Advertisment

ମଶାଣିରୁ ଉଠିଲେ କୁସ୍ତି ରାଣୀ ! କହିଲେ ମୁଁ ବଞ୍ଚିଛି...

ଚଣ୍ଡିଗଡ଼: ଜାତୀୟସ୍ତରୀୟ କୁସ୍ତି ଯୋଦ୍ଧା ନିଶା ଦହିୟାଙ୍କୁ ଗୁଳି ମାଡ଼ ଘଟଣାରେ ୟୁ-ଟର୍ଣ୍ଣ। ତାଙ୍କୁ ହତ୍ୟା କରାଯାଇଥିବା ଖବରକୁ ନିଜେ ଖଣ୍ଡନ କରିଛନ୍ତି ନିଶା। ଏକ ଭିଡିଓ ଜାରି କରି ନିଶା କହିଛନ୍ତି ଯେ, ମୁଁ ସୁସ୍ଥ ଅଛି।  ହତ୍ୟା ଖବରଟି ଫେକ୍‌ ବୋଲି ସେ କହିଛନ୍ତି।  ମୁଁ ଏବେ ଗୋଣ୍ଡାରେ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଅଛି।  ମୁଁ ଠିକ୍‌ ଅଛି ।  ହତ୍ୟା ଘଟଣା ଫେକ ବୋଲି ସେ କହିଛନ୍ତି । ଏନେଇ ରେସଲିଂ ଫେଡେରେସନ […]

ଅଦ୍ୟତନ ହୋଇଛି
ମଶାଣିରୁ ଉଠିଲେ କୁସ୍ତି ରାଣୀ ! କହିଲେ ମୁଁ ବଞ୍ଚିଛି...

kusti

Advertisment

ଚଣ୍ଡିଗଡ଼: ଜାତୀୟସ୍ତରୀୟ କୁସ୍ତି ଯୋଦ୍ଧା ନିଶା ଦହିୟାଙ୍କୁ ଗୁଳି ମାଡ଼ ଘଟଣାରେ ୟୁ-ଟର୍ଣ୍ଣ। ତାଙ୍କୁ ହତ୍ୟା କରାଯାଇଥିବା ଖବରକୁ ନିଜେ ଖଣ୍ଡନ କରିଛନ୍ତି ନିଶା। ଏକ ଭିଡିଓ ଜାରି କରି ନିଶା କହିଛନ୍ତି ଯେ, ମୁଁ ସୁସ୍ଥ ଅଛି।  ହତ୍ୟା ଖବରଟି ଫେକ୍‌ ବୋଲି ସେ କହିଛନ୍ତି।  ମୁଁ ଏବେ ଗୋଣ୍ଡାରେ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଅଛି।  ମୁଁ ଠିକ୍‌ ଅଛି ।  ହତ୍ୟା ଘଟଣା ଫେକ ବୋଲି ସେ କହିଛନ୍ତି । ଏନେଇ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ମଧ୍ୟ ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରାଯାଇଛି।  ସେଥିରେ ନିଶା ଉପରୋକ୍ତ କଥା କହୁଥିବା ଦୃଶ୍ୟମାନ ହେଉଛି।   କିଛି ସମୟ ପୂର୍ବରୁ କୁସ୍ତି ଯୋଦ୍ଧା ନିଶାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଚର୍ଚ୍ଚା ହୋଇଥିଲା।

Advertisment

ହରିୟାଣାର ସୁଶିଲ କୁମାର ରେସଲିଂ ଏକାଡେମିରେ କୁସ୍ତି ଖେଳାଳି ନିଶା ଦହିୟାଙ୍କୁ କେହି ଅଜଣା ଆତତାୟୀ ଗୁଳି କରି ହତ୍ୟା କରିଛନ୍ତି। ଏଥିସହ ତାଙ୍କ ଭାଇଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିବା ବେଳେ ତାଙ୍କ ମା ଆହତ ହୋଇଛନ୍ତି। ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ସୁଶିଲ କୁମାର ରେସଲିଂ ଏକାଡେମିରେ ନିଆଁ ଳଗାଇ ଦେଇଥିଲେ। ନିଶାଙ୍କ ମା’ଙ୍କୁ ସ୍ଥାନୀୟ ପିଜିଆଇ ହସପିଟାଲରେ ଭର୍ତ୍ତି କରାଯାଇ ଥିଲା । ପୁଲିସ ନିଶା ଦହିୟା ଏବଂ ତାଙ୍କ ଭାଇ ସୁରଜଙ୍କ ମୃତଦେହକୁ ସୋନେପାଟର ସିଭିଲ ହସ୍ପିଟାଲରେ ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାର ତଦନ୍ତ ଚାଲିଛି ଏବଂ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।  କିଛି ସମୟ ପୂର୍ବରୁ ଏମିତି ଢଙ୍ଗରେ ଖବର ଆସିବା ପରେ ହଠାତ୍‌  ଘଟଣା ଉପରେ ନିଶା ସ୍ପଷ୍ଟୀକରଣ ଦେବା ପୂରା ଘଟଣାକୁ ରହସ୍ୟାବୃତ୍ତ କରିଛି। କୌଣସି ଫିଲ୍ମର କାହାଣୀଠାରୁ କମ୍ ନଥିବା ଏହି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି।
https://twitter.com/ANI/status/1458429092550770688?s=20

ଯଦି ନିଶାଙ୍କୁ ଗୁଳି ମାଡ଼ ହୋଇ ନଥିଲା ତେବେ କାହିଁକି ଏମିତି ଏକ ଗୁଜବ ସୃଷ୍ଟି କରାଗଲା ତାକୁ ନେଇ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ୫ ଦିନ ପୂର୍ବରୁ ସର୍ବିଆର ବେଲଗ୍ରେଡରେ ୨୩ ବର୍ଷରୁ କମ୍‌ ଅନୁଷ୍ଠିତ ରେସଲିଂ ବିଶ୍ୱ ଚାମ୍ପିଅନସିପରେ ନିଶା ଦହିୟା ୬୫କେଜିରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅନ୍ୟ ମହିଳା ରେସଲରଙ୍କ ତାଙ୍କ ସଫଳତା ପାଇଁ ପ୍ରଶଂସା କରିଥିଲେ।  |

Advertisment

ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି କହିଥିଲେ ଯେ, ବେଲଗ୍ରେଡରେ  ଚାଲିଥିବା ଚାମ୍ପିୟନସିପରେ ଶିବାନୀ, ଅଞ୍ଜୁ, ଦିବ୍ୟା, ରାଧିକା ଏବଂ ନିଶା ପଦକ ଜିତିଥିବାରୁ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ସେମାନଙ୍କ ପ୍ରଦର୍ଶନ  ସ୍ୱତନ୍ତ୍ର ଏବଂ ସେମାନଙ୍କ ଅବଦାନ କୁସ୍ତିକୁ  ସମଗ୍ର ଭାରତରେ ଅଧିକ ଲୋକପ୍ରିୟ ହେବାରେ ସହାୟକ ହେବ ବୋଲି ମୋଦି ଟ୍ୱିଟ୍‌ କରିଥିଲେ।

Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe