ମହଙ୍ଗା ପଡ଼ିଲା ସୁରକ୍ଷା ଗାର୍ଡ଼ଙ୍କୁ ଦୁର୍ବ୍ୟବହାର, ଜେଲ ଗଲେ ଯୁବତୀ  

ନୋଏଡା: ମହଙ୍ଗା ପଡ଼ିଲା ସୁରକ୍ଷା ଗାର୍ଡ଼ଙ୍କୁ ଦୁର୍ବ୍ୟବହାର। ଗିରଫ ହେଲେ ଯୁବତୀ।  ନୋଏଡାରେ ଜଣେ ଯୁବତୀ ଜଣେ ସିକ୍ୟୁରିଟି ଗାର୍ଡ଼ଙ୍କୁ ଦୁର୍ବ୍ୟବହାର ଏବଂ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଥିଲା। କୋର୍ଟ ସମ୍ପୃକ୍ତ ଯୁବତୀଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ  ଭବ୍ୟ ରାୟ। ସୂଚନା ଅନୁଯାୟୀ ସିକ୍ୟୁରିଗାର୍ଡ଼ ଜଣକ ଗେଟ ଖୋଲିବାରା ବିଳମ୍ବ ହେବାରୁ ଯୁବତୀ ଜଣକ ରାଗିଯାଇ ତାଙ୍କୁ ଗାଳି […]

delhi

  • Published: Sunday, 21 August 2022
  • , Updated: 21 August 2022, 07:43 PM IST

ନୋଏଡା: ମହଙ୍ଗା ପଡ଼ିଲା ସୁରକ୍ଷା ଗାର୍ଡ଼ଙ୍କୁ ଦୁର୍ବ୍ୟବହାର। ଗିରଫ ହେଲେ ଯୁବତୀ।  ନୋଏଡାରେ ଜଣେ ଯୁବତୀ ଜଣେ ସିକ୍ୟୁରିଟି ଗାର୍ଡ଼ଙ୍କୁ ଦୁର୍ବ୍ୟବହାର ଏବଂ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଥିଲା। କୋର୍ଟ ସମ୍ପୃକ୍ତ ଯୁବତୀଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ  ଭବ୍ୟ ରାୟ। ସୂଚନା ଅନୁଯାୟୀ ସିକ୍ୟୁରିଗାର୍ଡ଼ ଜଣକ ଗେଟ ଖୋଲିବାରା ବିଳମ୍ବ ହେବାରୁ ଯୁବତୀ ଜଣକ ରାଗିଯାଇ ତାଙ୍କୁ ଗାଳି ଗୁଲଜ କରିଥିଲେ। ଏହି ସମୟରେ ତାଙ୍କ ସେ ଅସଭ୍ୟ ଭାଷା ପ୍ରୟୋଗ କରିବା ସହ ତାଙ୍କୁ ନିର୍ଯାତନା ଦେଇଥିଲେ। ନୋଏଡାର ସେକ୍ଟର-୧୨୬ ଜେପି ସୋସାଇଟିରେ ଏହି ଘଟଣା ଘଟିଛି। ନୋଏଡା ହାଇଟେକ୍‌ ସୋସାଇଟିରେ ରହୁଥିବା ଜଣେ ମହିଳା ଜଣେ ଗାର୍ଡଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ସହ ମାର୍‌ପିଟ୍‌ କରିବା ସହ ଦୁର୍ବ୍ୟବହାର ମଧ୍ୟ କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ପାଖରେ ଠିଆ ହୋଇଥିବା ଅନ୍ୟ ଗାର୍ଡମାନେ ମହିଳା ଜଣଙ୍କୁ ଏଭଳି ନକରିବା ପାଇଁ କହୁଥିଲେ ସୁଦ୍ଧା ସେ କିଛି ଶୁଣୁ ନଥିଲେ।

ସେଠାରେ ଏହି ଦୃଶ୍ୟକୁ ଜଣେ ପଡ଼ୋଶୀ ଶୁଟ୍‌ କରି ଏହାର ଭିଡିଓ ସୋଶାଲ ମିଡିଆରେ ଅପଲୋଡ଼ କରିଥିଲେ। ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିୱାଲ ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନୋଏଡା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପୁଲିସ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିଥିଲା।  ଆଜି ସକାଳେ ଯୁବତୀ ଜଣଙ୍କୁ ଗିରଫ କରାଯାଇଥିଲା।  ସିକ୍ୟୁରିଟିଗାର୍ଡ଼ ଅନୁପ କୁମାରଙ୍କ ଅଭିଯୋଗକ୍ରମେ ଏକ ଏତଲା ରୁଜୁ କରିଛି ପୁଲିସ।

ସୂଚନା ଯୋଗ୍ୟ ଯେ, ଅଗଷ୍ଟ ୫ ତାରିଖରେ ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ମଧ୍ୟ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସେ ଜଣେ ମହିଳାଙ୍କୁ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓ ଭାଇରାଲ ହେବା ପରେ ପୁଲିସ ମାମଲା ରୁଜୁ କରିଥିଲା। ଏହାପରେ ବିଜେପି ନେତା ଜଣକ ଫେରାର ହୋଇଯାଇଥିଲେ। ପୁଲିସ ତାଙ୍କ ବିରୋଧରେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। କିନ୍ତୁ ପରେ ମେରଠରୁ ତାଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା।

 

 

 

Related story