ବିମାନରେ ଖାଦ୍ୟ ଦେବା ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଆଜି ଭାରତ ସରକାର ଘରୋଇ ବିମାନ ଯାତ୍ରା ବେଳେ ମିଳୁଥିବା ଖାଦ୍ୟ ଉପରେ କଟକଣା ଲଗାଇଛନ୍ତି। ଯେଉଁ ବିମାନ ଗୁଡ଼ିକ ଦୁଇ ଘଣ୍ଟାରୁ ଅଧିକ ସମୟ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସେବା ଯୋଗାଉ ଥିବ, ସେମାନେ ହିଁ ବିମାନ ମଧ୍ୟରେ ଯାତ୍ରୀଙ୍କୁ ଖାଦ୍ୟ ଯୋଗାଇ ପାରିବେ କିମ୍ବା ବିକ୍ରି କରିପାରିବେ। ହେଲେ ଦୁଇ ଘଣ୍ଟାରୁ କମ ସମୟ ବିମାନ ସେବା ଯୋଗାଉଥିବା କମ୍ପାନୀଗୁଡ଼ିକ ଲୋକଙ୍କୁ ଖାଦ୍ୟ ଯୋଗାଣ କିମ୍ବା […]

Flight

Hemant Lenka
  • Published: Monday, 12 April 2021
  • , Updated: 12 April 2021, 05:39 PM IST

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଆଜି ଭାରତ ସରକାର ଘରୋଇ ବିମାନ ଯାତ୍ରା ବେଳେ ମିଳୁଥିବା ଖାଦ୍ୟ ଉପରେ କଟକଣା ଲଗାଇଛନ୍ତି। ଯେଉଁ ବିମାନ ଗୁଡ଼ିକ ଦୁଇ ଘଣ୍ଟାରୁ ଅଧିକ ସମୟ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସେବା ଯୋଗାଉ ଥିବ, ସେମାନେ ହିଁ ବିମାନ ମଧ୍ୟରେ ଯାତ୍ରୀଙ୍କୁ ଖାଦ୍ୟ ଯୋଗାଇ ପାରିବେ କିମ୍ବା ବିକ୍ରି କରିପାରିବେ।

ହେଲେ ଦୁଇ ଘଣ୍ଟାରୁ କମ ସମୟ ବିମାନ ସେବା ଯୋଗାଉଥିବା କମ୍ପାନୀଗୁଡ଼ିକ ଲୋକଙ୍କୁ ଖାଦ୍ୟ ଯୋଗାଣ କିମ୍ବା ବିକ୍ରି କରିପାରିବେ ନାହିଁ। ଆଜି ସମସ୍ତ ଘରୋଇ ବିମାନ ଗୁଡ଼ିକୁ ଭାରତ ସରକାର ଏ ସମ୍ପର୍କରେ ଜଣାଇ ଦେଇଛନ୍ତି। ଘରୋଇ ବିମାନ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେଉଥିବା ବେଳେ ଅନ୍ତର୍ଜାତୀୟ ବିମାନ ସେବାରେ ଏହା ଲାଗୁ ହେବନି।

ସୂଚନା ଅନୁସାରେ, ବିମାନରେ ଖାଦ୍ୟ ବିକ୍ରି ହେଲେ କିମ୍ବା ମିଳିଲେ ଜଣେ ଯାତ୍ରୀ ମାସ୍କ ଖୋଲି ଏହାକୁ ଖାଇବେ। ଏହାଦ୍ୱାରା କରୋନା ବ୍ୟାପିବାର ଆଶଙ୍କା ରହିଛି। ତେଣୁ ସରକାର ବିମାନରେ ଖାଦ୍ୟ ଦେବା ଉପରେ କଟକଣା ଲଗାଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ଆମେ ଗତବର୍ଷ ବିମାନରେ ଖାଦ୍ୟ ଦେବା ଉପରେ କଟକଣା ଲଗାଇଥିଲୁ।

ଏହା ବେଶ ଲାଭ ମଧ୍ୟ ଦେଇଥିଲା। ତେଣୁ ଏଥର ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି। ଏହାସହ କରୋନା ପାଇଁ ସବୁ ପ୍ରକାରର ନିୟମ ମଧ୍ୟ ପାଳନ କରାଯାଉଛି। ବିମାନ କର୍ମଚାରୀ ଓ ଯାତ୍ରୀଙ୍କୁ ସଂକ୍ରମଣରୁ ରକ୍ଷା କରିବା ଦିଗରେ ଏହା ସହାୟକ ହେବ  ବୋଲି ସେ କହିଛନ୍ତି।

Related story