ଭାରତ ଫେରିବେ ପଳାତକ ନୀରବ ମୋଦି! ବ୍ରିଟେନ ଗୃହ ମନ୍ତ୍ରଣାଳୟ ଦେଲା ଅନୁମତି

ଲଣ୍ଡନ: ବିହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଜାଲିଆତିର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଶକ୍ତ ଝଟକା ଲାଗିଛି। ଭାରତରେ ଜାଲିଆତି କରି ବ୍ରିଟେନ ଫେରାର ହୋଇଯାଇଥିବା ନୀରବ ମୋଦିଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସରକାର ଯେଉଁ ଉଦ୍ୟମ କରୁଥିଲେ, ତା’କୁ ସଫଳତା ମିଳିଛି। ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ଉପରେ ଆଜି ବ୍ରିଟେନ ଗୃହ ମନ୍ତ୍ରଣାଳୟର ସଚିବ ମୋହର ମାରିଥିବା ସିବିଆଇ ପକ୍ଷରୁ କୁହାଯାଇଛି। ଭାରତରେ ଋଣ ଜାଲିଆତି କରିଥିବା ନୀରବ […]

Nirav-Modi

Hemant Lenka
  • Published: Friday, 16 April 2021
  • , Updated: 16 April 2021, 06:14 PM IST

ଲଣ୍ଡନ: ବିହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଜାଲିଆତିର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଶକ୍ତ ଝଟକା ଲାଗିଛି। ଭାରତରେ ଜାଲିଆତି କରି ବ୍ରିଟେନ ଫେରାର ହୋଇଯାଇଥିବା ନୀରବ ମୋଦିଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସରକାର ଯେଉଁ ଉଦ୍ୟମ କରୁଥିଲେ, ତା’କୁ ସଫଳତା ମିଳିଛି।

ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ଉପରେ ଆଜି ବ୍ରିଟେନ ଗୃହ ମନ୍ତ୍ରଣାଳୟର ସଚିବ ମୋହର ମାରିଥିବା ସିବିଆଇ ପକ୍ଷରୁ କୁହାଯାଇଛି। ଭାରତରେ ଋଣ ଜାଲିଆତି କରିଥିବା ନୀରବ ମୋଦି ଏବେ ବ୍ରିଟେନ୍‌ର ଗୋଟିଏ ଜେଲ୍‌ରେ ରହିଛନ୍ତି। ଗୃହ ମନ୍ତ୍ରଣାଳୟର ସଚିବ ପ୍ରତ୍ୟର୍ପଣ ଉପରେ ମୋହର ମାରିଥିଲେ ହେଁ ଏହା ବିରୋଧରେ ନୀରବ ମୋଦି ବ୍ରିଟେନ ହାଇକୋର୍ଟରେ ଆବେଦନ କରିପାରିବେ। ଯଦି ସେ ଆବେଦନ କରନ୍ତି, ତା’ହେଲେ ପ୍ରତ୍ୟର୍ପଣ ପାଇଁ ନିଶ୍ଚିତ ବିଳମ୍ବ ହେବ।

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଘଟିଥିବା ପ୍ରାୟ ୧୨ ହଜାର କୋଟି ଟଙ୍କାର ଦୁର୍ନୀତିରେ ନୀରବ ମୋଦିଙ୍କ ହାତ ରହିଛି। ଏହା ଜଣାପଡ଼ିବା ପୂର୍ବରୁ ସେ ସମସ୍ତଙ୍କୁ ଚକମା ଦେଇ ବ୍ରିଟେନ ଚାଲି ଯାଇଥିଲେ। ୨୦୧୮ରୁ ଉଭୟ ସିବିଆଇ ଓ ଇଡି ଏହି ଘଟଣାର ତଦନ୍ତ କରୁଛନ୍ତି। ଏସବୁ ଭିତରେ ନୀରବ ମୋଦିଙ୍କୁ ଭାରତ ଆଣିବା ପାଇଁ ମଧ୍ୟ ଉଦ୍ୟମ ଚାଲିଥିଲା। ତେବେ ସେ ବ୍ରିଟେନରେ ରହି  ପ୍ରତ୍ୟର୍ପଣରୁ ବର୍ତ୍ତିବା ପାଇଁ ସବୁ ପ୍ରକାରର ଉଦ୍ୟମ କରିଥିଲେ।

ଦୀର୍ଘ ଅଢ଼େଇ ବର୍ଷ କଳା ନିଜର ପ୍ରତ୍ୟର୍ପଣକୁ ରୋକିବାକୁ ସେ ୱେଷ୍ଟମିନିଷ୍ଟର କୋର୍ଟରେ ଲଢ଼େଇ କରିଥିଲେ। କିନ୍ତୁ ଫେବୃଆରୀ ୨୫ରେ ବ୍ରିଟେନର କୋର୍ଟ ସମସ୍ତ ଆବେଦକୁ ଖାରଜ କରିଦେଇଥିଲେ। ତେଣୁ ତାଙ୍କ ପ୍ରତ୍ୟର୍ପଣର ବାଟ ଫିଟିଥିଲା। ନୀରବ ମୋଦି ଭାରତ ଆସିବା ପରେ ତାଙ୍କୁ ମୁମ୍ବାଇର ଅର୍ଥର ରୋଡ ଜେଲ୍‌ର ସ୍ୱତନ୍ତ୍ର ସେଲ୍‌ରେ ରଖାଯିବ। ବାରକ ନମ୍ବର ୧୨ରେ ଥିବା ୩ଟି ସେଲ୍‌ ମଧ୍ୟରୁ ସେ ଗୋଟିଏରେ ରହିବେ ବୋଲି ଜଣାପଡ଼ିଛି।

ଆଜି ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ଉପରେ ମୋହର ବାଜି ଥିବାରୁ ସିବିଆଇର ସ୍ୱତନ୍ତ୍ର ଟିମ ତାଙ୍କୁ ଆଣିବାକୁ ଲଣ୍ଡନ ଯିବାର ସମ୍ଭାବନା ରହିଛି। ଭାରତରୁ ଖସିଯିବା ପରେ ଲଣ୍ଡନରେ ଆତ୍ମଗୋପନ କରିଥିବା ମୋଦିଙ୍କୁ ୨୦୧୯ ମସିହା ମାର୍ଚ୍ଚ ୧୯ରେ ପୁଲିସ୍‌ ସେଠାରେ ଗିରଫ କରିଥିଲା। ସେବେଠାରୁ ସେ ବ୍ରିଟେନର ଜେଲ୍‌ରେ ରହିଛନ୍ତି।

Related story