ଓଡ଼ିଶାରୁ ତେଲେଙ୍ଗାନା ଯିବ ଅମ୍ଳଜାନ, ବିମାନର ଆସିଲା ୯ ଟ୍ୟାଙ୍କର

ହାଇଦ୍ରାବାଦ: କରୋନା ସଂକ୍ରମଣ ଭିତରେ ଅମ୍ଳଜାନର ସଙ୍କଟ ସୃଷ୍ଟି ହୋଇଛି। ଏଭଳି ଏକ ସ୍ଥିତିରେ ଗୋଟିଏ ପରେ ଗୋଟିଏ ରାଜ୍ୟ ଓଡ଼ିଶାରୁ ଅମ୍ଳଜାନ ନେବାକୁ ନିବେଦନ କରିବାରେ ଲାଗିଛନ୍ତି। ଓଡ଼ିଶା ମଧ୍ୟ ଆବଶ୍ୟକ ଥିକା ରାଜ୍ୟଗୁଡ଼ିକୁ ଅମ୍ଳଜାନ ଯୋଗାଇ ଦେବା ଆରମ୍ଭ କରିଛି। ଏହିକ୍ରମରେ ତେଲେଙ୍ଗାନା ମଧ୍ୟ ଓଡ଼ିଶାରୁ ଅକ୍ସିଜେନ ନେବ। ଏଥିପାଇଁ ଗତକାଲି ବିଳମ୍ବିତ ରାତିରେ ୯ଟି ଖାଲି ଅକ୍ସିଜେନ୍‌ ସପ୍ଲାଏ ଟ୍ୟାଙ୍କର ବିମାନ ଯୋଗେ ଓଡ଼ିଶାରେ ପହଞ୍ଚିଛି। ଭାରତୀୟ ବାୟୁସେନାର ଦୁଇଟି ସି-୧୭ ବିମାନରେ […]

Tanker

Hemant Lenka
  • Published: Friday, 23 April 2021
  • , Updated: 23 April 2021, 05:29 PM IST

ହାଇଦ୍ରାବାଦ: କରୋନା ସଂକ୍ରମଣ ଭିତରେ ଅମ୍ଳଜାନର ସଙ୍କଟ ସୃଷ୍ଟି ହୋଇଛି। ଏଭଳି ଏକ ସ୍ଥିତିରେ ଗୋଟିଏ ପରେ ଗୋଟିଏ ରାଜ୍ୟ ଓଡ଼ିଶାରୁ ଅମ୍ଳଜାନ ନେବାକୁ ନିବେଦନ କରିବାରେ ଲାଗିଛନ୍ତି। ଓଡ଼ିଶା ମଧ୍ୟ ଆବଶ୍ୟକ ଥିକା ରାଜ୍ୟଗୁଡ଼ିକୁ ଅମ୍ଳଜାନ ଯୋଗାଇ ଦେବା ଆରମ୍ଭ କରିଛି। ଏହିକ୍ରମରେ ତେଲେଙ୍ଗାନା ମଧ୍ୟ ଓଡ଼ିଶାରୁ ଅକ୍ସିଜେନ ନେବ। ଏଥିପାଇଁ ଗତକାଲି ବିଳମ୍ବିତ ରାତିରେ ୯ଟି ଖାଲି ଅକ୍ସିଜେନ୍‌ ସପ୍ଲାଏ ଟ୍ୟାଙ୍କର ବିମାନ ଯୋଗେ ଓଡ଼ିଶାରେ ପହଞ୍ଚିଛି।

ଭାରତୀୟ ବାୟୁସେନାର ଦୁଇଟି ସି-୧୭ ବିମାନରେ ଖାଲି ଟ୍ୟାଙ୍କରଗୁଡ଼ିକ ହାଇଦ୍ରାବାଦର ବେଗମପେଟ୍‌ ଏୟାରପୋର୍ଟରୁ ଓଡ଼ିଶାର ଲିକ୍ୟୁଟ ଅକ୍ସିଜେନ ପ୍ଲାଣ୍ଟସ ଅଭିମୁଖେ ଉଡ଼ାଣ ଭରିଥିଲା। ଏୟାରପୋର୍ଟରେ ଏହି ଅପରେସନକୁ ତେଲେଙ୍ଗାନା ସ୍ୱାସ୍ଥ୍ୟମନ୍ତ୍ରୀ ଇ ରାଜେନ୍ଦ୍ର ଓ ମୁଖ୍ୟ ସଚିବ ତର୍ଜମା କରିଛନ୍ତି। ସେମାନଙ୍କ ଉପସ୍ଥିତରେ ଖାଲି ଟ୍ୟାଙ୍କର ଓଡ଼ିଶା ଆସିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ରାଜେନ୍ଦ୍ର କହିଛନ୍ତି, ବିମାନରେ ଯାଇଥିବା ଏହି ଟ୍ୟାଙ୍କର ଗୁଡ଼ିକ ସଡ଼କ ପଥରେ ଆସିବ। ଓଡ଼ିଶାରୁ ୧୫୦ ଟନ୍‌ ଅକ୍ସିଜେନ ଧରି ଟ୍ୟାଙ୍କରଗୁଡ଼ିକ ଏପ୍ରିଲ ୨୭ରେ ତେଲେଙ୍ଗାନାରେ ପହଞ୍ଚିବ। ଓଡ଼ିଶାର ଅନୁଗୋଳ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ବିମାନ ଯୋଗେ ଟ୍ୟାଙ୍କର ଯାଇଥିବାରୁ ପରିବହନ ପାଇଁ ଆବଶ୍ୟକ ୩ ଦିନ ହ୍ରାସ ପାଇଛି।

ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ତେଲେଙ୍ଗାନା ସରକାର ଯେତେ ଟଙ୍କା ଦରକାର ସେତେ ଅର୍ଥ ଖର୍ଚ୍ଚ କରିବେ। ସରକାର ୨୨ଟି ହସ୍ପିଟାଲରେ ଲିକ୍ୟୁଡ ଅକ୍ସିଜେନ ଟ୍ୟାଙ୍କର ଲଗାଇଛନ୍ତି। ଏହି ବ୍ୟବସ୍ଥା ରାଜ୍ୟରେ ଅକ୍ସିଜେନ ସଙ୍କଟ ଜନିତ ସମସ୍ୟା ସୃଷ୍ଟି କରିବ ନାହିଁ। ତେଲେଙ୍ଗାନକୁ ଦୈନିକ ୩୮୦ ଟନ୍‌ ଅକ୍ସିଜେନ ମିଳିବ ବୋଲି କେନ୍ଦ୍ର ସରକାର କହିଥିଲେ। କିନ୍ତୁ ୨୬୦ରୁ ୨୭୦ ଟନ୍‌ ଅକ୍ସିଜେନ ମିଳୁଛି ବୋଲି ସେ କହିଛନ୍ତି।

Related story