୫ଜଣଙ୍କ ଜୀବନ ନେଲାଣି ଜଳ ତାଣ୍ଡବ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଲକ୍ଷାଧିକ ଲୋକଙ୍କ ଜୀବନ ବନ୍ୟା କାରଣରୁ ପ୍ରଭାବିତ ହୋଇଛନ୍ତି। ଏହାମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି। ଆଗାମୀ ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ବର୍ଷା ଅଧିକ ରୁ ଅଧିକ ହେବ। ଲଗାଣ ବର୍ଷା ଯୋଗୁଁ ରାଜଧାନୀ ବେଙ୍ଗାଲୁରୁ ଉବୁଟୁବୁ ହୋଇଛି। ସହରର ବିଭିନ୍ନ […]

bangalore

bangalore

Tapas Behera
  • Published: Wednesday, 07 September 2022
  • Updated: 07 September 2022, 08:57 AM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଲକ୍ଷାଧିକ ଲୋକଙ୍କ ଜୀବନ ବନ୍ୟା କାରଣରୁ ପ୍ରଭାବିତ ହୋଇଛନ୍ତି। ଏହାମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି। ଆଗାମୀ ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ବର୍ଷା ଅଧିକ ରୁ ଅଧିକ ହେବ। ଲଗାଣ ବର୍ଷା ଯୋଗୁଁ ରାଜଧାନୀ ବେଙ୍ଗାଲୁରୁ ଉବୁଟୁବୁ ହୋଇଛି। ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଯିବା ସହିତ ଜୀବନଯାତ୍ରା ପ୍ରଭାବିତ ହୋଇଛି। ରାସ୍ତାଘାଟରେ ପାଣି ଜମି ରହିବାରୁ ଯାନବାହନ ଚଳାଚଳ ଅସମ୍ଭବ ହୋଇପଡ଼ିଛି। ପ୍ରବଳ ବର୍ଷାରୁ ଲୋକଙ୍କ ଜୀବନଯାତ୍ରା ବ୍ୟାହତ ହୋଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ତେବେ ଆହୁରି ୨ରୁ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  ବେଙ୍ଗାଲୁରୁରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ସ୍ଥିତିକୁ ନେଇ ଆଲର୍ଟରେ ରହିଛି ବେଙ୍ଗାଲୁରୁ ପ୍ରଶାସନ।   ସହରରେ ତଳିଆ ଅଂଚଳରେ ପାଣି ଜମି ରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କ୍ଷତିଗ୍ରସ୍ତଙ୍କ ଲାଗି ୧୫ଶହ କୋଟିର ସହାୟତା ଅର୍ଥ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ।

ଜବରଦଖଲ ଯୋଗୁଁ ଅନେକ ସ୍ଥାନରେ ଡ୍ରେନେଜ୍ ସମସ୍ୟା ସୃଷ୍ଟି ହୋଇଛି । ସେଥିଲାଗି ସହରରେ ଜବରଦଖଲ ଉଚ୍ଛେଦ ଲାଗି ୩ଶହ କୋଟି ମଂଜୁର କରାଯାଇଛି।  ଜଳପ୍ରଳୟରୁ ଲୋକଙ୍କୁ ଉଦ୍ଧାର ପାଇଁ ଏସଡିଆରଏଫ୍ ଓ ଏନଡିଆରଏଫ୍ କାମରେ ଲାଗିଛନ୍ତି।  ଦାମୀ ଗାଡ଼ି ସବୁ ବେକାର ହୋଇ ପଡ଼ିଥିବାବେଳେ ପାଣି ଭର୍ତ୍ତି ସଡ଼କରେ ଯାଆସର ସାହା ସାଜିଛନ୍ତି ଟ୍ରାକ୍ଚର ଓ ବୁଲଡୋଜର।  ଜଳତାଣ୍ଡବରେ ଏଯାବତ୍ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ସହରର କେତେକ ଅଞ୍ଚଳରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଠପ୍ ହୋଇପଡିଛି।  ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ପାଓ୍ୱାର କଟ୍ କରାଯାଇଥିବା ବେଳେ ଆଉ କେତେକ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ହୋଇ ପାରୁନଥିବାରୁ ଲୋକେ ନାନା ସମସ୍ୟା ଭୋଗୁଛନ୍ତି । ୨ ହଜାର ଘର ଜଳପ୍ଲାବିତ ହେବାରୁ ୧୦ ହଜାରରୁ ଅଧିକ ଲୋକ ବେଘର ହୋଇ ପଡ଼ିଛନ୍ତି । ଲୋକଙ୍କ ପାଖରେ ପାଣି ଟ୍ୟାଙ୍କର ଶୀଘ୍ର ଉପଲବ୍ଧଧ କରାଇବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story