ଘୋଷଣା ହେଲା ୫ ସ୍ତରୀୟ ଅନଲକ ପ୍ରକ୍ରିୟା, ଜାଣନ୍ତୁ ନିୟମ

ମୁମ୍ବାଇ: ମହମାରୀ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଏବେ ସଂକ୍ରମଣ ଧୀରେଧୀରେ ହ୍ରାସ ପାଉଛି। ସଂକ୍ରମଣ କମୁଥିବାରୁ ଦୀର୍ଘ ଦିନ ଧରି ରାଜ୍ୟରେ ରହିଥିବା ଲକଡାଉନ ନିୟମକୁ ସରକାର କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ୫ ସ୍ତରୀୟ ଅନଲକ ପ୍ରକ୍ରିୟା ସମ୍ପର୍କରେ ଘୋଷଣା କରିଛନ୍ତି। କାଲିଠାରୁ ଏହି ନିୟମ ଲାଗୁ ହେବ। ଲେଭଲ ୧ରେ ଥିବା ଜିଲ୍ଲାଗୁଡ଼ିକରେ ସମସ୍ତ ପ୍ରକାରର ଲକଡାଉନ କଟକଣା କୋହଳ କରାଯିବ। ଥାଣେ, ଔରଙ୍ଗାବାଦା ସହ ମୋଟ […]

Unlock

Hemant Lenka
  • Published: Thursday, 03 June 2021
  • , Updated: 03 June 2021, 06:28 PM IST

ମୁମ୍ବାଇ: ମହମାରୀ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଏବେ ସଂକ୍ରମଣ ଧୀରେଧୀରେ ହ୍ରାସ ପାଉଛି। ସଂକ୍ରମଣ କମୁଥିବାରୁ ଦୀର୍ଘ ଦିନ ଧରି ରାଜ୍ୟରେ ରହିଥିବା ଲକଡାଉନ ନିୟମକୁ ସରକାର କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ୫ ସ୍ତରୀୟ ଅନଲକ ପ୍ରକ୍ରିୟା ସମ୍ପର୍କରେ ଘୋଷଣା କରିଛନ୍ତି। କାଲିଠାରୁ ଏହି ନିୟମ ଲାଗୁ ହେବ।

ଲେଭଲ ୧ରେ ଥିବା ଜିଲ୍ଲାଗୁଡ଼ିକରେ ସମସ୍ତ ପ୍ରକାରର ଲକଡାଉନ କଟକଣା କୋହଳ କରାଯିବ। ଥାଣେ, ଔରଙ୍ଗାବାଦା ସହ ମୋଟ ୧୮ଟି ଜିଲ୍ଲା ଏହି ତାଲିକାରେ ରହିଛନ୍ତି। ଏଠାରେ ସଂକ୍ରମଣ ହାର ୫%ରୁ କମ ରହିଛି। ସେହିପରି ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ବେଡ୍‌ରେ ୨୫%ରୁ କମ ରୋଗୀ ରହିଛନ୍ତି। ତେଣୁ ଏଠାରେ ଲକଡାଉନ ଲାଗୁ ହେବନାହିଁ।

ଏଠାରେ ଥିବା ଥିଏଟର, ମଲ, ସରକାରୀ ଓ ଘରୋଇ ହସ୍ପିଟାଲ ଲେଭଲ ୧ରେ ଥିବା ଅଞ୍ଚଳରେ ଖୋଲିବ। ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ମଧ୍ୟ ସ୍ୱାଭାବିକ ଭାବେ ଏହି ସବୁ ଜିଲ୍ଲାରେ ହୋଇପାରିବ।

ଲେଭଲ ୨ରେ ଅମରାବତୀ, ହିଙ୍ଗୋଲି, ମୁମ୍ବାଇ ଓ ନନ୍ଦାରୁବାର ଭଳି ଜିଲ୍ଲା ରହିଛନ୍ତି। ଏଠାରେ ୧୪୪ ଧାରା ଲାଗୁ ହେବ। ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ରେଷ୍ଟୁରାଣ୍ଟ, ଜିମ, ସେଲୁନ ଓ ବିୟୁଟି ପାର୍ଲର ଗୁଡ଼ିକ ୫୦% କର୍ମଚାରୀଙ୍କୁ ନେଇ ଖୋଲିପାରିବ।

ଏଠାରେ ଲୋକାଲ ଟ୍ରେନ ସାଧାରଣ ଲୋକଙ୍କ ପାଇଁ ଚାଲିପାରିବ ନାହିଁ। ମୁମ୍ବାଇରେ ପଜିଟିଭିଟି ରେଟ ୫%ରୁ କମ ଥିଲେ ହେଁ ଏଠାରେ ଅନଲକ ଲାଗୁ କରାଯିବ ନାହିଁ ବୋଲି ବିଏମସି କହିଛି। ଜୁନ୍‌ ୧୫ ଯାଏ ସ୍ଥିତି ଉପରେ ନଜର ରଖାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ବାକି ସବୁ ଜିଲ୍ଲାରେ ଲକଡାଉନ ବଳବତ୍ତର ରହିବ।

ଅନ୍ୟପକ୍ଷରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି। ଜୁନ୍‌ ୧୫ ଯାଏ ମହାରାଷ୍ଟ୍ରରେ ଲକଡାଉନ ବଢ଼ିଥିଲେ ହେଁ ଜରୁରୀ ସେବା ବିକ୍ରି ହେଉଥିବା ଦୋକାନ ଗୁଡ଼ିକ ଦିନ ୨ଟା ଯାଏ ଖୋଲା ରହିବ। ପୂର୍ବରୁ ଏହା ଦିନ ୧୧ଟାରେ ବନ୍ଦ ହେଉଥିଲା।

ତେବେ ଯେଉଁ ସବୁ ଜିଲ୍ଲାରେ ପଜିଟିଭିଟି ରେଟ୍‌ ୧୦%ରୁ କମ ଓ ହସ୍ପିଟାଲରେ ଅକ୍ସିଜେନ ବେଡ୍‌ ୪୦%ରୁ କମ ପୂର୍ଣ୍ଣ ହୋଇଥିବ, ସେଠାରେ ଏହି ନିୟମ ଲାଗୁ ହେବ। ଅଣଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ହୋମଡେଲିଭରୀ ହୋଇପାରିବ।

Related story