ନିରବ ମୋଦି ଭାରତ ଫେରିବା ଶେଷ ପର୍ଯ୍ୟାୟରେ, ଅପେକ୍ଷା କରିଛି ଆର୍ଥର ଜେଲ

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଭାରତ ଫେରିବେ ପଳାତକ ହୀରା ବ୍ୟବସାୟୀ ନିରବ ମୋଦି। କୋଟି କୋଟି ଟଙ୍କା ଦୁର୍ନୀତି କରି ଲଣ୍ଡନ ଖସି ପଳାଇଥିବା ନିରବଙ୍କୁ ଭାରତ ପ୍ରତ୍ୟର୍ପିତ ଲାଗି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।  ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୧,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ଠକେଇ କରି ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ନିରବ ମୋଦଙ୍କୁ ପ୍ରତ୍ୟର୍ପିତ ଲାଗି ଭାରତ କରିଥିବା ଆବେଦନ ବିରୋଧରେ ନିରବ ଏକ ଆବେଦନ କରିଥିଲେ। କିନ୍ତୁ ଲଣ୍ଡନ ହାଇକୋର୍ଟରେ ତାଙ୍କ […]

nirav modi

nirav modi

Tapas Behera
  • Published: Wednesday, 09 November 2022
  • Updated: 09 November 2022, 05:23 PM IST

Sports

Latest News

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଭାରତ ଫେରିବେ ପଳାତକ ହୀରା ବ୍ୟବସାୟୀ ନିରବ ମୋଦି। କୋଟି କୋଟି ଟଙ୍କା ଦୁର୍ନୀତି କରି ଲଣ୍ଡନ ଖସି ପଳାଇଥିବା ନିରବଙ୍କୁ ଭାରତ ପ୍ରତ୍ୟର୍ପିତ ଲାଗି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।  ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୧,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ଠକେଇ କରି ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ନିରବ ମୋଦଙ୍କୁ ପ୍ରତ୍ୟର୍ପିତ ଲାଗି ଭାରତ କରିଥିବା ଆବେଦନ ବିରୋଧରେ ନିରବ ଏକ ଆବେଦନ କରିଥିଲେ। କିନ୍ତୁ ଲଣ୍ଡନ ହାଇକୋର୍ଟରେ ତାଙ୍କ ଆବେଦନ ଖାରଜ ହୋଇଯାଇଛି। ଚଳିତ ବର୍ଷ ପ୍ରାରମ୍ଭରୁ ହାଇକୋର୍ଟ ଏହି ରାୟ ଶୁଣାଣି କରିସାରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୋଦିଙ୍କ ମାନସିକ ସ୍ଥିତି  ଭଲ ଅଛି। ଖୁବ ଶିଘ୍ର ମୋଦିଙ୍କୁ ଆଣିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।

ଲଣ୍ଡନରୁ ଫେରିଲେ ମୋଦିଙ୍କୁ  ମୁମ୍ବାଇର ଆର୍ଥର ରୋଡ ଜେଲକୁ ରହିବାକୁ ପଡ଼ିବ। ସେ ସମୟରେ ୪୯ ବର୍ଷୀୟ ନିରବ ମୋଦି ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱାଣ୍ଡସୱର୍ଥ ଜେଲରୁ ଭିଡିଓ ଲିଙ୍କ ମାଧ୍ୟମରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହୋଇଥିଲା। ବିଚାରପତି ସାମୁଏଲ୍ ଗୁଜି ରାୟ ପ୍ରଦାନ କରିବାବେଳେ ନିରବ ମୋଦି ନିଜର ମାନସିକ ଏବଂ ସ୍ୱାସ୍ଥ୍ୟ ପ୍ରସଙ୍ଗ ଉଠାଇଥିଲେ। ହେଲେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। କୋର୍ଟ କହିଛନ୍ତି ଯେ ଯଦି ନିରବଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଏ, ତେବେ ତାଙ୍କ ପ୍ରତି କୌଣସି ଅନ୍ୟାୟ ହେବ ନାହିଁ।

ସୂଚନାଯୋଗ୍ୟ, ଭାରତରେ ନିରବ ମୋଦି  ଋଣ ଜାଲିଆତି ମାମଲାରେ ଭାରତରୁ ଫେରାର ହୋଇଯାଇଥିଲା । ଏହା ପରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନିରବ ମୋଦିକୁ ଫେରାଇ ଆଣିବାକୁ ଅନେକ ସମୟରେ ପ୍ରକ୍ରିୟା ଜାରି ରହିଥିଲା। ପଞ୍ଜାବ ନେସନାଲ ବ୍ୟାଙ୍କରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ଠକେଇ କରି ଲଣ୍ଡନ ପଳାଇଯାଇଥିଲା ନିରବ ମୋଦି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos