ଇଡି ଜାଲରେ ଜମ୍ମୁ କଶ୍ମୀରି ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମୋ ବିରୋଧରେ କୌଣସି ଅଭିଯୋଗ ନାହିଁ। ଇଡି ଜାଲରେ ଫସିଥିବା ଜମ୍ମୁ କଶ୍ମୀରିର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦ୍ଦୁଲା ଏହା କହିଛନ୍ତି। ବ୍ୟାଙ୍କ ଦୁର୍ନୀତି ମାମଲାରେ ଗୁରୁବାର ତାଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରିଥିଲା ଇଡି। ସେ କହିଛନ୍ତି ଯେ, ମୋଣ କୌଣସି ଦୋଷ ନାହିଁ।  କିନ୍ତୁ  ମୋତେ ପଚରାଉଚରା ପାଇଁ ଡକାଯାଇଥିଲା। ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି। ଯଦି ପରବର୍ତ୍ତୀ ସମୟରେ ସେମାନେ ଡାକନ୍ତି ମୁଁ ତାଙ୍କୁ ସହଯୋଗ କରିବି। ଜମ୍ମୁ […]

Omar Abdullha

Tapas Behera
  • Published: Thursday, 07 April 2022
  • , Updated: 07 April 2022, 07:34 PM IST

ନୂଆଦିଲ୍ଲୀ: ମୋ ବିରୋଧରେ କୌଣସି ଅଭିଯୋଗ ନାହିଁ। ଇଡି ଜାଲରେ ଫସିଥିବା ଜମ୍ମୁ କଶ୍ମୀରିର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦ୍ଦୁଲା ଏହା କହିଛନ୍ତି। ବ୍ୟାଙ୍କ ଦୁର୍ନୀତି ମାମଲାରେ ଗୁରୁବାର ତାଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରିଥିଲା ଇଡି। ସେ କହିଛନ୍ତି ଯେ, ମୋଣ କୌଣସି ଦୋଷ ନାହିଁ।  କିନ୍ତୁ  ମୋତେ ପଚରାଉଚରା ପାଇଁ ଡକାଯାଇଥିଲା।

ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି। ଯଦି ପରବର୍ତ୍ତୀ ସମୟରେ ସେମାନେ ଡାକନ୍ତି ମୁଁ ତାଙ୍କୁ ସହଯୋଗ କରିବି। ଜମ୍ମୁ କଶ୍ମୀରିର ଏକ ବ୍ୟାଙ୍କ ଦୁର୍ନୀତୀ ମାମଲାରେ ସିବିଆଇର ଏକ ଏତଲା ଅଧାରରେ ଇଡି ଉମର ଅବଦ୍ଦୁଲାଙ୍କୁ ଆଜି ଜେରା କରିଥିଲା।  ଜମ୍ମୁ କଶ୍ମୀର ବ୍ୟାଙ୍କ ସହିତ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ପଚରାଉଚୁରା କରିଛି । ଦିଲ୍ଲୀରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ କାର୍ଯ୍ୟାଳୟରେ ଆଜି ଦିନ ୧୧ ଟାରୁ ତାଙ୍କୁ ପଚରା ଉଚୁରା କରାଯାଇ ଥିଲା। ।

ଉମର ଅବଦୁଲ୍ଲାଙ୍କୁ ଇଡି ପକ୍ଷକୁ କରାଯାଉଥିବା ପଚାଉଚୁରା କଥା ସାମ୍ନାକୁ ଆସିବା ପରେ ତାଙ୍କ ଦଳ ପକ୍ଷରୁ ବୟାନ ଜାରି କରାଯାଇଛି । ନ୍ୟାସନାଲ କନଫେରେନ୍ସର ଟୁଇଟର ହ୍ୟାଣ୍ଡେଲରେ କୁହାଯାଇଛିଯେ, ଜମ୍ମୁକାଶ୍ମୀର ନ୍ୟାସନାଲ କନଫେରେନ୍ସର  (ଜେକେଏନ୍‌ସି)ର ଉପାଧ୍ୟକ୍ଷ ଉମର ଅବଦୁଲ୍ଲାଙ୍କୁ ଦିଲ୍ଲୀରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ପାଇଁ କୁହାଯାଇଥିଲା। ଏକ ତଦନ୍ତ  ପ୍ରକ୍ରିୟାରେ ତାଙ୍କର ଉପସ୍ଥିତି ଜରୁରି  ଅଛି ବୋଲି କୁହାଯାଇଥିଲା।

Related story