ବୁଷ୍ଟର ଡୋଜ୍‌ ପାଇଁ ବରିଷ୍ଠ ନାଗରିକଙ୍କୁ ଦେବାକୁ ପଡ଼ିବନି ମେଡିକାଲ ପ୍ରମାଣପତ୍ର

ନୂଆଦିଲ୍ଲୀ: କରୋନାର ତୃତୀୟ ଡୋଜ୍‌ ବା ବୁଷ୍ଟର ଡୋଜ୍‌କୁ ନେଇ ବରିଷ୍ଠ ନାଗରିକଙ୍କ ପାଇଁ ଏକ ଅଶ୍ୱସ୍ତିକର ଖବର ଆସିଛି। କୋଭିଡ୍‌ର ତୃତୀୟ ତଥା ପ୍ରି-କସନାରୀ ଡୋଜ୍‌ ପାଇଁ ବରିଷ୍ଠ ନାଗରିକଙ୍କୁ କୌଣସି ମେଡିକାଲ ସାର୍ଟିଫିକେଟ ଦେବାକୁ ପଡ଼ିବନି। କେନ୍ଦ୍ର ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ଏପରିକି ବରିଷ୍ଠ ନାଗରିକମାନେ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଥିଲେ ମଧ୍ୟ ସେମାନଙ୍କୁ ମେଡିକାଲ ସାର୍ଟିଫିକେଟ ମଗାଯିବ ନାହିଁ। ରାଜ୍ୟମାନଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ମଧ୍ୟରେ ଆଲୋଚନା ପରେ […]

Vaccine1

Tapas Behera
  • Published: Tuesday, 28 December 2021
  • , Updated: 28 December 2021, 04:55 PM IST

ନୂଆଦିଲ୍ଲୀ: କରୋନାର ତୃତୀୟ ଡୋଜ୍‌ ବା ବୁଷ୍ଟର ଡୋଜ୍‌କୁ ନେଇ ବରିଷ୍ଠ ନାଗରିକଙ୍କ ପାଇଁ ଏକ ଅଶ୍ୱସ୍ତିକର ଖବର ଆସିଛି। କୋଭିଡ୍‌ର ତୃତୀୟ ତଥା ପ୍ରି-କସନାରୀ ଡୋଜ୍‌ ପାଇଁ ବରିଷ୍ଠ ନାଗରିକଙ୍କୁ କୌଣସି ମେଡିକାଲ ସାର୍ଟିଫିକେଟ ଦେବାକୁ ପଡ଼ିବନି। କେନ୍ଦ୍ର ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ଏପରିକି ବରିଷ୍ଠ ନାଗରିକମାନେ କୌଣସି ଗମ୍ଭୀର ରୋଗରେ ପୀଡ଼ିତ ଥିଲେ ମଧ୍ୟ ସେମାନଙ୍କୁ ମେଡିକାଲ ସାର୍ଟିଫିକେଟ ମଗାଯିବ ନାହିଁ। ରାଜ୍ୟମାନଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

୬୦ ବର୍ଷରୁ ଅଧିକ ନାଗରିକମାନଙ୍କୁ  କୋଭିଡ୍‌ର ପ୍ରି-କସନାରୀ ଡୋଜ୍‌ ଦିଆଯିବ। ପ୍ରାଥମିକ ପର୍ଯ୍ୟାୟରେ ଏହି ଟିକା ପ୍ରଦାନ ବେଳେ ସେମାନଙ୍କ ଠାରୁ ମେଡିକାଲ ପ୍ରମାଣ ନତ୍ର ମାଗଯିବ ନାହିଁ। କିନ୍ତୁ ପ୍ରି-କସନାରୀ ଡୋଜ୍‌ ନେବାକୁ ପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା ପାଇଁ ପରାମର୍ଶ ଦିଆଯାଇଛି। ଏନେଇ ସବୁ ରାଜ୍ୟକୁ ସ୍ୱାସ୍ଥ୍ୟ ସଚିବ ରାକେଶ ଭୂଷଣ ଚିଠି କରିଛନ୍ତି । ପ୍ରି-କସନାରୀ ବା ବୁଷ୍ଟର ଡୋଜ୍‌ ନେଇ ମେଡିକାଲ ପ୍ରମାଣ ପତ୍ର ଦାଖଲ ପାଇଁ ଚର୍ଚ୍ଚା ହେଉଥିଲା।

ସୂଚନା ଅନୁଯାୟୀ, ଦେଶରେ ବଢ଼ୁଥିବା କୋଭିଡ୍ ମାମଲାକୁ ନେଇ ଦୁଇ ଦିନ ପୂର୍ବରୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶମାସୀଙ୍କୁ ସମ୍ବୋଧନ କରିଥିଲେ। ମୋଦି କହିଥିଲେ ଯେ, ଜାନୁଆରି ୧୦ରୁ ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ସ୍ବାସ୍ଥ୍ୟ ସମସ୍ୟା ଥିବା ୬୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ। ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନେ ଯେଉଁମାନେ କି ବିଭିନ୍ନ ରୋଗରେ ପୀଡିତ ଅଛନ୍ତି ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁଷ୍ଟର ଡୋଜ୍‌ ନେଇପାରିବେ । ଦେଶରେ ବର୍ତ୍ତମାନ ସୁଦ୍ଧା ୧୪୧ କୋଟି ଡୋଜ୍‌ ଭ୍ୟାକସିନ ଦିଆସରିଛି । ୧୮ ଲକ୍ଷ ଆଇସୋଲେସନ ବେଡ୍‌ ପ୍ରସ୍ତୁତ ରହିଛି । ଏହା ସହିତ ୧.୪୦ ଲକ୍ଷ ଆଇସିୟୁ ବେଡ୍‌, ୯୦ ହଜାର ପେଡିଏଟଅିକ୍‌ ଆଇସିୟୁ ଏବଂ ନନ୍‌ ଆଇସିୟୁ ପ୍ରସ୍ତୁତ ରହିଛି । ୩ ହଜାର ଅକ୍ସିଜେନ୍‌ ପ୍ଲାଣ୍ଟ, ୪ ଲକ୍ଷ ଅକ୍ସିଜେନ୍‌ ସିଲିଣ୍ଡର ମଧ୍ୟ ବଣ୍ଟନ କରାଯାଇଛି ବୋଲି ସେ କହିଥିଲେ।

Related story