Advertisment

ଉଦ୍ଧବ ସରକାରଙ୍କ ନିଷ୍ପତ୍ତି, ରବିବାରଠାରୁ ନାଇଟ୍ କର୍ଫ୍ୟୁ

ମୁମ୍ୱାଇ: ମହାରାଷ୍ଟ୍ରରେ ଉପରମୁହାଁ କରୋନା। ଆଗାମୀ ଦିନରେ ଲକଡାଉନ୍ ହୋଇପାରେ ବୋଲି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ଇସାରା କରିଥିବା ବେଳେ ସାରା ରାଜ୍ୟରେ ରବିବାର ପାଖରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଆଉ ସବୁ ବନ୍ଦ ରହିବ। ହେଲେ ଶନିବାର ଏବଂ ରବିବାର ସମ୍ପୂର୍ଣ୍ଣ ଦୋକାନ ବଜାର ବନ୍ଦ ରହିବ। ଶୁକ୍ରବାର ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ସହ ଏକ ବୈଠକ କରିଥିଲେ। ବିଭିନ୍ନ […]

ଅଦ୍ୟତନ ହୋଇଛି
ଉଦ୍ଧବ ସରକାରଙ୍କ ନିଷ୍ପତ୍ତି, ରବିବାରଠାରୁ ନାଇଟ୍ କର୍ଫ୍ୟୁ

Night-curfew-maharashtra

Advertisment

ମୁମ୍ୱାଇ: ମହାରାଷ୍ଟ୍ରରେ ଉପରମୁହାଁ କରୋନା। ଆଗାମୀ ଦିନରେ ଲକଡାଉନ୍ ହୋଇପାରେ ବୋଲି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ଇସାରା କରିଥିବା ବେଳେ ସାରା ରାଜ୍ୟରେ ରବିବାର ପାଖରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଆଉ ସବୁ ବନ୍ଦ ରହିବ। ହେଲେ ଶନିବାର ଏବଂ ରବିବାର ସମ୍ପୂର୍ଣ୍ଣ ଦୋକାନ ବଜାର ବନ୍ଦ ରହିବ। ଶୁକ୍ରବାର ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ସହ ଏକ ବୈଠକ କରିଥିଲେ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ପାଖାପାଖି ୨ ଘଣ୍ଟା ଧରି ଏହି ବୈଠକ ବସିଥିଲା।

Advertisment

ଯଦିଓ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି ହେଲେ ଲକଡାଉନ୍ ଲାଗୁ କରିବା ପାଇଁ ଇଚ୍ଛା ନାହିଁ ବୋଲି ବୈଠକରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ। ହେଲେ ଯେଉଁଭଳି ପରିସ୍ଥିତି ଉପୁଜୁଛି ତାର ମୁକାବିଲା ପାଇଁ ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ କୌଣସି ଅସୁବିଧା ନହେବା ଉଚିତ ବୋଲି ଉଦ୍ଧବ କହିଛନ୍ତି। ଏହା ସହିତ ସମସ୍ତ ଅଧିକାରୀଙ୍କୁ କୁହାଯାଇଛି ଯେ ସମୟ ସମୟରେ ସେମାନେ ରାଜ୍ୟ ସରକାରଙ୍କୁ ସ୍ୱାସ୍ଥ୍ୟ ସେବା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବେ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି,  ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ରୂପ ନେଉଥିବାରୁ ନାଇଟ୍ କର୍ଫ୍ୟୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଖୁବ ଶୀଘ୍ର ବିପର୍ଯ୍ୟୟ ପରିଚାଳନା ଓ ଥଇଥାନ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହେବ। ନୂଆ ନିୟମ ଅନୁସାରେ ସପିଂ ମଲ ଗୁଡ଼ିକ ରାତି ୮ଟାରୁ ସକାଳ ୭ଟା ଯାଏ ବନ୍ଦ ରହିବ।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩୫,୯୫୨ ଜଣ ନୂଆ କରୋନାରେ ସଂକ୍ରମିତ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ୍ ସଂକ୍ରମିତ ସଂଖ୍ୟା ୨,୬୦୦,୮୩୩ କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ୨୬୪,୦୦୧ ଜଣ କରୋନାରେ ସଂକ୍ରମିତ ଅଛନ୍ତି ବୋଲି ଜଣାପଡ଼ିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୧୧ ଜଣ ପ୍ରାଣ ହରାଇଛନ୍ତି। ଏହାପରେ ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୫୩,୭୯୫ କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୨୦,୪୪୪ ଲୋକ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇଲେ ରାଜ୍ୟରେ ମୋଟ୍ ୨,୨୮୩,୦୩୭ ଜଣ ଆରୋଗ୍ୟ ହୋଇଛନ୍ତି।

ମହାରାଷ୍ଟ୍ରରେ କରୋନା ସଂକ୍ରମଣକୁ ନଜରରେ ରଖି ନୂଆ ଗାଇଡଲାଇନ ଜାରି ହୋଇଛି। ସପିଂ ମଲ୍, ବଜାର, ସିନେମା ହଲ୍ ଇତ୍ୟାଦି ଗୁଡିକରେ ୫୦ ପ୍ରତିଶତ କ୍ଷମତା ସହିତ କାମ ଚାଲିବା ଉଚିତ। ଏହା ସହିତ ବିବାହରେ ୫୦ରୁ ଅଧିକ ଲୋକଙ୍କୁ ଯୋଗଦେଇ ପାରିବେ ନାହିଁ ଏବଂ ଅନ୍ତିମ ସଂସ୍କାରରେ ମାତ୍ର ୨୦ ଜଣ ଉପସ୍ଥିତ ରହିପାରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ସେହିପରି ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ଗୁଡ଼ିକରେ କରୋନା ଓ୍ୱାର୍ଡ ଅଲଗା କରାଯାଇଛି। ଘରୋଇ ଡାକ୍ତରଖାନା ଗୁଡ଼ିକରେ ୫୦ ପ୍ରତିଶତ ବେଡ୍ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ସଂରକ୍ଷିତ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ହୋଲି ବେଳେ ଲୋକଙ୍କୁ ଏକାଠି ନହେବାକୁ ସରକାର ଲୋକଙ୍କୁ ନିବେଦନ କରିଛନ୍ତି। ତେଣୁ ସତର୍କ ହୋଇ ହୋଲି ପାଳନ କରିବାକୁ ଉପମୁଖ୍ୟ ମନ୍ତ୍ରୀ ଅଜିତ ପାଓ୍ୱାର ନିବେଦନ କରିଛନ୍ତି।

Night Curfew
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe