ସାମାଜିକ କର୍ମୀ ସୁଧା ଭରଦ୍ୱାଜଙ୍କ ଜାମିନକୁ ଚ୍ୟାଲେଞ୍ଜ କଲା ଏନଆଇଏ

ନୂଆଦିଲ୍ଲୀ: ଭୀମା କୋରାଗାଓଁ ମାମଲାରେ ଆଇନଜୀବୀ ତଥା ସାମାଜିକ କର୍ମୀ ସୁଧା ଭରଦ୍ୱାଜଙ୍କୁ ମିଳିଥିବା ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ଏନଆଇଏ। ୨୦୧୮ରୁ ଜେଲରେ ଥିବା ସୁଧାଙ୍କୁ ବୁଧବାର ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ପରିସରକୁ ବୃଦ୍ଧି କରିବା ଓ ଅନିର୍ଦ୍ଦିଷ୍ଟକାଳ ପାଇଁ ତାଙ୍କୁ ଅଟକ ରଖିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଥିଲେ। ତେବେ ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସଏସ ସିନ୍ଧେ ଓ ଜଷ୍ଟିସ ଏନଜେ […]

Sudha

Hemant Lenka
  • Published: Friday, 03 December 2021
  • , Updated: 03 December 2021, 01:02 PM IST

ନୂଆଦିଲ୍ଲୀ: ଭୀମା କୋରାଗାଓଁ ମାମଲାରେ ଆଇନଜୀବୀ ତଥା ସାମାଜିକ କର୍ମୀ ସୁଧା ଭରଦ୍ୱାଜଙ୍କୁ ମିଳିଥିବା ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ଏନଆଇଏ। ୨୦୧୮ରୁ ଜେଲରେ ଥିବା ସୁଧାଙ୍କୁ ବୁଧବାର ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ପରିସରକୁ ବୃଦ୍ଧି କରିବା ଓ ଅନିର୍ଦ୍ଦିଷ୍ଟକାଳ ପାଇଁ ତାଙ୍କୁ ଅଟକ ରଖିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଥିଲେ।

ତେବେ ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସଏସ ସିନ୍ଧେ ଓ ଜଷ୍ଟିସ ଏନଜେ ଜାମାଦରଙ୍କ ଖଣ୍ଡପୀଠ ମୁମ୍ବାଇରେ ଥିବା ସ୍ପେଶାଲ ଏନଆଇଏ କୋର୍ଟଙ୍କୁ ଡିସେମ୍ବର ୮ରେ ଜାମିନ ପାଇଁ ସର୍ତ୍ତ ଓ ରିଲିଜ୍‌ ତାରିଖ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପୂର୍ବରୁ ହିଁ ଏନଆଇଏ ବମ୍ବେ ହାଇକୋର୍ଟଙ୍କ ଜାମିନ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି।

୨୦୧୭ ଡିସେମ୍ବର ୩୧ରେ ପୁଣେର କୋରେଗାଓଁ ଠାରେ ଆୟୋଜିତ ଏଲଗାର ପରିଷଦ କନକ୍ଲେଭ ସମୟରେ ହିଂସାକାଣ୍ଡ ଘଟିଥିଲା। ଏହି ଘଟଣାକୁ ଆଧାର କରି ୨୦୧୮ ଅଗଷ୍ଟ ୨୮ରେ ପୁଲିସ୍‌ ଫରିଦାବାଦରୁ ସାମାଜିକ କର୍ମୀ ତଥା ଓକିଲ ସୁଧା ଭରଦ୍ୱାଜ, ହାଇଦ୍ରାବାଦରୁ ଭର୍ଭରା ରାଓ, ଦିଲ୍ଲୀରୁ ଗୌତମ ନଭଲଖା, ମୁମ୍ବାଇରୁ ଅରୁଣ ପେରିୟାର ଓ ଭେନନ୍‌ ଗନ୍‌ସାଲଭେଜଙ୍କୁ ମୁମ୍ବାଇରୁ ଗିରଫ କରିଥିଲା।

ମାଓବାଦୀ ଓ ଦେଶ ବିରୋଧୀ କାର୍ଯ୍ୟକଳାପରେ ଏମାନେ ସଂପୃକ୍ତ ଥିବା ଅଭିଯୋଗ କରି ଏନଆଇଏ ତଦନ୍ତ ଆରମ୍ଭ କରିଥିଲା। ସେବେଠାରୁ ସମସ୍ତେ ଜେଲରେ ଅଛନ୍ତି। ନିକଟରେ ମେଡିକାଲ ଗ୍ରାଉଣ୍ଡରେ ଭର୍ଭରା ରାଓଙ୍କୁ ଜାମିନ ମିଳିଛି। ଅନ୍ୟମାନେ ପୂର୍ବଭଳି ଜେଲରେ ରହିଛନ୍ତି।

Related story