କାଲି ଉଡ଼ାଇ ଦିଆଯିବ ଟ୍ୱିନ୍‌ ଟାୱାର, ଲାଗିବ ୩୭୦୦ କେଜିର ବିସ୍ଫୋରକ ସାମଗ୍ରୀ

ନୋଏଡା: ନୋଏଡାରେ ବହୁଚର୍ଚ୍ଚିତ ସୁପରଟେକ ଏମେରାଲ୍ଡ ଟ୍ୱିନ୍  ଟ୍ୱିନ୍‌ ଟାୱାରକୁ ଆସନ୍ତାକାଲି ଉଡ଼ାଇ ଦିଆଯିବ। ଆସନ୍ତକାଲି ଅପରହ୍ନ ୨ଟା ୩୦ ଏହି  ଟାୱାର୨ଟିକୁ ଭାଙ୍ଗି ଦିଆଯିବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ୨ଟି  ସୁଉଚ୍ଚ ଅଟ୍ଟାଳିକାକୁ ଭାଙ୍ଗିବା ପାଇଁ ୩୭୦୦ କେଜିର ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯିବ। ଏଥିପାଇଁ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହ୍ୟଞ୍ଚିଛି। ୩୨୦ ଫୁଟରୁ ଅଧିକ ଉଚ୍ଚା ୩୦ ମହଲା ବିଶିଷ୍ଟ ବହୁତଳ ଭବନ ଦୁଇଟି ମାତ୍ର ୧୨ ସେକେଣ୍ଡରେ ମାଟିରେ […]

towers

  • Published: Saturday, 27 August 2022
  • , Updated: 27 August 2022, 06:02 PM IST

ନୋଏଡା: ନୋଏଡାରେ ବହୁଚର୍ଚ୍ଚିତ ସୁପରଟେକ ଏମେରାଲ୍ଡ ଟ୍ୱିନ୍  ଟ୍ୱିନ୍‌ ଟାୱାରକୁ ଆସନ୍ତାକାଲି ଉଡ଼ାଇ ଦିଆଯିବ। ଆସନ୍ତକାଲି ଅପରହ୍ନ ୨ଟା ୩୦ ଏହି  ଟାୱାର୨ଟିକୁ ଭାଙ୍ଗି ଦିଆଯିବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ୨ଟି  ସୁଉଚ୍ଚ ଅଟ୍ଟାଳିକାକୁ ଭାଙ୍ଗିବା ପାଇଁ ୩୭୦୦ କେଜିର ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯିବ। ଏଥିପାଇଁ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହ୍ୟଞ୍ଚିଛି। ୩୨୦ ଫୁଟରୁ ଅଧିକ ଉଚ୍ଚା ୩୦ ମହଲା ବିଶିଷ୍ଟ ବହୁତଳ ଭବନ ଦୁଇଟି ମାତ୍ର ୧୨ ସେକେଣ୍ଡରେ ମାଟିରେ ମିଶିଯିବେ। ତେବେ ଟ୍ୱିନ୍ ଟାୱାର ଭାଙ୍ଗିବା ଲାଗି ଆଖପାଖ ବିଲ୍ଡିଂ ମାନଙ୍କରେ ରହୁଥିବା ଲୋକଙ୍କୁ ରବିବାର ସକାଳ ସୁଦ୍ଧା ଘର ଖାଲି କରିବାକୁ କୁହାଯାଇଛି। ଭବନ ଦୁଇଟି ମାଟିରେ ମିଶିବାର ୫ ଘଣ୍ଟା ପରେ ଲୋକଙ୍କୁ ସେମାନଙ୍କ ଘରକୁ ଫେରିବାକୁ ଅନୁମତି ଦିଆଯିବ। ଏହି ବିସ୍ଫୋରଣ ଯୋଗୁ ୯୮୪ ଫୁଟ ଉଚ୍ଚକୁ ଧୂଳି ଓ ଧୂଆଁ ଉଠିବ। ଏଣୁ ବିମାନବନ୍ଦର ଓ ବାୟୁସେନାକୁ ସତର୍କ କରାଯାଇଛି।  ନୋଏଡାର ସେକ୍ଟର ୯୩ଏ ରେ ନିର୍ମିତ ଏହି ବେଆଇନ କୋଠାକୁ ଭାଙ୍ଗିବା ପାଇଁ ଦୁଇଟି ବେସରକାରୀ କମ୍ପାନିକୁ ଏହାର ଦାୟିତ୍ୱ ଦିଆଯାଇଛି।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ସେମାନେ ଏହି ଅଟ୍ଟାଳିକାରେ ଏତେ ମାତ୍ରାରେ ବିସ୍ଫୋରକ ବ୍ୟବହାର କରିବେ ଯେ ଏହା ତାସ ଘର ଭଳି ଭୁଶୁଡି ପଡିବ। ଦିଲ୍ଲୀର ଐତିହାସିକ କୁତୁବମିନାର ଅପେକ୍ଷା ସୁପରଟେକ୍ ଟ୍ୱିନ୍ ଟାୱାର ଅଧିକ ଲମ୍ବ।  ଏହି କୋଠାକୁ ଭାଙ୍ଗିବା ପାଇଁ ମୁମ୍ବାଇର ଇଡିଫସ୍ ଇଞ୍ଜିନିୟରିଂ ଏବଂ ଦକ୍ଷିଣ ଆଫ୍ରିକାର ଜେଟ୍ ଡେମୋଲିସନ ନାମକ ଦୁଇଟି କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି। କମ୍ପାନୀ କହିଛି ଯେ ଟାୱାର ଭୁଶୁଡ଼ିବା କାରଣରୁ ଧୂଳିର ବାୟୁମଣ୍ଡଳରେ ୧୦ ମିନିଟ୍ ପର୍ଯ୍ୟନ୍ତ ରହିବ। ଭଙ୍ଗାଯିବାକୁ ଥିବା ଦୁଇଟି ବେଆଇନ ଟାୱାର ମଧ୍ୟରୁ ଆପେକ୍ସ ଟାୱାର ୩୨ ମହଲା ବିଶିଷ୍ଟ ହୋଇଥିବାବେଳେ ସିଏନ୍ ଟାୱାର ହେଉଛି ୨୯ ମହଲା କୋଠା।

ନୋଏଡା କର୍ତ୍ତୃପକ୍ଷ ଟାୱାର ଭୁଶୁଡ଼ିବା ପରେ ଆବର୍ଜନା ବହନ କରିବାକୁ ୧୨୦୦ ରୁ ୧୩୦୦ ଟ୍ରକ୍ ବ୍ୟବସ୍ଥା କରିଛନ୍ତି। ସୁପରଟେକ୍ ଟାୱାରଗୁଡିକ ମାଟିରେ ମିଶିବା ପରେ ସମୁଦାୟ ୩୫୦୦୦ ଟନ୍ ଭଗ୍ନାବଶେଷ ବାହାରିବ।  ସେଥିମଧ୍ୟରୁ ୨୧୦୦୦ ଘନ ମିଟର ଆବର୍ଜନା ନୋଏଡାର ବିଭିନ୍ନ ସ୍ଥାନରେ ପକାଯିବ। ନୋଏଡା ପ୍ରାଧିକରଣର ଜିଏମ୍ (ଯୋଜନା) ଇସିତିଆକ ଅହମ୍ମଦଙ୍କ କହିବା ଅନୁଯାୟୀ, ଏତେ ପରିମାଣର ଆବର୍ଜନା ପକାଇବା ପାଇଁ ୫-୬ ହେକ୍ଟର ଜମି ଚିହ୍ନଟ କରାଯାଇଛି।

Related story