ଜୟଲଳିତାଙ୍କ ଚିକିତ୍ସାରେ କୌଣସି ଅବହେଳା ହୋଇ ନାହିଁ: ଏମସ୍‌

ଚେନ୍ନାଇ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିଗମ୍ବର ନେତ୍ରୀ  ଜୟଲଳିତାଙ୍କ ମେଡିକାଲ ଚିକିତ୍ସାରେ କୌଣସି ଅବହେଳା ହୋଇ ନାହିଁ।  ସଠିକ୍ ମେଡିକାଲ ପ୍ରାକ୍ଟିସ ଅନୁସାରେ ତାଙ୍କ ଚିକିତ୍ସା କରାଯାଇଥିଲା। ସେଥିରେ କୌସି ତ୍ରୁଟି ହୋଇ ନାହିଁ। ଏବେ ଏମିତି କିଛି ରିପୋର୍ଟ ଦେଇଛି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମସ୍‌ର)ର ଏକ ମେଡିକାଲ ଟିମ୍‌। ଏହି ରିପୋର୍ଟ ଏବେ ଆପୋଲୋ ହସପିଟାଲ କର୍ତ୍ତୃପପଙ୍କ ପାଇଁ ଅଶ୍ୱସ୍ତିକର ଆଣିଛି। କାରଣ ଜୟଲଳିତାଙ୍କୁ ଉକ୍ତ ହସିପପିଟାଲରେ  ଚିକିତ୍ସା […]

jaylalita

  • Published: Sunday, 21 August 2022
  • , Updated: 21 August 2022, 04:30 PM IST

ଚେନ୍ନାଇ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିଗମ୍ବର ନେତ୍ରୀ  ଜୟଲଳିତାଙ୍କ ମେଡିକାଲ ଚିକିତ୍ସାରେ କୌଣସି ଅବହେଳା ହୋଇ ନାହିଁ।  ସଠିକ୍ ମେଡିକାଲ ପ୍ରାକ୍ଟିସ ଅନୁସାରେ ତାଙ୍କ ଚିକିତ୍ସା କରାଯାଇଥିଲା। ସେଥିରେ କୌସି ତ୍ରୁଟି ହୋଇ ନାହିଁ। ଏବେ ଏମିତି କିଛି ରିପୋର୍ଟ ଦେଇଛି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମସ୍‌ର)ର ଏକ ମେଡିକାଲ ଟିମ୍‌। ଏହି ରିପୋର୍ଟ ଏବେ ଆପୋଲୋ ହସପିଟାଲ କର୍ତ୍ତୃପପଙ୍କ ପାଇଁ ଅଶ୍ୱସ୍ତିକର ଆଣିଛି। କାରଣ ଜୟଲଳିତାଙ୍କୁ ଉକ୍ତ ହସିପପିଟାଲରେ  ଚିକିତ୍ସା କରାଯାଉଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅରୁମୁଗସ୍ୱାମୀ କମିଟିକୁ ସହାୟତା କରିବା ପାଇଁ ଏମସ ପକ୍ଷରୁ ଏକ ପ୍ୟାନେଲ ଗଠନ କରାଯାଇଥିଲା।

ଏହି ପ୍ୟାନେଲରେ ଜୟଲଳିତାଙ୍କ ଚିକିତ୍ସା ପଦ୍ଧତିର ଯାଞ୍ଚ କରାଯାଥିଲା। ଜୟଲଳିତାଙ୍କ ଡାଇଗ୍ନୋଶିଶ ରିପୋର୍ଟ, ମେଡିସିନ୍ ଏବଂ ଚିକିତ୍ସା ପଦ୍ଧତିର ସମସ୍ତ ପ୍ରକିୟା ଯାଞ୍ଚ କରି ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛି । ମେଡିକାଲ ଚିକିତ୍ସାରେ ଜୟଲଳିତାଙ୍କ କ୍ଷେତ୍ରରେ ଅବହେଳା କରାଯାଇଥିବା ନେଇ୨୦୧୬ରେ ଅଭିଯୋଗ ଉଠିବା ପରେ ରାଜନୀତି ଜୋର ଧରିଥିଲା।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ପନରସେଲଭାମ ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ପାଇଁ ଅରୁମୁଗସ୍ୱାମୀ କମିଶନ ଗଠନ କରିଥିଲେ। ଅରୁମୁଗସ୍ୱାମୀ କମିଶନ ୨୦୧୭  ନଭେମ୍ବରରେ ତଦନ୍ତ ଆରମ୍ଭ ରକି  ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରେ ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟଭାକର, ତତ୍କାଳୀନ ସ୍ୱାସ୍ଥ୍ୟ ସଚିବ ରାଧାକ୍ରିଷ୍ଣନ୍, ତାମିଲନାଡୁର ଅର୍ଥମନ୍ତ୍ରୀଙ୍କୁ ଡାକି ବୟାନ ରେକର୍ଡ଼ କରିଥିଲେ। ପାଖପାଖି  ୧୫୭ରୁ ଅଧିକ ସାକ୍ଷୀ ଅରୁମୁଗସ୍ୱାମୀ କମିଶନଙ୍କ ନିକଟରେ ହାଜର ହୋଇ ସେମାନଙ୍କ ମତ ରଖିଥିଲେ। ଏଥିରେ ଆପୋଲୋ ମେଡିକାଲ କର୍ତ୍ତୃପକ୍ଷ  ସୁକ୍ରିମକୋର୍ଟ ଯାଇଥିଲେ। ହେଲେ ତାଙ୍କ ଆବେଦନ ଖାରଜ ହୋଇଥିଯାଇଥିଲା। ପରେ ଏକ  ଏମସ୍‌ରର ବିଶେଷଜ୍ଞକୁ ନେଇ ଏକ ମେଡିକାଲ ଟିମ୍‌ ଗଠନ କରାଯାଇଥିଲା। ଜେ.ଜୟଲଳିତା ୨୦୧୬ ଡିସେମ୍ବର ୫ତାରିଖରେ ମୃତ୍ୟୁବରଣ କରିଥିଲେ। ଗୁରୁତର ଅସୁସ୍ଥତା କାରଣରୁ ଜୟଲଳିତା ଚେନ୍ନାଇସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଦୀର୍ଘଦିନ ଧରି ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Related story