ଟିକା ନନେଲେ ମିଳିବନି ଦରମା

ପାଟନା: ଟିକା ନନେଲେ ମିଳିବନି ଦରମା । ଯେଉଁ ସରକାରୀ କର୍ମଚାରୀ କରୋନା ଟିକା ନେଇ ନାହାନ୍ତି ତାଙ୍କୁ ଦରମା ମିଳିବ ନାହିଁ । ଏଭଳି ଏକ ଅଜବ ଗଜବ ନୋଟିସ ଜାରି କରିଛନ୍ତି ଜିଲ୍ଲାଧିକାରୀ । ବିହାର ସାରଣର ଜିଲ୍ଲା ଅଧିକାରୀ ଡଃ.ନିଲେଶ ରାମଚନ୍ଦ୍ର ଦେବ ଏହି ନୋଟିସ ଜାରି କରିଛନ୍ତି । ଏହି ନୋଟିସରେ କୁହାଯାଇଛି, ‘ସମସ୍ତ ସରକାରୀ କର୍ମଚାରୀ ଖୁବଶୀଘ୍ର କରୋନା ଟିକା ନିଅନ୍ତି ଏବଂ ଏହାର ସୂଚନା ଅଫିସରେ ଦିଅନ୍ତୁ । […]

vaccine

vaccine

Madhupriya Mistry
  • Published: Monday, 24 May 2021
  • Updated: 24 May 2021, 05:02 PM IST

Sports

Latest News

ପାଟନା: ଟିକା ନନେଲେ ମିଳିବନି ଦରମା । ଯେଉଁ ସରକାରୀ କର୍ମଚାରୀ କରୋନା ଟିକା ନେଇ ନାହାନ୍ତି ତାଙ୍କୁ ଦରମା ମିଳିବ ନାହିଁ । ଏଭଳି ଏକ ଅଜବ ଗଜବ ନୋଟିସ ଜାରି କରିଛନ୍ତି ଜିଲ୍ଲାଧିକାରୀ ।

ବିହାର ସାରଣର ଜିଲ୍ଲା ଅଧିକାରୀ ଡଃ.ନିଲେଶ ରାମଚନ୍ଦ୍ର ଦେବ ଏହି ନୋଟିସ ଜାରି କରିଛନ୍ତି । ଏହି ନୋଟିସରେ କୁହାଯାଇଛି, ‘ସମସ୍ତ ସରକାରୀ କର୍ମଚାରୀ ଖୁବଶୀଘ୍ର କରୋନା ଟିକା ନିଅନ୍ତି ଏବଂ ଏହାର ସୂଚନା ଅଫିସରେ ଦିଅନ୍ତୁ । ଏଥିସହ ଯେଉଁମାନେ କରୋନା ଟିକା ନେଇ ନାହାନ୍ତି ସେମାନଙ୍କ ଦରମା ଆଗାମୀ ଆଦେଶ ଯାଏଁ ସ୍ଥଗିତ ରଖାଯିବି ।’

ଟିକାର ଅଭାବକୁ ନେଇ ଏବେ ସାରା ଦେଶରେ ହାହାକାର ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଜିଲ୍ଲା ଅଧିକାରୀଙ୍କ ଏହି ନୋଟିସ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହି ନୋଟିସ ଚର୍ଚ୍ଚାର ବିଷୟ ପାଲଟିବା ସହ ସବୁ କର୍ମଚାରୀଙ୍କ ମୁଣ୍ଡ ବିନ୍ଧାର କାରଣ ମଧ୍ୟ ପାଲଟିଛି ।

କର୍ମଚାରୀମାନେ କହିଛନ୍ତି, ଯେତେବେଳେ ଭ୍ୟାକସିନ ଉପଲବ୍ଧ ହେବ ସେତେବେଳେ ହିଁ ସେମାନେ ଟିକା ଲଗାଇପାରିବେ । ଏବେ ୧୮ରୁ ୪୫ ବର୍ଷ ବୟସ୍କଙ୍କ ପାଇଁ ସ୍ଲଟ ଖାଲି ନାହିଁ । ଏଭଳି ପରିସ୍ଥିତିରେ ଆମେ କିଭଳି ଟିକା ନେଇ ପାରିବୁ ବୋଲି ସେମାନେ କହିଛନ୍ତି ।

ସୂଚନା ମୁତାବକ, ଜିଲ୍ଲା ବିପର୍ଯ୍ୟୟ ବିଭାଗରେ କାର୍ଯ୍ୟ କରୁଥିବା ୪୦ ବର୍ଷିୟ ଅଫିସ୍ ଆସିଷ୍ଟାଣ୍ଟ ପ୍ରକାଶ କୁମାର ପାଣ୍ଡେଙ୍କର କୋଭିଡ ସଂକ୍ରମଣ ହେତୁ ମେ ୯ ରେ ମୃତ୍ୟୁ ହୋଇଥିଲା। ଯେତେବେଳେ ଜିଲ୍ଲା ଅଧିକାରୀ ଏହା ଜାଣିବାକୁ ପାଇଲେ ଯେ ମୃତ ପ୍ରକାଶ କୁମାର କୋବିଡ ପାଇଁ ଟିକା ଦେଇ ନାହାଁନ୍ତି ସେତେବେଳେ ସେ କଡା ନିର୍ଦ୍ଦେଶ ଦେଇଥିଲେ ଯେ ସମସ୍ତଙ୍କୁ ଟିକା ନେବାକୁ ପଡିବ ଏବଂ ଯିଏ ନେଇ ନଥିବେ ତାଙ୍କୁ ଦରମା ଦିଆଯିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos