କେନ୍ଦ୍ର ସହ ସ୍ୱର ମିଳାଇଲେ ମହାରାଷ୍ଟ୍ର ସରକାର, କହିଲେ ଅକ୍ସିଜେନ ଅଭାବରୁ କାହାର ମୃତ୍ୟୁ ଘଟିନି

ମୁମ୍ବାଥ: କେନ୍ଦ୍ର ସରକାରଙ୍କ ଭଳି ମହାରାଷ୍ଟ୍ର ସରକାର ମଧ୍ୟ ମହାମାରୀ କରୋନାର ପିକ୍‌ ବେଳେ ଅକ୍ସିଜେନ ଅଭାବରୁ ଜଣେ ହେଲେ ବି ରୋଗୀ ପ୍ରାଣ ହରାଇ ନଥିବା କହିଛନ୍ତି। ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଦାବି କରିଛନ୍ତି ଯେ ରାଜ୍ୟରେ ଅକ୍ସିଜେନ ଅଭାବରୁ ଜଣେ ବି ପ୍ରାଣ ହରାଇ ନାହାନ୍ତି। ମହାରାଷ୍ଟ୍ରରେ ଅକ୍ସିଜେନ ଅଭାବରୁ କେହି ପ୍ରାଣ ହରାଇଛନ୍ତି ବୋଲି ରିପୋର୍ଟ ନାହିଁ। ଶ୍ରୀ ଟୋପେ କହିଛନ୍ତି, “କେବେ ହେଲେ ବି ମହାରାଷ୍ଟ୍ରରେ ଅକ୍ସିଜେନ ଅଭାବରୁ ଲୋକେ […]

Oxygen1

Hemant Lenka
  • Published: Wednesday, 21 July 2021
  • , Updated: 21 July 2021, 10:16 PM IST

ମୁମ୍ବାଥ: କେନ୍ଦ୍ର ସରକାରଙ୍କ ଭଳି ମହାରାଷ୍ଟ୍ର ସରକାର ମଧ୍ୟ ମହାମାରୀ କରୋନାର ପିକ୍‌ ବେଳେ ଅକ୍ସିଜେନ ଅଭାବରୁ ଜଣେ ହେଲେ ବି ରୋଗୀ ପ୍ରାଣ ହରାଇ ନଥିବା କହିଛନ୍ତି। ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଦାବି କରିଛନ୍ତି ଯେ ରାଜ୍ୟରେ ଅକ୍ସିଜେନ ଅଭାବରୁ ଜଣେ ବି ପ୍ରାଣ ହରାଇ ନାହାନ୍ତି। ମହାରାଷ୍ଟ୍ରରେ ଅକ୍ସିଜେନ ଅଭାବରୁ କେହି ପ୍ରାଣ ହରାଇଛନ୍ତି ବୋଲି ରିପୋର୍ଟ ନାହିଁ।

ଶ୍ରୀ ଟୋପେ କହିଛନ୍ତି, “କେବେ ହେଲେ ବି ମହାରାଷ୍ଟ୍ରରେ ଅକ୍ସିଜେନ ଅଭାବରୁ ଲୋକେ ପ୍ରାଣ ହରାଇଥିବା ଘଟଣା ଘଟିନି। ଶିଳ୍ପ ସଂସ୍ଥା ବ୍ୟବହାର କରୁଥିବା ୧୦୦% ଅକ୍ସିଜେନକୁ ଆମେ ବିଶୋଧନ କରି ରାଜ୍ୟର ସବୁ ଲୋକଙ୍କୁ ମେଡିକାଲ ଅକ୍ସିଜେନ ଯୋଗାଇ ଦେଇଛୁ। ଆମ ପାଖରେ ଅକ୍ସିଜେନ ସରିବାକୁ ବସିଥିବା ବେଳେ କେନ୍ଦ୍ର ସରକାର ଆମକୁ ସହଯୋଗ କରିଛନ୍ତି। ମହାମାରୀର ପିକ୍‌ ବେଳେ କେନ୍ଦ୍ର ସରକାର ୨୦୦ରୁ ୩୦୦ ମେଟ୍ରିକ ଟନ୍‌ ଅମ୍ଳଜାନ ଯୋଗାଇ ଦେଇଥିଲେ।” ଏ ସମ୍ପର୍କରେ କୋର୍ଟଙ୍କୁ ରାଜ୍ୟ ସରକାର ସତ୍ୟପାଠ ଜରିଆରେ ଅବଗତ କରାଇଥିବା ମଧ୍ୟ ଶ୍ରୀ ଟୋପେ କହିଛନ୍ତି।

ସେ ଆହୁରି କହିଛନ୍ତି, ବାସ୍ତବ କଥା ହେଉଛି ଆମେ ଶିଳ୍ପ ସଂସ୍ଥା ବ୍ୟବହାର କରୁଥିବା ଅକ୍ସିଜେନକୁ ମେଡିକାଲ ଅମ୍ଳଜାନରେ ପରିବର୍ତ୍ତନ କରାଇ ଲୋକଙ୍କୁ ଦେଇଛୁ। ସବୁ ଜିଲ୍ଲାକୁ ଯୋଗାଣ ପାଇଁ ବ୍ୟବସ୍ଥା ତିଆରି କରାଯିବା ସହ ସଙ୍କଟ ଉପରେ ନଜର ରଖିବାକୁ ମନିଟରିଂ କରାଯାଇଥିଲା। କେହି ଯେମିତି ଶିଳ୍ପ ସଂସ୍ଥାକୁ ଚୋରି କରି ଅକ୍ସିଜେନ ଯୋଗାଇ ନ ପାରିବେ, ତା’ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ଅକ୍ସିଜେନର ସଂରକ୍ଷଣ ଓ ମ୍ୟାନେଜମେଣ୍ଟ ଆମେ ସଫଳତାର ସହ କରିଥିଲୁ। ରାଜ୍ୟରେ ଅକ୍ସିଜେନର ଯେମିତି ଅପଚୟ ନ ହେବ, ତା’ ଉପରେ ବି ଗୁରୁତ୍ୱ ଦିଆଯାଇଥିଲା। ଅନ୍ୟ ରାଜ୍ୟରେ ଅକ୍ସିଜେନ ଅଭାବରୁ ଲୋକଙ୍କ ଜୀବନ ଯାଇଥାଇ ପାରେ। ଏହା ଉପରେ ମୁଁ କୌଣସି ପ୍ରତିକ୍ରିୟା ଦେବିନାହିଁ।

ହେଲେ ମହାରାଷ୍ଟ୍ରରେ ସେମିତି କିଛି ଘଟିନି। ରାଜ୍ୟରେ ଦୈନିକ ୬୫ ହଜାର କେସ୍‌ ଚିହ୍ନଟ ହେଉଥିବା ବେଳେ ଆମେ ୧୭ଶହ ଏମଟି ଅକ୍ସିଜେନରେ କାମ ଚଳାଇଥିଲୁ। ଭଗବାନଙ୍କ କୃପାରୁ ଏହି ସମୟରେ ଅକ୍ସିଜେନକୁ ନେଇ କୌଣସି ଅଘଟଣ ଘଟି ନଥିଲା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ର ସରକାର ସଂସଦରେ ଅକ୍ସିଜେନ ଅଭାବରୁ ଦେଶରେ କାହାର ମୃତ୍ୟୁ ଘଟିନାହିଁ ବୋଲି କହିଥିଲେ।

Related story