ଏଥର ହେବନି କି ଜନଗଣନା ? ମୋଦିଙ୍କ ଉପରେ ସନ୍ଦେହ କଲେ ନୀତିଶ କୁମାର !

ପାଟନା: ଜନଗଣନା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଏନ୍‌ଡିଏର ଖୋଦ୍‌ ସହଯୋଗୀ ଦଳ ଜନତା ଦଳ (ୟୁ) ଜେଡିୟୁ। ଚଳିତ ଥର ଜନଗଣନା ବନ୍ଦ ହେବା ନେଇ ସନ୍ଦେହ କରିଛି ଜେଡିୟୁ । ଜେଡିୟୁର ରାଷ୍ଟ୍ରୀୟ ସଂସଦୀୟ ବୋର୍ଡ଼ ସଭାପତି ଉପେନ୍ଦ୍ର କୁଶୱାଲା କହିଛନ୍ତି ଯେ, ଯଦି ଦେଶରେ ଜନଗଣନା ପାଇଁ କେନ୍ଦ୍ର ଅରାଜି ହୁଏ ତେବେ ଏହା ଏକ ଦୁର୍ଭାଗ୍ୟଜନକ ନିଷ୍ପତ୍ତି ଏବଂ ଏକ ବଡ଼ ଷଡ଼ଯନ୍ତ୍ର । ଜନଗଣନା ହେବକି ନାହିଁ […]

modi-nitish

Tapas Behera
  • Published: Monday, 03 January 2022
  • , Updated: 03 January 2022, 05:12 PM IST

ପାଟନା: ଜନଗଣନା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଏନ୍‌ଡିଏର ଖୋଦ୍‌ ସହଯୋଗୀ ଦଳ ଜନତା ଦଳ (ୟୁ) ଜେଡିୟୁ। ଚଳିତ ଥର ଜନଗଣନା ବନ୍ଦ ହେବା ନେଇ ସନ୍ଦେହ କରିଛି ଜେଡିୟୁ । ଜେଡିୟୁର ରାଷ୍ଟ୍ରୀୟ ସଂସଦୀୟ ବୋର୍ଡ଼ ସଭାପତି ଉପେନ୍ଦ୍ର କୁଶୱାଲା କହିଛନ୍ତି ଯେ, ଯଦି ଦେଶରେ ଜନଗଣନା ପାଇଁ କେନ୍ଦ୍ର ଅରାଜି ହୁଏ ତେବେ ଏହା ଏକ ଦୁର୍ଭାଗ୍ୟଜନକ ନିଷ୍ପତ୍ତି ଏବଂ ଏକ ବଡ଼ ଷଡ଼ଯନ୍ତ୍ର । ଜନଗଣନା ହେବକି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଯଦି କେନ୍ଦ୍ର ସରକାର ଜନଗଣନା କାର୍ଯ୍ୟକ୍ରମକୁ ସ୍ଥଗିତ ରଖନ୍ତି ଏହା ଦେଶ ପାଇଁ ଏକ ଦୁର୍ଭାଗ୍ୟଜନକ ନିଷ୍ପତ୍ତି ଏବଂ ଦେଶବାସୀଙ୍କ ପାଇଁ ଅନ୍ୟାୟ କୁହାଯିବ ।

ସେହିପରି ସରକାର ଜନଗଣାନକୁ ବନ୍ଦ କରିବା ଅର୍ଥ ଏକ ବିରାଟ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି ।  ପ୍ରତି ୧୦ ବର୍ଷରେ ଥରେ ଜନଗଣନା ହୋଇଥାଏ। ପୂର୍ବ ଗଣନା ଅନୁସାରେ ୨୦୨୨ରେ ଏହାର ଅବଧି ଶେଷ ହେଉଛି। ହେଲେ ବିଶେଶସୂତ୍ରରୁ ମିଳିଥିବା ଅନୁଯାୟୀ କେନ୍ଦ୍ରର ମୋଦି ସରକାର ଚଳିତଥର ଜନଗଣନା କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବିହାର ବିଜେପିର ସହଯୋଗୀ ଦଳ ଜେଡିୟୁ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରି ଆସୁଛି। କିନ୍ତୁ ଏହି ଦାବିକୁ ପୂର୍ବରୁ କେନ୍ଦ୍ର ଅଗ୍ରାହ୍ୟ କରିଦେଇଛି।

ଯଦିଓ ଜନଗଣାନା ନିଷ୍ପତ୍ତି ନେଇ କିଛି ସ୍ପଷ୍ଟ ହୋଇ ନାହିଁ କିନ୍ତୁ ବନ୍ଦ କରାଯିବା ଏକ ଉଚିତ ପଦକ୍ଷେପ ନୁହଁ ବୋଲି ଜେଡିୟୁ କହିଛି । ସେହିପରି ଜାତିର ପିତା ମହାତ୍ମକା ଗାନ୍ଧିଙ୍କୁ  ବିଭିନ୍ନ ପ୍ଲାଟପର୍ମରେ ଅପମାନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଜେଡିୟୁ ।

ସୂଚନା ଅନୁଯାୟୀ, ଜାତିଭିତ୍ତିକ ଜନଗଣନା ନେଇ  ଚଳିତ ବର୍ଷ ପ୍ରଥମ କିମ୍ବା ଦ୍ୱିତୀୟ ମାସରେ ନିଷ୍ପତ୍ତି ନିଆଯଯିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଥିଲେ।

Related story