ଭବତୀ ମହିଳାମାନଙ୍କୁ କରୋନା ସମୟରେ ଅଧିକ ସର୍ତକ ରହିବାକୁ ପରାମର୍ଶ ଦିଆଯାଉଛି। ଏଭଳି ସ୍ଥିତିରେ ଉତ୍ତର ପ୍ରଦେଶରୁ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଛି । ଏଠାରେ ଜଣେ ସୁସ୍ଥ ମହିଳା ଏକ କରୋନା ପଜିଟିଭ୍ ଶିଶୁକୁ ଜନ୍ମ ଦେଇଛି। ଏହି ବିରଳ ମାମଲା ବାରଣାସୀରୁ ଆସିଛି।

ଏହି ମାମଲାକୁ ନେଇ ବିଏଚୟୁର ଚିକିତ୍ସକ ଓ ବୈଜ୍ଞାନିକ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ପୁଣିଥରେ ଯାଞ୍ଚ କରିବେ ବୋଲି ଜଣାପଡ଼ିଛି। ମାମଲା ବାରଣାସୀର ବିଏଚୟୁ ସ୍ଥିତ ସାର୍ ସୁନ୍ଦର ଲାଲ୍ ହସ୍ପିଟାଲରେ ଦେଖିବାକୁ ମିଳିଛି, ଯେଉଁଠାରେ ଚନ୍ଦ୍ରୋଲୀରେ ରହୁଥିବା ସୁପ୍ରିୟା ପ୍ରଜାପତି ନାମକ ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି ।

ମେ’ ୨୪ ତାରିଖରେ ସୁପ୍ରିୟାଙ୍କୁ ବିଏଚୟୁରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ମେ’ ୨୫ ତାରିଖରେ ସୁପ୍ରିୟା ନବଜାତ ଶିଶୁକୁ ଜନ୍ମ ଦେଲେ । ଶିଶୁ କରୋନା ଟେଷ୍ଟ କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ୍ ଆସିଥିଲା । ରିପୋର୍ଟ ଆସିବା ପରେ ମେଡିକାଲ୍ ସାଇନ୍ସ ସହ ଜଡ଼ିତ ବିଶେଷଜ୍ଞ ଚକିତ ହୋଇ ପଡ଼ିଛନ୍ତି ।

ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଭିବି ସିଂହ ଏହି ଘଟଣାକୁ ଦୁର୍ଲଭ ମାମଲା କହିଛନ୍ତି। ବର୍ତ୍ତମାନ ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି । କିନ୍ତୁ ପୁଣିଥରେ ଶିଶୁଟିର କରୋନା ଟେଷ୍ଟ କରାଯିବ।

ବାରଣାସୀରେ କରୋନା ମାମଲାରେ ଲଗାତର ସୁଧାର ଆସିଛି। ଏଠାରେ ସକ୍ରିୟ ମାମଲା ଏବେ ୨ହଜାର ଭିତରେ ରହୁଛି। ଏଭଳି ସ୍ଥିତିରେ ଏହିପରି ନୂଆ ମାମଲା ବିଏଚୟୁ ଚିକିତ୍ସକଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଶିଶୁଟିର ପୁର୍ନବାର ଯାଞ୍ଚ ହେଲା ପରେ ସବୁକିଛି ଭଲଭାବେ ସ୍ପଷ୍ଟ ହୋଇଯିବ। ଏବେ ଉଭୟ ମା’ ଓ ଶିଶୁ ଉପରେ ବିଶେଷ ଧ୍ୟାନ ଦିଆଯାଉଛି ।

Related story