କମୁଛି କରୋନା ପ୍ରକୋପ, ୧୫ ରାଜ୍ୟରେ କେହି ବି ପ୍ରାଣ ହରାଇନାହାନ୍ତି

ନୂଆଦିଲ୍ଲୀ: ଭାରତରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭାଇରସର ପ୍ରକୋପ ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କେହି ବି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇ ନଥିବା ସରକାର ଘୋଷଣା କରିଛନ୍ତି। ସରକାର କହିଛନ୍ତି ଯେ ଦେଶରେ ବିଗତ ୫ ସପ୍ତାହ ହେଲାଣି କରୋନା ସଂକ୍ରମଣ ହାର ହ୍ରାସ ପାଉଛି। ସେହିପରି ଦୈନିକ ମୃତ୍ୟୁହାରରେ ମଧ୍ୟ ୫୫% ହ୍ରାସ ଘଟିଛି। ଗତ […]

corona.jpg1

Hemant Lenka
  • Published: Tuesday, 09 February 2021
  • , Updated: 09 February 2021, 06:47 PM IST

ନୂଆଦିଲ୍ଲୀ: ଭାରତରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭାଇରସର ପ୍ରକୋପ ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କେହି ବି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇ ନଥିବା ସରକାର ଘୋଷଣା କରିଛନ୍ତି।

ସରକାର କହିଛନ୍ତି ଯେ ଦେଶରେ ବିଗତ ୫ ସପ୍ତାହ ହେଲାଣି କରୋନା ସଂକ୍ରମଣ ହାର ହ୍ରାସ ପାଉଛି। ସେହିପରି ଦୈନିକ ମୃତ୍ୟୁହାରରେ ମଧ୍ୟ ୫୫% ହ୍ରାସ ଘଟିଛି। ଗତ ଗୋଟିଏ ସପ୍ତାହ ହେଲାଣି ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କେହି ବି କରୋନା ଯୋଗୁ ମୃତ୍ୟୁବରଣ କରିନାହାନ୍ତି।

ଏହି ୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ହେଲା-ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ନିକୋବର, ତ୍ରିପୁରା, ଦାଦ୍ରା ନଗର ହାବେଳୀ, ନାଗାଲ୍ୟାଣ୍ଡ, ମିଜୋରାମ ଏବଂ ଲାକ୍ଷାଦ୍ୱୀପ। ନୀତି ଆୟୋଗ ସଦସ୍ୟ ଭିକେ ପଲ କହିଛନ୍ତି, ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ଭାରତର ଦୈନିକ ମୃତ୍ୟୁ ସଂଖ୍ୟାର ହାର ସାରା ବିଶ୍ୱରେ ସବୁଠାରୁ କମ। ପ୍ରତି ୧୦ ଲକ୍ଷରେ ଦୈନିକ ସଂକ୍ରମଣ ଗତ ସପ୍ତାହ ହେଲାଣି ୫୮ ରହିଛି।

ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ଏହା ସମସ୍ତଙ୍କ ପାଇଁ ଭଲ ଖବର। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ କୌଣସି କରୋନା ଜନିତ ମୃତ୍ୟୁ ସାମ୍ନାକୁ ଆସିନାହିଁ। ତଥାପି ଆମକୁ କରୋନା ପ୍ରତି ସତର୍କ ରହିବାକୁ ପଡ଼ିବ। ଦେଶରେ ହୋଇଥିବା ସେରୋଲଜିକାଲ ସର୍ଭେରୁ ଜଣାପଡ଼ିଛି ଯେ ଭାରତର ୭୦% ଲୋକ ଏବେ ବି କରୋନା ଭାଇରସର ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ରହିଛନ୍ତି। ତେଣୁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ।

ଦେଶରେ ଏବେ ସୁଦ୍ଧାର ଆକ୍ଟିଭ କେସ୍‌ ସଂଖ୍ୟା ୧.୫୦ ଲକ୍ଷରୁ କମ ରହିଛି। ପଜିଟିଭ ହାର ୫.୩୫% ଥିବା ବେଳେ ଏହା କ୍ରମାଗତ ହ୍ରାସ ପାଉଛି।

Related story